ପଶ୍ଚିମବଙ୍ଗର ୩୧ ସିଟ୍ ସମେତ ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଆସନ୍ତାକାଲି ମତଦାନ, ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ ୦୫/୦୪ : ପଶ୍ଚିମବଙ୍ଗ ସମେତ ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ହେବ । ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ମତଦାନ ହେବ । ପଶ୍ଚିମବଙ୍ଗରେ ୩ୟ ପର୍ଯ୍ୟାୟରେ ୩୧ଟି ସିଟ୍‌ରେ ମତଦାନ ହେବ । ମୋଟ ୨୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୮ ଲକ୍ଷ ୫୦ ହଜାର ଭୋଟର ।

ଏହା ସହିତ ମତଦାନ କେନ୍ଦ୍ରଗୁଡିକରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଆସାମରେ ମଧ୍ୟ ୪୦ ସିଟ୍ ପାଇଁ ମତଦାନ ଅନୁଷ୍ଠିତ ହେବ । ସେହିଭଳି କେରଳର ମୋଟ ୧୪୦ଟଇ ସିଟ୍ ପାଇଁ ଆସନ୍ତକାଲି ମତଦାନ ଅନୁଷ୍ଠିତ ହେବ । କେରଳରେ ମୋଟ ୯୫୭ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୋଟ ୨ କୋଟି ୭୪ ଲକ୍ଷ ଭୋଟର । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌, ସ୍ବାସ୍ଥ୍ୟମନ୍ତ୍ରୀ ଜେ ଶୈଳଜାଙ୍କ ସମେତ ବହୁ ହେଭିଓ୍ବେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

ସେହିପରି ତାମିଲନାଡୁରେ ମଧ୍ୟ ଆସନ୍ତାକାଲି ନିର୍ବାଚନ ହେବାକୁ ଯାଉଛି । ମୋଟ ୨୩୪ ସିଟ୍ ପାଇଁ ମତଦାନ ହେବାକୁ ଯାଉଥିବା ବେଳେ ପ୍ରତିଦ୍ବନ୍ଦିତା କରୁଛନ୍ତି ୩୯୯୮ ପ୍ରାର୍ଥୀ । ଏହା ସହିତ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬ କୋଟି ୨୮ ଲକ୍ଷ ଭୋଟର । ମୁଖ୍ୟମନ୍ତ୍ରୀ କେ. ପାଲାନୀସ୍ବାମୀ, ଏମ୍‌ କେ ଷ୍ଟାଲିନ୍‌ ଉପମୁଖ୍ୟମନ୍ତ୍ରୀ ପନୀରସିଲଭମ୍‌ଙ୍କ ସମେତ ବହୁ ହେଭିଓ୍ବେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।      

ପୁଡୁଚେରୀରେ ୩୦ଟି ସିଟ୍ ପାଇଁ ମଙ୍ଗଳବାର ମତଦାନ ହେବ । ନିର୍ବାଚନୀ ମୈଦାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମୋଟ ୩୨୪ ଭୋଟର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.