କୋଲକାତା ୩।୬: ସାଧାରଣ ନିର୍ବାଚନ ପରଠାରୁ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ ଓ ବିରୋଧୀ ବିଜେପି ମଧ୍ୟରେ ବିଭେଦ ବଢିବାରେ ଲାଗିଛି। ରାଜ୍ୟରେ ‘ଜୟ ଶ୍ରୀରାମ ଧ୍ବନୀ’କୁ ନେଇ ଦୁଇ ଦଳ ମଧ୍ୟରେ ବଳ କଶାକଷି ଚାଲିଥିବା ବେଳେ ଏବେ ପରସ୍ପରର ପାର୍ଟି ଅଫିସ ଜବରଦଖଲ କରୁଛନ୍ତି। କେବଳ କର୍ମୀ କି ନେତା ନୁହଁନ୍ତି ଏପରିକି ନିଜେ ଟିଏମସି ନେତ୍ରୀ ମମତା ବାନାର୍ଜୀ ବିଜେପି ଅଫିସ ଜବରଦଖଲ କରିବା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
{"id":119250,"width":586,"height":440}ମମତା ଉତ୍ତର ୨୪ ପ୍ରଗଣାରେ ବିଜେପିର ଏକ କାର୍ଯ୍ୟାଳୟକୁ ସୋମବାର ଜବରଦଖଲ କରିବା ସହ ଏହା ପୂର୍ବରୁ ତାଙ୍କ ଦଳ ଅର୍ଥାତ ଟିଏମସିର କାର୍ଯ୍ୟାଳୟ ଥିଲା ବୋଲି କହିଛନ୍ତି। ଯେଉଁ ଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରୁଥିଲେ ଠିକ ସେତିକି ବେଳେ ବିଜେପି ନେତା ଓ କର୍ମୀମାନେ ଟିଏମସିର ଏଠାରେ ଥିବା କାର୍ଯ୍ୟାଳୟକୁ ଦଖଲ କରିଥିଲେ ବୋଲି ମମତା କହିଛନ୍ତି। ତେବେ ସେତେବେଳେ ମମତା ଧାରଣାରେ ବସିଥିବାରୁ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ କରିପାରିନଥିଲେ। ଏଣୁ ପୁଣି ଅଫିସକୁ ଟିଏମସି ନିଜ ଦଖଲକୁ ନେଇଛି ବୋଲି କହିଛନ୍ତି ମମତା ।
{"id":119247,"align":"center"}ଆଜି ଉତ୍ତର ୨୪ ପ୍ରଗଣା ନୌହାଟୀରେ ଏକ ରାଲିକୁ ମମତା ସମ୍ବୋଧିତ କରିବାକୁ ଯାଇଥିଲେ। କାର୍ଯ୍ୟକ୍ରମ ଶେଷରେ ମମତା ସେଠାରୁ ଫେରି ପାର୍ଟି ଅଫିସରୁ ବିଜେପି ବୋର୍ଡ ହଟାଇ ଟିଏମସି ବୋର୍ଡ ଲେଖୁଥିବା ଦେଖାଯାଇଛି। ମମତା ଏଥିପାଇଁ ନିଜେ କାର୍ଯ୍ୟାଳୟ କାନ୍ଥକୁ ରଙ୍ଗ କରିବା ସହ ପାର୍ଟିର ଚିହ୍ନ ଅଙ୍କନ କରିଛନ୍ତି।