Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

କହୁଥିଲେ ‘କରୋନା ଚୋଲେ ଗେଛେ’ ! Covid ପଜିଟିଭ ଚିହ୍ନଟ ହେଲେ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ, ହସ୍ପିଟାଲରେ ଭର୍ତ୍ତି

19/10/2020 at 9:17 PM

କୋଲକାତା ୧୯।୧୦: ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଏବେ ସଲ୍ଟଲେକ୍‌ର ଏକ ଘରୋଇ ହସ୍ପିଟାଲରେ ର ହି ଚିକିତ୍ସିତ ହେଉଛନ୍ତି।  ଏକ ଜନସଭାରେ ଦିଲ୍ଲୀପ ଘୋଷ ‘କରୋନା ଚୋଲେ ଗେଛେ’ କହିଥିଲେ। ଯାହାକୁ ନେଇ ରାଜ୍ୟରେ ବିବାଦ ଉପୁଜିଥିଲା। ତେବେ ଘୋଷ ନିଜେ କୋଭିଡ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ବ୍ୟାପୁଥିବା ଅନ୍ତତଃ ସେ ନିଶ୍ଚିତ ହୋଇଯାଇଛନ୍ତି ବୋଲି ଏବେ କୁହାଯାଇପାରେ।

୫୬ବର୍ଷ ବୟସ୍କ ଘୋଷ ମେଦିନାପୁରରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି। ଗତ କିଛିମାସ ହେଲା ସେ ଦଳୀୟ ସମର୍ଥକଙ୍କ ସହ ଜନସମୂହ ଓ ବିଶାଳ ରାଲିକୁ ସମ୍ବୋଧିତ କରି ଚର୍ଚ୍ଚାକୁ ଆସିଥିଲେ। ତେବେ ଗତ ଅକ୍ଟୋବର ୧୧ ତାରିଖ ପରଠାରୁ ତାଙ୍କର ସମସ୍ତ ସାର୍ବଜନିକ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ଅସୁସ୍ଥ ହେବା ଯୋଗୁ ଘରୁ ପଦାକୁ ବାହାରୁନଥିବା ବେଳେ ଏବେ ଦୁର୍ଗାପୂଜାରେ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ ଜନସମ୍ବାଦ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ ନାହିଁ ବୋଲି ଜଣାପଡିଛି।

ଜନୈକ ବିଜେପି ରାଜ୍ୟ ଶାଖା ସଦସ୍ୟଙ୍କ ସୂଚନା ଅନୁସାରେ ଶୁକ୍ରବାର ରାତିରେ ତାଙ୍କ କୋଭିଡ ପରୀକ୍ଷଣ ରିପୋର୍ଟ ଆସିଛି। ଯେଉଁଥିରେ ସେ ପଜିଟିଭ ଥିବା ଜଣାପଡିଛି। ଶରୀରରେ ଜ୍ୱର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛିଦିନ ପୂର୍ବରୁ ନୂଆକରି ଦଳର ଜାତୀୟ ସଭାପତି ନିଯୁକ୍ତ ହୋଇଥିବା ଅନୂପ ହାଜରା ମଧ୍ୟ କୋଭିଡ ଚିହ୍ନଟ ହୋଇଥିଲେ। ରାଜ୍ୟରେ ଲକଡାଉନ କୋହଳ ହେବା ପରଠାରୁ  ବିଜେପିର କାର୍ଯ୍ୟକ୍ରମ ସମ୍ପ୍ରସାରଣ ହୋଇଛି।  ଏଥିରେ ବିଜେପି ରାଜ୍ୟଶାଖା କାର୍ଯ୍ୟକର୍ତ୍ତମାନେ ବଡବଡ ସନସମାବେଶ ଆୟୋଜନ କରୁଥିବା ବେଳେ କୋଭିଡ ନିୟମ ଭାଙ୍ଗି ହଜାର ହଜାର ଲୋକଙ୍କୁ ଠୁଳ କରୁଛନ୍ତି। 

ଏପରି କାର୍ଯ୍ୟକ୍ରମ ଯୋଗୁ ଅତୀତରେ ଲୋକସଭା ସାଂସଦ ତଥା ରାଜ୍ୟ ସାଧାରଣ ସମ୍ପାଦକ ଲକେଟ୍ ଚାର୍ଜୀ, ମହିଳା ଶାଖା ପ୍ରମୁଖ ଅଗ୍ନିମିତ୍ରା ପାଲ ପ୍ରମୁଖ କରୋନାରେ ସଂକ୍ରମିତ ହୋଇଥିଲେ। ଗତ ସପ୍ତାହରେ ପାର୍ଟିର ଯୁବ ଶାଖାର ସଚିବାଳୟ ଚାଲ ଅଭିଯାନ  ଆହ୍ୱାନରେ ହଜାର ହଜାର ଲୋକେ ଏକତ୍ର ହୋଇଥିଲେ। ଗତ ସେପ୍ଚେମ୍ବର ୯ ତାରିଖରେ ରାଜ୍ୟରେ କରୋନା ଲକଡାଉନ ଥିବା ବେଳେ ବିଜେପି ରାଜ୍ୟ ସଭାପତି ଘୋଷ ହୁଗୁଳି ଜିଲ୍ଲା ଧନିଖଳିରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ଏଥିରେ ସେ ଲୋକଙ୍କୁ କରୋନା ଚୋଲେ ଗେଛେ କହିବା ବିବାଦର କାରଣ ପାଲଟିଥିଲା। ରାଜ୍ୟରେ ଆମକୁ କାର୍ଯ୍ୟକ୍ରମ ନ କରାଇ ଦେବାକୁ କରୋନା ଲକଡାଉନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏକ ରାଜନୈତିକ ଚାଲ ବୋଲି ମଧ୍ୟ କହିଥିଲେ ଘୋଷ।

କେବଳ ଘୋଷ ନୁହନ୍ତି ବିଜେପି ବେଙ୍ଗଲ ୟୁନିଟି ନେତାମାନେ ସାର୍ବଜନିକ ସଭା ଟାଳିପାରିବେନି ବୋଲି କହୁଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଲାଗି ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରୁନାହାନ୍ତି। ଏପରିକି ପାର୍ଟିର ସାଧାରଣ ସମ୍ପାଦକ ସୟନ୍ତନ ବସୁ ଆମେ ରାଜ୍ୟରେ କରୋନାଠାରୁ ବି ଭୟାନକ ଭାଇରସ ମମତା ବାନାର୍ଜୀଙ୍କ ବିରୋଧରେ ଲଢେଇ କରୁଥିବାର ମଧ୍ୟ ଅତୀତରେ କହିଥିଲେ।  

   Related Posts