Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ହଟ୍ଟଗୋଳରେ ଆରମ୍ଭ ହେଲା ପଶ୍ଚିମବଙ୍ଗ ବିଧାନସଭାର ବଜେଟ୍ ଅଧିବେଶନ, ଅଧା ରହିଲା ରାଜ୍ୟପାଳଙ୍କ ଅଭିଭାଷଣ

2/07/2021 at 4:33 PM

କୋଲକାତା ୨।୭: ପଶ୍ଚିମବଙ୍ଗ ବିଧାନସଭାର ବଜେଟ୍ ଅଧିବେଶନ ଶୁକ୍ରବାର ବିରୋଧୀ ଦଳଙ୍କ ହୋ ହଲ୍ଲା ଓ ହଟ୍ଟଗୋଳରେ ଆରମ୍ଭ ହୋଇଛି। ରାଜ୍ୟପାଳ ଜଗଦ୍ଦୀପ ଧନଖଡ ବିଧାନସଭା ଆରମ୍ଭରେ ଅଭିଭାଷଣ ରଖିଥଲେ। ତେବେ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ସେ ଅଭିଭାଷଣ ସମ୍ପୂର୍ଣ୍ଣ କରିପାରିନଥିଲେ। ଗୃହରେ ରାଜ୍ୟପାଳ ଅଭିଭାଷଣ ପାଠ କରିବାର କିଛି ମିନିଟ୍‌ ପରେ ଅଧାରେ ବନ୍ଦ କରି ରାଜଭବନ ଫେରିଯାଇଛନ୍ତି।

ଗୃହରେ ବିଧାୟକମାନେ ଏପରି ପରିସ୍ଥିତି ସୃଷ୍ଟି କରିଥିଲେ ଯେ ମାତ୍ର ୫ ମିନିଟ୍‌ ଚାଲି ବିଧାନସଭା ବନ୍ଦ ହୋଇଯାଇଛି। ପୂର୍ବରୁ ସରକାରଙ୍କ ପ୍ରସ୍ତୁତ ଅଭିଭାଷଣକୁ ଯେପରି ଲେଖା ଯାଇଛି ସେପରି ପଢିବେନି ବୋଲି ରାଜ୍ୟପାଳ ସଫାସଫା କହିଥିଲେ। ହେଲେ ବିଧାନସଭା ଆରମ୍ଭରେ ବିଜେପି ବିଧାୟକଙ୍କ ହଟ୍ଟଗୋଳରେ ରାଜ୍ୟପାଳ ଅଭିଭାଷଣର ପ୍ରଥମ ପୃଷ୍ଠା ବି ଭଲରେ ପଢି ନପାରି ଫେରିଯିବାକୁ ବାଧ୍ୟ ହୋଇଛନ୍ତି।

ଗୃହରେ ରାଜ୍ୟପାଳ ଅଭିଭାଷଣ ପାଠ କରିବାମାତ୍ରେ ବିଜେପି ବିଧାୟକମାନେ ଜୟ ଶ୍ରୀରାମ ଧୋନୀ ଦେଇ କକ୍ଷ୍ୟତ୍ୟାଗ କରିଥିଲେ। ବିଜେପି ବିଧାୟକଙ୍କ କକ୍ଷ୍ୟତ୍ୟାଗ ସହ ରାଜ୍ୟପାଳ ଅଭିଭାଷଣ ଅଧା ରଖି ଗୃହରୁ ବାହାରିଯାଇଛନ୍ତି। ନିୟମ ଅନୁସାରେ ବିଧାନସଭା ଆରମ୍ଭରେ ରାଜ୍ୟପାଳ ଗୃହରେ ଅଭିଭାଷଣ ରଖନ୍ତି। ଏହି ଅଭିଭାଷଣ ସରକାର ପ୍ରସ୍ତୁତ କରିଥାନ୍ତି ଯେଉଁଥିରେ ସରକାରଙ୍କ ବିଭିନ୍ନ ଉପଲବ୍ଧି ଓ ଆଗାମୀ ଯୋଜନାର ରୂପ ଥାଏ। ତେବେ ବିଧାନସଭାରେ ଅଭିଭାଷଣ ଉପସ୍ଥାପନ ପୂର୍ବରୁ ରାଜ୍ୟପାଳ ଏ ନେଇ ଆପତ୍ତି କରିସାରିଥିଲେ।  

   Related Posts