Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପଶ୍ଚିମବଙ୍ଗ ସିବିଆଇ ପ୍ରସଂଗ : ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି, ପ୍ରମାଣ ସହ ଆସିବାକୁ କହିଛନ୍ତି ଅଦାଲତ

4/02/2019 at 7:11 PM

ନୂଆଦିଲ୍ଲୀ୪|୧: ସିବିଆଇ ପ୍ରସଙ୍ଗରେ ପଶ୍ଚିମବଙ୍ଗରୁ ଦିଲ୍ଲୀ ଯାଏ ଜୋର ଧରିଛି ରାଜନୀତି । ସିବିଆଇର  କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ମମତା ବାନାର୍ଜୀ ଧାରଣା ଚଳାଇଛନ୍ତି । ଅନ୍ୟପଟେ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇ ହଙ୍ଗାମା କରିଛନ୍ତି ବିରୋଧୀ ।  ବିଭିନ୍ନ ସାମ୍ବିଧାନିକ ସଂସ୍ଥାକୁ ନଷ୍ଟ କରିବାକୁ ମୋଦି ସରକାର ଚେଷ୍ଟା କରୁଥିବା ବିରୋଧୀ ଦଳ ନେତା ଅଭିଯୋଗ କରିଥିବା ବେଳେ ଜବାବ ରଖିଛନ୍ତି ଗୃହମନ୍ତ୍ରୀ । ପଶ୍ଚିମବଙ୍ଗ ସ୍ଥିତି ନେଇ ରାଜନାଥ ରାଜ୍ୟପାଳଙ୍କୁ ରିପୋର୍ଟ ମାଗିଛନ୍ତି । ସେପଟେ ସିବିଆଇ ଏହି ପ୍ରସଙ୍ଗରେ ତୁରନ୍ତ ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଦୁଆର ବାଡେଇେ ଥିଲେ ବି ମିଳିଛି ଝଟ୍‌କା ।

ସିବିଆଇ ବନାମ ପଶ୍ଚିମ ବଙ୍ଗ ପୋଲିସ ।ଏମାନଙ୍କୁ ଆଗରେ ରଖି ଲଢ଼େଇ ଚାଲିଛି ମୋଦି ବନାମ ମମତା । କମ୍ପୁଛି କୋଲକାତାରୁ ଦିଲ୍ଲୀ । କାଲିଠାରୁ ଚାଲିଛି ହାଇଭୋଲଟେଜ୍‌ ଡ୍ରାମା ।  କେନ୍ଦ୍ର ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି ମମତା ବାନାର୍ଜୀ । ଧାରଣାରେ ବସିଛନ୍ତି ମମତା ବାନାର୍ଜୀ ଏଣ୍ଡ କୋ।  କୋଲକାତାରେ ଗତ ରାତିରୁ ମମତା ଧାରାଣରେ ବସିଥିବା ବେଳେ ତାଙ୍କୁ ବିଭିନ୍ନ ଦଳ ସମର୍ଥନ ଜଣାଇଛନ୍ତି।  ଏଣେ ସଂସଦରେ ଚାଲିଛି ହୋ ହଲ୍ଲା । ସିବିଆଇକୁ କେନ୍ଦ୍ର ସରକାର ରାଜନୈତିକ ଉଦ୍ଦେଶ୍ୟରେ ପ୍ରୟୋଗ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ। ଲୋକସଭାରେ ଟିଏମସି ଏହି ପ୍ରସଙ୍ଗ ଉଠାଇବା ସହିତ ବିରୋଧୀ ସଦସ୍ୟମାନେ ସରକାରଙ୍କୁ ଘେରିଥିଲେ। ବିଭିନ୍ନ ସାମ୍ବିଧାନିକ ସଂସ୍ଥାକୁ ନଷ୍ଟ କରିବାକୁ ମୋଦି ସରକାର ଚେଷ୍ଟା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଯାହାର ଜବାର ରଖିଛନ୍ତି ଗୃହମନ୍ତ୍ରୀ  । ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ରାଜନାଥ ସିଂ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ରିପୋର୍ଟ ବି ମାଗିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ବିରୋଧୀ ଦଳ ଏକଜୁଟ୍‌ ହୋଇଯାଇଛନ୍ତି । ମମତାଙ୍କ ସହିତ ତେଜସ୍ବୀ ଯାଦବ, ସୁପ୍ରିୟା ସୁଲେ, ଅରବିନ୍ଦ କେଜ୍ରିୱାଲ ଏବଂ ଓମାର ଅବଦୁଲ୍ଲା ଯୋଗାଯୋଗ ରଖିବା ସହ ସମର୍ଥନ ଦେଇଛନ୍ତି।  ଆଉ ଏଣେ ବିଜେପି ଆଜି ତୁହାକୁ ତୁହା ସାମ୍ବାଦିକ ସମ୍ମିଳନୀ କରି ମମତା ବାନାର୍ଜୀ ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ କରିଥିବା ବଖାଣିଛି।

ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦୁଆର ବି ବାଡେଇଛି ସିବିଆଇ । ମାମଲାର ଶୁଣାଣି ଆସନ୍ତାକାଲି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ତେବେ ପ୍ରଧାନ ବିଚାରପତି କହିଛନ୍ତି କୋଲକାତା ପୋଲିସ କମିଶନର ଯଦି ଦସ୍ତାବିଜ୍ ନଷ୍ଟ କରିଥିବାର ପ୍ରମାଣ ଅଛି ତେବେ ଆଣ। ତାପରେ ଯାଇ କାଲି ଏହି ମାମଲାର ଶୁଣାଣି ହେବ ଓ  ପୋଲିସ କମିଶନରଙ୍କ ବିରୋଧରେ ପ୍ରମାଣ ଥିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ।  ସବୁ ପକ୍ଷ ନିଜ ତରଫରୁ ପ୍ରମାଣ ସହ ଯୁକ୍ତି ରଖିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନିର୍ଦ୍ଦେଶ ଦେଇଛନ୍ତି ।

ସଂସଦରୁ ସଡ଼କ ଯାଏଁ ଚାଲିଛି ହଲ୍ଲାବୋଲ। ଗୋଟିଏ ପଟେ ତୃଣମୂଳ କଂଗ୍ରେସ ମୋଦି ଭାରତ ଛାଡ଼ା ନାରା ଦେଇ ରାସ୍ତାକୁ ଓହ୍ଲାଇଛି। ମୋଦିଙ୍କୁ ହିଟଲର ରୂପରେ ଦର୍ଶାଇଛି। ସେପଟେ ବିଜେପି ଏବଂ ଏହାକୁ ସମର୍ଥନ କରୁଥିବା ସଂଗଠନଗୁଡିକର କର୍ମୀମାନେ ଧାରଣାଦେଇଛନ୍ତି। ଦିଦି ଦବଙ୍ଗ୍‌ଗିରି କରୁଥିବା ଦର୍ଶାଇଛନ୍ତି।

ସେପଟେ କୋଲାକତାସ୍ଥିତ ସିବିଆଇ କାର୍ଯ୍ୟାଳୟକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ସିଆରପିଏଫର ଯବାନମାନେ ସିବିଆଇ କାର୍ଯ୍ୟାଳୟକୁ ଚାରିପାଖରୁ ଘେରି ରହିଛନ୍ତି । ଗତକାଲି ସିବିଆଇ ଓ ପଶ୍ଚିମବଙ୍ଗ ପୁଲିସ ମୁହାଁମୁହିଁ ହେବା ପରେ ସିବିଆଇ କାଯ୍ୟାଳୟକୁ ଘେରାଉ କରିଥିଲା ବେଙ୍ଗଲ ପୁଲିସ୍। ହେଲେ ସିଆରପିଏଫ୍ ଯବାନମାନେ ମୂତୟନ ହେବା ପରେ ସେଠାରୁ ପୁଲିସ ହଟିଯାଇଛି ।

   Related Posts