ଜୟ ଶ୍ରୀରାମ ନାରାକୁ କାଉଣ୍ଟର୍ ପାଇଁ ମମତାଙ୍କ ନୂଆ ରଣନୀତି : ଟି.ଏମ୍.ସି କର୍ମୀ ଓ କାର୍ଯ୍ୟକର୍ତ୍ତା ଦେବେ ଜୟ ବାଂଲା ଓ ଜୟହିନ୍ଦର ନାରା

Published By : Prameya-News7 Bureau | June 02, 2019 IST

କୋଲକାତା ୨/୬: ଜୟ ଶ୍ରୀରାମ ନାରା ଶୁଣି ରାଗି ଯାଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତୃଣମୂଳ କଂଗ୍ରେସର ଦଳୀୟ କର୍ମକର୍ତ୍ତାଙ୍କ ଲାଗି ଏକ ନୂଆ ନାରା ଜାରି କରିଛନ୍ତି । ତୃଣମୂଳ କଂଗ୍ରେସ ପକ୍ଷରୁ ଆଧିକାରୀକ ଭାବେ କୁହାଯାଇଛି କି ଦଳର କାର୍ଯ୍ୟକର୍ତ୍ତା ଫୋନ୍ ଉଠାଇଲେ, ପ୍ରଥମ ସମ୍ଭାଷଣ ଭାବେ ହେଲୋ ବଦଳରେ ‘ଜୟ ବାଙ୍ଗଲା, ଜୟ ହିନ୍ଦ୍ କହିବେ । ଏ ନେଇ ଟିଏମସି ପକ୍ଷରୁ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନୋଟିସ୍ ଜାରି କରାଯାଇଛି।

{"id":118565,"width":596,"height":397}

ଜୟ ଶ୍ରୀ ରାମ ନାରାକୁ କାଉଣ୍ଟର କରିବ ଜୟ ବାଂଲା , ଜୟ ହିନ୍ଦ୍  । ପଶ୍ଚିମବଙ୍ଗ ରେ ବିଜେପି ଓ ଆରଏସଏସକୁ କାଉଣ୍ଟର କରିବାକୁ  ମମତା ଆପଣେଇଛନ୍ତି ଏହି ପନ୍ଥା । ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ବିଜେପି କର୍ମୀଙ୍କ ଯୋଶ୍ ଉଚ୍ଚରେ ଥିବାରୁ ମମତାଙ୍କ ଗସ୍ତବେଳେ ଜୟ ଶ୍ରୀ ରାମ ନାରା ଲଗାଯାଉଛି । ଯାହା ମମତାଙ୍କୁ ହଜମ ହେଉନି । ଜୟ ଶ୍ରୀରାମ ନାରା ଶୁଣି ଚିହିଁକି ଉଠୁଛନ୍ତି ଦିଦି । ଦୁଇଦିନ ତଳେ ବାରାକପୁର ଲୋକସଭା କ୍ଷେତ୍ରକୁ ଯାଇଥିବା ମମତାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ଯେଉଁଥିରେ ଉତକ୍ଷିପ୍ତ ହୋଇ ବିଜେପି ସମର୍ଥକଙ୍କୁ ମମତା କ୍ରିମନାଲ ଏବଂ ଆଉଟ୍-ସାଇଡର ବୋଲି କହିଥିଲେ । ଖୋଦ ମୁଖ୍ୟମନ୍ତ୍ରୀ ହୋଇ ବି କିଛି ଲୋକଙ୍କ ଜୟ ଶ୍ରୀରାମ ଧ୍ବନିରେ ରାଗିଯାଇ ମମତା ନିଜ ଗାଡିରୁ ଓହ୍ଲାଇ ଆସି ଲୋକଙ୍କୁ ଗାଳି ଗୁଲଜ କରିବା ଭିଡିଓ ଭାଇରାଲ ହୋଇଥିଲା ।ଏହା ବିଜେପି ଓ ଆରଏସଏସ କର୍ମୀଙ୍କ ଏଭଳି ଷ୍ଟାଇଲକୁ କାଉଣ୍ଟର କରିବାକୁ ମମତା ଜୟ ହିନ୍ଦ୍ ଗୃପ ଗଠନ କରିଛନ୍ତି । ପ୍ରତିବ୍ଲକରେ ଜୟ ହିନ୍ଦ୍ ଗୃପ ର ପ୍ରତିନିଧି ରଖାଯିବାକୁ ନିଷ୍ପତି ହୋଇଛି ।

{"id":118566,"width":595,"height":395}

ବିଜେପି ଓ ଆରଏସଏସ ପଶ୍ଚିମବଙ୍ଗରେ ଯାହା ଚାହୁଁଥିଲେ ତାହା ଏକ ପ୍ରକାର ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି ମମତା । ମୁସଲମାନ ତୁଷ୍ଟିକରଣ  ରାଜନୀତି କରୁଥିବା ମମତା ଶେଷରେ ଜୟ ହିନ୍ଦ୍ ନାରା ଆପଣେଇବାକୁ ବାଧ୍ୟ ହୋଇଛନ୍ତି । କୁହାଯାଉଛି ଲୋକସଭାରେ କମ୍ୟୁନାଲ ଲାଇନରେ ଭୋଟ ହେବା ପରେ ମମତାଙ୍କୁ ବଡ ଝଟକା ଲଗିଛି  । ବିଜେପି ର ଅଭିଯୋଗ, ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ବିଜେପି ଜବରଦସ୍ତ ଫାଇଟ ଦେବା ଦେଖି ହଡବଡେଇ ଯାଇଛନ୍ତି ମମତା । ତେଣୁ ସେ ଜୟ ଶ୍ରୀରାମ ନାରାକୁ ହଜମ କରିପାରୁନାହାନ୍ତି । ଜୟଶ୍ରୀରାମ ନାରା ପଛରେ ନପଡି ମମତା ବରଂ ବାଂଲାଦେଶୀ ଅନୁପ୍ରବେଶ ,ରୋହିଙ୍ଗ୍ୟା ସରଣାର୍ଥୀ ଆଦି ପ୍ରସଙ୍ଗରେ ଧ୍ୟାନ ଦେବା ଜରୁରୀ ।

{"id":118567,"width":594,"height":334}

ଆଗକୁ ମମତା ଓ ବିଜେପି ବିଗ୍ ଫାଇଟ୍ ପାଇଁ ସଜବାଜ ହେଉଛନ୍ତି । ମୋଦିଙ୍କ ସପଥ ଉତ୍ସବ ସଭାକୁ ତୃଣମୂଳ କର୍ମୀଙ୍କ ଦ୍ବାରା ହତ୍ୟା ହୋଇଥିବା ବିଜେପି କର୍ମୀଙ୍କ ପରିବାର ସଦସ୍ୟଙ୍କୁ ଡାକିବା ଏହାର ଝଲକ ଦେଇଛି । ୨୦୨୧ରେ ବିଧାନସଭା ନିର୍ବାଚନ ଥିବାରୁ ଆସନ୍ତା ୨ ବର୍ଷ ଭିତରେ ଟିଏମସି ଓ ବିଜେପି କର୍ମୀଙ୍କ ଭିତରେ ବହୁ ଡ୍ରାମା ଦେଖିବାକୁ ବାକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.