କ୍ଵାରେଣ୍ଟାଇନ କେନ୍ଦ୍ରକୁ ନେଇ ପଶ୍ଚିମବଙ୍ଗରେ ପୋଲିସ ଉପରେ ଆକ୍ରମଣ, ୨୦ କର୍ମଚାରୀ ଆହତ

Published By : Prameya-News7 Bureau | April 14, 2020 IST

କୋଲକାତା ୧୪।୦୪: କ୍ଵାରେଣ୍ଟକାଇନ୍ କେନ୍ଦ୍ର  ହଟାଇବା ଦାବି ନେଇ ପଶ୍ଚିମବଙ୍ଗର ବୁରଦ୍ଵାନ  ଜିଲ୍ଲାରେ ଗାଁ ଲୋକଙ୍କ ଆକ୍ରମଣରେ ୨୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ। ଏହି ଘଟଣା ବୁରଦ୍ଵାନ ଜିଲ୍ଲାର ବାଂଲାଦେଶର ଜାତୀୟ କବି କାଜି ନଜରୁଲ ଇସଲାମଙ୍କ ପୈତୃକ ଗାଁ ଚରୁଲିଆରେ ଘଟିଛି। ଏହି ଗ୍ରାମର ଏକ ଯୁବା ଛାତ୍ରବାସରେ ଦୁଇ ଦିନ ତଳେ କ୍ଵାରେଣ୍ଟାଇନ କେନ୍ଦ୍ର କରା ଯାଇଥିଲା। ଏହାକୁ ହଟାଇବାକୁ ଦାବି କରି ଗାଁ ଲୋକେ ପୋଲିସଙ୍କ ଉପରେ ଦୁଇ ଥର ଆକ୍ରମଣ କରିଛନ୍ତି।  

ଗାଁ ଲୋକଙ୍କ କହିବା କଥା ଯୁବା ଛାତ୍ର ବାସରେ ନିର୍ମିତ କ୍ଵାରେଣ୍ଟାଇନ କେନ୍ଦ୍ରରେ କିଛି ସନ୍ଦିଗ୍ଧ କୋଭିଡ୍-୧୯ ରୋଗୀଙ୍କୁ ଅଣାଯିବା ପରେ ରବିବାର ଚୁରୁଲିଆ ଗାଁରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଗାଁ ଲୋକଙ୍କ ଦାବି ଏହା ଯେ, କ୍ଵାରେଣ୍ଟାଇନ କେନ୍ଦ୍ରକୁ ନିକଟସ୍ଥ ମଦନଟୋର ଗାଁର ଏକ ପରିତ୍ୟକ୍ତ ସ୍କୁଲରେ କରାଯାଉ କିମ୍ବା ଚୁରୁଲିଆ ବାହାରେ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଉ।

ଗାଁ ଲୋକେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଏପ୍ରିଲ ୧୦ରେ ଆସନସୋଲରେ କୋଭିଡ୍-୧୯ରେ ମୃତ୍ୟ ଘଟିଥିବା ୟୁନାନି ଚିକିତ୍ସା ବ୍ୟବସାୟୀ(୭୧)ଙ୍କ ସଂପର୍କୀୟଙ୍କୁ ସୋମବାର ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯିବା ପୂର୍ବରୁ ଏହି କ୍ଵାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଥିଲା। ମାତ୍ର ଏଚଟି କୋଲକାତା ହସ୍ପିଟାଲର ପାଥୋଲୋଜିଷ୍ଟ ରିପୋର୍ଟରେ କହିଛନ୍ତି ଯେ, ନମୂନା ପରୀକ୍ଷଣ ପାଇଁ ପଠାଯାଇଥିଲା। ରୋଗୀ ମରିବାର ଗୋଟିଏ ଦିନ ପୂର୍ବରୁ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ରାଜ୍ୟ ସରକାର ମଧ୍ୟ ଏପ୍ରିଲ ୯ରେ ରୋଗୀ କୋଭିଡ୍-୧୯ ପଜିଟିଭ୍ ଥିବା ଚିହ୍ନଟ କରି ନଥିଲେ।

ଜିଲ୍ଲା ଅଧିକାରୀ ପ୍ରତ୍ୟକ୍ଷଦର୍ଶୀଙ୍କ ସେହି ବୟାନର ମଧ୍ୟ ସୂଚନା ଦେଇନାହିଁ ଯେ, ପୋଲିସ୍ ଭିଡକୁ ନିୟନ୍ତ୍ରଣ କରିବା ବେଳେ ହ୍ଵାଓ୍ଵାରେ ଗୁଳି ଚଳାଇଥିଲେ। ପୋଲିସ୍ ଉପରେ ଦ୍ଵିତୀୟ ଥର ଆକ୍ରମଣ ବେଳେ ପୋଲିସ ହାଓ୍ଵାରେ ଗୁଳି ଚାଳନା କରିଥିଲା।

ପୋଲିସ ଉପରେ ଆକ୍ରମଣ କରିବା ସହିତ ଉତ୍ତେଜିତ ଗ୍ରାମବାସୀ ସ୍ଥାନୀୟ ତୃଣମୂଳ କଂଗ୍ରେସ(TMC) ନେତାଙ୍କ ଘର ଉପରେ ମଧ୍ୟ ଭଙ୍ଗାରୁଜା କରିଛି। ଯିଏ ଜିଲ୍ଲା ପ୍ରଶାସନାକୁ କାଜି ନଜରୁଲଙ୍କ ପତ୍ନୀଙ୍କ କବରରୁ ୧୦୦ ମିଟର ଦୂରରେ ସ୍ଥିତ ଯୁବା ଛାତ୍ରବାସକୁ ଉପଯୋଗ କରିବାକୁ ଅନୁମତି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.