ପଶ୍ଚିମବଙ୍ଗ ସିବିଆଇ ପ୍ରସଙ୍ଗ: କମ୍ପିଲା ଓଡିଶା

Published By : Prameya-News7 Bureau | February 04, 2019 IST

ଭୁବନେଶ୍ବର୪|୨: ମମତା ଓ ସିବିଆଇ ହାଇଡ୍ରମାକୁ ନେଇ ଉଠୁଛି ପଡୁଛି ଦେଶ। ତାକୁ ନେଇ ଜାତୀୟ ରାଜନୀତି ଦୁଇ ଭାଗରେ ବିଭକ୍ତ ହେବାକୁ ବସିଲାଣି । ଏତିକି ବେଳେ ଓଡିଶାରେ ବି ରାଜନୀତି ପାଣି ଛିଟା ପଡ଼ିଛି। କଂଗ୍ରେସ ଖୋଲାଖୋଲି ଭାବେ ମମତାଙ୍କୁ ସମର୍ଥନ ଦେବା ଏବଂ ବିଜେଡି ବୁଲେଇବୁଙ୍କେଇ ସିବିଆଇ ଆଡକୁ ବାଣ ଛାଡିବା ପରେ ଓଡ଼ିଶାରେ ବି ଆରମ୍ଭ ହୋଇଛି ଛକାପଞ୍ଝା।

{"id":81860}

କୋଲକାତା ରାଜନୀତି ଗରମ ହାୱା ଓଡ଼ିଶା ଆଡ଼େ ବହିଛି । ନହେବ ବା କେମିତି।  ୧- ପଶ୍ଚିମବଙ୍ଗ ପରି ଓଡିଶାରେ ମଧ୍ୟ ୨୦ ହଜାର କୋଟି ଟଙ୍କାର ଚିଟ୍‌ଫଣ୍ଡ  ଦୁର୍ନୀତି ହୋଇଛି।୨- ଓଡ଼ିଶାରେ ବି ବହୁ ବଡବଡ ନେତାଙ୍କ ନାଁ ଗଡ଼ ଗଡଉଛି ସିବିଆଇ ଏସବୁ ନେତାଙ୍କ ଆଡ଼େ ଚକ୍କର ମାରିଛି। ୩- ଓଡ଼ିଶା ମଧ୍ୟ ଆଣ୍ଟି-କଂଗ୍ରେସ-ଆଣ୍ଟି ବିଜେପି ରାଜନୀତିର ପରିଧି ଭିତରେ ରହିଛି । ୪- ପଶ୍ଚିମବଙ୍ଗରେ ଗତକାଲି ଯାହା ଘଟିଛି ପାଖାପାଖି ସମାନ ଘଟଣା ପୂର୍ବରୁ ଓଡ଼ିଶାରେ ମଧ୍ୟ ଘଟିଛି । ତେଣୁ  ସବିଆଇ ତନାଘନାରେ ଓଡ଼ିଶାରେ କମ୍ପନ ହେବା ସ୍ବାଭାବିକ। କିଛି ଦିନ ତଳେ ବିଜେଡି ନେତାଙ୍କୁ ସିବିଆଇ ସମନ କରିଥିଲା ଏବଂ କାଉଣ୍ଟରରେ ବିଜେପି ନେତାଙ୍କୁ ପୋଲିସ ହାଜିରା ନୋଟିସ ବାତାବରଣକୁ ଉଷ୍ମ ରଖିଥିଲା। ଠିକ ଏତିକି ବେଳେ ମମତାଙ୍କ ହାଇଡ୍ରାମାକୁ ସମର୍ଥନ ଜଣାଇଛି କଂଗ୍ରେସ  । ବିରୋଧୀ ଦଳ ନେତା କହିଛନ୍ତି ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯିବାକୁ ନେଇ ମମତା ଯାହା କରୁଛନ୍ତି ତାହା ଠିକ । ବିଜେଡି ବୁଲେଇ ବଙ୍କେଇ ଗୁଗୁଲି ଫିଙ୍ଗିଛି । ଦଳ ଗୋଟିଏ ପଟେ ଏଥିରେ ନିରବ ରହିବାକୁ ଚାହଁଥିବା ବେଳେ ସିବିଆଇର କାର୍ଯ୍ୟଶୈଳୀକୁ ନିନ୍ଦା କରିଛି।

{"id":81861}

ଆଜି ପାର୍ଲାମେଣ୍ଟରେ ଯେତେବେଳେ ସିବିଆଇ ପ୍ରସଙ୍ଗକୁ ନେଇ ହୋହଲ୍ଲା ହୋଇଥିଲା। ବିଜେଡି ମଧ୍ୟ ଏନେଇ ନିଜ ଯୁକ୍ତି ଉପସ୍ଥାପନ କରିଛି। ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଥିଲେ ଯେ ସିବିଆଇକୁ ରାଜନୈତିକ ଅସ୍ତ୍ରଭାବେ ବ୍ୟବହାର କରୁଛି କେନ୍ଦ୍ର। ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେଉଁମାନେ ଭୟଭୀତ ହୋଇଛନ୍ତି ସେମାନେ ଏଭଳି ଅଶୋଭନୀୟ ଆଚରଣ ଦେଖାଉଛନ୍ତି।

{"id":81863}

ପୂର୍ବରୁ ସିବିଆଇ ତୃଣମୂଳ କଂଗ୍ରେସର ଏକାଧିକ ନେତାଙ୍କୁ ଗିରଫ କରିଛି। ତେବେ ପୋଲିସ କମିଶନରଙ୍କ ଘରେ ଚଢ଼ାଉ ପରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ତା ଉପରେ ପୂରା ଦେଶ ନଜର ରଖିଛି। ମମତା ବନାର୍ଜୀ ୮ତାରିଖ ପର୍ଯ୍ୟନ୍ତ ଧାରଣାରେ ଦେବେ। ଖାଲି ସେତିକି ନୁହେଁ ସେହିଠାରେ ବସି ଦିଦି ନିଜ ପୋଲିସ ବାହିନୀକୁ ପୁରସ୍କୃତ ମଧ୍ୟ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.