CAAକୁ ନେଇ ପଶ୍ଚିମବଙ୍ଗରେ ତୃତୀୟ ଦିନ ହିଂସା ଜାରି, ୫ ଜିଲ୍ଲାକୁ ଇଣ୍ଟରନେଟ୍ ସେବା ବନ୍ଦ

Published By : Prameya-News7 Bureau | December 15, 2019 IST

କୋଲକାତା: ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମ ବଙ୍ଗରେ ରବିବାର ତୃତୀୟ ଦିନ ମଧ୍ୟ ବିରୋଧ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚେତାବନୀ ସତ୍ତ୍ୱେ ଉତ୍ତର ଚବିଶ ପ୍ରଗଣା, ନଦିଆ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକେ ରାସ୍ତା ଅବରୋଧ କରିବା ସହ ବ୍ୟାପକ ପୋଡାଜଳା କରିଛନ୍ତି। ସେପଟେ ସୋସାଲ ଗଣ ମାଧ୍ୟମକୁ ଆୟତ୍ତ କରିବା ଲାଗି ମାଲଦା, ମୁର୍ସିଦାବାଦ, ହାୱଡା, ଉତ୍ତର ଓ ଦକ୍ଷିଣ ଚବିଶ ପ୍ରଗଣା ଆଦି ଜିଲ୍ଲାରେ ଇଣ୍ଟରନେଟ୍‌ ସେବାକୁ ଅସ୍ଥାୟୀ ରୂପେ ଠପ କରିଦିଆଯାଇଛି।

{"id":198070,"sizeSlug":"large"}

ନଦିଆରେ ବିକ୍ଷୋଭକାରୀ କଲ୍ୟାଣୀ ଏକ୍ସପ୍ରେସ ୱେକୁ ଜାମ କରିବା ସହ ଆଇନର ପୃଷ୍ଠା ଜଳାଇଛନ୍ତି। ପଶ୍ଚିମବଙ୍ଗରେ ଆଇନ ଲାଗୁ ହେବ ନାହିଁ ବୋଲି ପ୍ରଥମରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଥିଲେ ହେଁ ବିକ୍ଷୋଭକାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବା ପରି ମନେ ହେଉ ନାହିଁ। ସେହିପରି ବିକ୍ଷୋଭ ନାମରେ ଉପଦ୍ରବକୁ ବରଦାସ୍ତ କରାଯିବ ନାହିଁ ବୋଲି ଶନିବାର ମୁଖ୍ୟମନ୍ତ୍ରୀ କଡା ଶବ୍ଦରେ କହିଥିଲେ ହେଁ ରାଜ୍ୟରେ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ଦେଖାଯାଇନି।

{"id":198069,"width":581,"height":325,"sizeSlug":"large"}

ଫଳରେ ଉପଦ୍ରବକାରୀ ରାସ୍ତାରେ ଟାୟାର ଜାଳିବାଠାରୁ ଆରମ୍ଭ କରି ଦୋକାନବଜାର ପୋଡୁଥିବା ଦେଖାଯାଇଛି। ଦେଗଙ୍ଗା ଅଞ୍ଚଳରେ ଉପଦ୍ରବକାରୀ ରବିବାର ଦୋକାନ ବଜାର ଭଙ୍ଗାରୁଜା କରିଥିଲେ। ସେହିପରି ଟାୟାର ଜଳାଇ ରାସ୍ତା ଅବରୋଧ କରିଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଶୁନ ରହିଛି। ଏଣୁ ବିଜେପି ରାଜ୍ୟ ସାଧାରଣ ସଚିବ ଏଥିଲାଗି ରାଜ୍ୟ ସରକାରଙ୍କୁ କଡା ଶବ୍ଦରେ ସମାଲୋଚନା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.