Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

COVID-19: ଦୁର୍ଗାପୂଜା ଲାଗି ଗାଇଡ୍‌ଲାଇନ ଜାରି, କମଉଚ୍ଚତାର ମୂର୍ତ୍ତି ଲାଗି ବେଙ୍ଗଲ ଓ ମହାରାଷ୍ଟ୍ର ସରକାରଙ୍କ ପରାମର୍ଶ

18/07/2020 at 3:45 PM

କୋଲକାତା ୧୮।୭: ହିନ୍ଦୁ ପଞ୍ଚାଙ୍ଗରେ ଏବେ ଶ୍ରାବଣମାସ । ଭାଦ୍ରବ ମାସରେ ଗଣେଶ ପୂଜାରୁ ଆରମ୍ଭ ହେବ ଦୂର୍ଗାପୂଜା ପ୍ରସ୍ତୁତି। ତେବେ ଦେଶରେ ବ୍ୟାପୁଥିବା କରୋନାମାହମାରୀ ଭାଇରସକୁ ଦୃଷ୍ଟିରେ ରଖି ସରକାର ଗାଇଡଲାଇନ ଜାରି କରିଛନ୍ତି। ଉପୁଜିଥିବା ପରିସ୍ଥିତିରେ ଦୂର୍ଗାପୂଜା ବେଳକୁ କରୋନା ପରିସ୍ଥିତି ଥମିଥିବ କି ନା ତାହା କହି ହେଉନାହିଁ। ଏଣୁ ଚଳିତବର୍ଷ ଦୁର୍ଗାପୂଜାରେ କମ୍‌ ଉଚ୍ଚତାର ମୂର୍ତ୍ତି ନିର୍ମାଣ ଲାଗି ପଶ୍ଚିମବଙ୍ଗ ସରକାର ପୂଜା କମିଟିମାନଙ୍କୁ ପରାମର୍ଶ ଦେଇଛନ୍ତି।

କେବଳ ପଶ୍ଟିମବଙ୍ଗ ନୁହେଁ ମହାରାଷ୍ଟ୍ର ସରକାର ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ରରେ ଗଣେଶୋତ୍ସବ ଧୁମଧାମରେ ପାଳନ ହୁଏ। ବିଭିନ୍ନ ପୂଜା ପେଣ୍ଡାଲ ବିଶାଳକାୟ ପ୍ରତିମା ନିର୍ମାଣ କରନ୍ତି  ଓ ଭାଦ୍ରବ ଶୁକ୍ଲପକ୍ଷ ଚତୁର୍ଥୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହୁଏ। ହେଲେ କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ପୂଜାକୁ ନେଇ ଚଳିତବର୍ଷ ଉତ୍ସାହ ଫିକା ପଡିଯାଇଛି। ସାରା ଦେଶରେ ଦୈନିକ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ଏଥିରେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ। ଏଣୁ ରାଜ୍ୟ ସରକାର ଚଳିତବର୍ଷ ବପ୍ପାଙ୍କ ପ୍ରତିମା ସର୍ବାଧିକ ୫ଫୁଟ ଉଚ୍ଚତା ମଧ୍ୟରେ ରଖିବାକୁ ପରାମର୍ଶ ଦେଇଛନ୍ତି।

ତେବେ ଉତ୍ତରପ୍ରଦେଶ ସରକାର ଆଗକୁ ଅନୁଷ୍ଠିତ ହେବାକୁ ଯାଉଥିବା ହିନ୍ଦୁ ପର୍ବପର୍ବାଣୀ ଲାଗି ଏପର୍ଯ୍ୟନ୍ତ କୌଣସି ଗାଇଡଲାଇନ ଜାରି କରିନାହାନ୍ତି। ତେବେ ଉପୁଜିଥିବା ପରିସ୍ଥିତିରେ ପ୍ରୟାଗରାଜ ଦୂର୍ଗାପୂଜା ସମିତିମାନେ ଚଳିତବର୍ଷ କମ୍‌ ଉଚ୍ଚତାର ପ୍ରତିମା ନିର୍ମାଣ ଲାଗି ସରକାର ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି। ପ୍ରୟାଗରାଜ ଦୂର୍ଗାପୂଜା କମିଟି ଓ ବେଙ୍ଗଲୀ ୱେଲଫେୟାର ଆସୋସିଏସନ ସାଧାରଣ ସମ୍ପାଦକ ଡା. ପି.କେ. ରାୟ ଅନ୍ୟ ରାଜ୍ୟମାନଙ୍କ ଭଳି ଉତ୍ତରପ୍ରଦେଶ ସରକାର ମଧ୍ୟ ତୁରନ୍ତ ପୂଜା ଗାଇଡଲାଇନ ଜାରି କରନ୍ତୁ ବୋଲି ଦାବି କରିଛନ୍ତି।

ଡା.ରାୟ କହିଛନ୍ତି ଯେ ଦୁର୍ଗାପୂଜା ଅକାଳ ବୋଧନ ବୋଲି ସମସ୍ତେ ଜାଣନ୍ତି। ଏଣୁ ବିନା ପ୍ରତିମାରେ ଦୁର୍ଗାଙ୍କ ଆରାଧନା ସମ୍ଭବ ନୁହେଁ। ଦୁର୍ଗା ପ୍ରତିମାଙ୍କ ବିନା ଆମନ୍ତ୍ରଣ ଓ ଅଧିବାସରେ ପୂଜାନୁଷ୍ଠାନ ହୋଇ ପାରିବ ନାହିଁ। ଏଣୁ କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ଛୋଟ ପ୍ରତିମା ନିର୍ମାଣ ଲାଗି ନିର୍ଦ୍ଦେଶ ଦିଆଯିବା ଦରକାର। ଯାହା କେବଳ ପୂଜାନୁଷ୍ଠାନ ଲାଗି ଆବଶ୍ୟକ। ଏହା ଦ୍ୱାରା ଅଯଥା ଜାକଜମକ ହେବ ନାହିଁ କି ପୂଜା ପେଣ୍ଡାଲମାନଙ୍କରେ ଭିଡ ହେବନାହିଁ। ଏଣୁ ମହାମାରୀ ବ୍ୟାପିବା ଭଳି ପରିସ୍ଥିତି ଉପୁଜିବ ନାହିଁ।

ଏନେଇ ପୂଜା କମିଟିମାନଙ୍କ ପକ୍ଷରୁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଇଥିବା ବେଳେ ଏହାକୁ ସରକାରଙ୍କୁ ପ୍ରଦାନ ଲାଗି ନିଷ୍ପତ୍ତି ହୋଇଛି। ଏଥିରେ ଚଳିତବର୍ଷ ଦୁର୍ଗାପୂଜା କମିଟିଙ୍କ ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୨ରୁ ୩ ଫୁଟ ମଧ୍ୟରେ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ଯେପରି କେହି ଜଣେବି ବ୍ୟକ୍ତି ମାଙ୍କ ପ୍ରତିମାକୁ ଏକାକୀ ଉଠାଇ ପାରିବେ। ଉପୁଜିଥିବା ବିଷମ ପରିସ୍ଥିତିରେ ମାଙ୍କ ପ୍ରତିମା ପୂଜା ବଦଳେ କଳଶରେ ପୂଜା ହେଲେ ଅତି ଉତ୍ତମ ହେବ ବୋଲି କମିଟିମାନେ କହିଛନ୍ତି।

ସେହିପରି ପୂଜା ଜାକଜମକ ଲାଗି ବଡବଡ ତୋରଣ ମେଢ ଓ ପେଣ୍ଡାଲକୁ ଆକର୍ଷକ କରିବାର ମଧ୍ୟ ଆବଶ୍ୟକତା ପଡିବ ନାହିଁ।  ପୂଜା ସହ ସମ୍ପୃକ୍ତ କମିଟିର ପ୍ରତ୍ୟେକ ବ୍ୟକ୍ତି ଫେସ୍ ସିଲ୍ଡ ଓ ସାନିଟାଇଜରର ଉପଯୋଗ କରିବେ। ପ୍ରତି ପୂଜା କମିଟି ୨ଟି ପିପିଇ କିଟ୍‌ ନିଶ୍ଟିତ ରଖିବେ। ଏହା ଦ୍ୱାରା ପେଣ୍ଡାଲ ବାହାରେ ଭକ୍ତଙ୍କ ଥର୍ମାଲ ସ୍କାନ କରି ପେଣ୍ଡାଲକୁ ଛାଡିବେ। ପୂଜାରେ ଅନ୍ୟବର୍ଷ ଭଳି ହେଉଥିବା ଲଙ୍ଗର ଓ ଭଣ୍ଡାରା ଆଦି ବନ୍ଦ ରହିବ। ପେଣ୍ଡାଲ ବାହାରେ ସୋସିଆଲ ଡିଷ୍ଟାନସିଂରେ ଧାଡି ବାନ୍ଧିଥିବା ଲୋକଙ୍କୁ ଭୋଗ ପ୍ୟାକେଟ୍‌ରେ ଦେଇ ସେହିଠାରୁ ବିଦାୟକରିବା ଲାଗି ବ୍ୟବସ୍ଥା କରିବେ। ଚଳିତବର୍ଷ ଭୋଗ ପ୍ରସାଦ କେବଳ ମାଙ୍କୁ ଅର୍ପଣ କରାଯିବ। ଦିନତମାମ ହେଉଥିବା ପ୍ରସାଦ ବିତରଣକୁ କରୋନା ମହାମାରୀ ଲାଗି ବନ୍ଦ ରଖାଯିବ।

   Related Posts