Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

କରୋନା ଭାଇରସରୁ ରକ୍ଷା ପାଇଁ ବିଜେପି ବାଣ୍ଟିଲା ‘ମୋଦୀ ମାକ୍ସ’, ବଢିଲା ବିବାଦ !

5/03/2020 at 6:11 PM

ନୂଆଦିଲ୍ଲୀ ୦୫।୦୩- ଯେ  କୌଣସି ସରକାରଙ୍କ ପାଇଁ ପ୍ରଚାର ହେଉଛି ସବୁଠୁ ବଡ ଅସ୍ତ୍ର। ୯୦ ଦଶକରେ ଦୂରଦର୍ଶନରେ ରାମାୟଣ ଦେଖିବା ସମୟରେ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ଆସୁଥିଲା। ଏହାକୁ କୁହାଯାଏ ବିଜ୍ଞାପନ। ପ୍ରଚାର ପାଇଁ ସମଗ୍ର ଦୁନିଆରେ ବିଭିନ୍ନ ପ୍ରକାର ଶୈଳୀ ଓ ପ୍ରକ୍ରିୟା ଆପଣା ଯାଇଥାଏ। ମାତ୍ର ପଶ୍ଚିମବଙ୍ଗରେ  ବିଜେପି ଯେଉଁ ରାସ୍ତା ଆପଣେଇଛି ତାକୁ ନେଇ ଦଳ ଏବେ ଟ୍ରୋଲର ଶିକାର ହୋଇଛି। କରୋନାର ଭୟକୁ ପାର୍ଟି ପ୍ରଚାରରେ କେମିତି ବଦଳାଯାଏ ତାହା ପଶ୍ଚିମବଙ୍ଗ ବିଜେପିଠୁ ଶିଖିବା ଉଚିତ୍। ପଶ୍ଚିମବଙ୍ଗ ବିଜେପି ରାଜ୍ୟରେ ଏମିତି ଏକ ମାକ୍ସ ବଣ୍ଟନ କରିଛି, ଯେଉଁଥିରେ ‘ସେଭ ଫ୍ରମ କରୋନା ଭାଇରସ ଇନଫେକ୍ସନ ମୋଦୀ ଜୀ’ ଲେଖା ହୋଇଛି। ଏବେ ପଶ୍ଚିମବଙ୍ଗରେ ବିଜେପିର ଏହି ମାକ୍ସକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ଭାରତ ସମେତ ଦୁନିଆର ଅଧିକାଂଶ ଦେଶ କରୋନାର ଶିକାର ହୋଇଛନ୍ତି। ହଜାର ହଜାର ସଂଖ୍ୟାରେ ଲୋକ ପ୍ରାଣ ହରାଇଲେଣି। ପ୍ରାୟ ଏକ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଏହା ମଧ୍ୟରେ ଦୁନିଆରେ ଏହି ଭୟର ଫାଇଦା ଲୋକେ ଉଠାଉଛନ୍ତି। ବଜାରରୁ ମାକ୍ସ ଗାଏବ ହୋଇ ଯାଇଛି। ଯାହା ବି କିଛି ମିଳୁଛି ସେ ସବୁ ଚଢା ଦରରେ ବ୍ଲାକରେ ମିଳୁଛି। ୨୦ ଟଙ୍କିଆ ମାକ୍ସର ମୂଲ୍ୟ ଏବେ ବଜାରରେ ୨୫୦ ଟଙ୍କାରେ ବିକ୍ରି ହେଉଛି। ବଜାରରୁ ସାନେଟାଇଜର ସମାପ୍ତ ହୋଇ ସାରିଛି। ଏମିତି ସ୍ଥିତିରେ ପଶ୍ଚିମବଙ୍ଗରେ ବିଜେପି ପ୍ରଚାର ପାଇଁ ମାକ୍ସ ବାଣ୍ଟିବା ଆରମ୍ଭ କରି ଦେଇଛି। ମାକ୍ସ ବଣ୍ଟନ କରିବା ଠିକ୍ ଥିଲା। ମାତ୍ର ମାକ୍ସରେ ମୋଦୀଜୀଙ୍କ ସଂପର୍କିତ ଏକ ବାର୍ତ୍ତା ଲେଖା ହୋଇଛି, ଯାହାକୁ ନେଇ ବିଜେପି ହରଡଘଣାରେ ପଡିଛି।

ଏମିତି ସ୍ଥିତିରେ ବିଜେପି କରୋନାକୁ ନେଇ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ଲୋକେ କହୁଛନ୍ତି। ଲୋକେ ଏହା ମଧ୍ୟ କହୁଛନ୍ତି ଯେ, ବିଜେପି ଦ୍ଵାରା ବଣ୍ଟା ଯାଉଥିବା ମାକ୍ସ ନିମ୍ନ ମାନର ଏବଂ ଏହା କରୋନା ଭାଇରସକୁ ରୋକିବାରେ ଅସମର୍ଥ।

   Related Posts