ୱେସ୍‌କୋ, ନେସ୍‌କୋ ଓ ସାଉଥକୋର ହେବ ଘରୋଇ କରଣ- ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

Published By : Prameya-News7 Bureau | January 03, 2020 IST

 ଭୁବନେଶ୍ବର୩/୧: ୱେସ୍‌କୋ, ନେସ୍‌କୋ ଓ ସାଉଥକୋର ହେବ ଘରୋଇ କରଣ। ସେସୁ ଭଳି ଏ ତିନି ବିଦ୍ୟୁତ ବିତରଣ କମ୍ପାନିକୁ ଘରୋଇ କରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଓଇଆରସି ଗାଇଡ ଲାଇନ ଅନୁସାରେ ଘରୋଇ କରଣ କରାଯାଉଛି ବୋଲି ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି।  ସେପଟେ କିନ୍ତୁ ବିଦ୍ୟୁତ କର୍ମଚାରୀ ଏବଂ ବିରୋଧୀ ଏହାକୁ ସମାଲୋଚନା କରିଛନ୍ତି।

{"id":206450,"sizeSlug":"large"}

ସେସୁ ପରେ ଅନ୍ୟ ୩ ବିଦ୍ୟୁତ ବିତରଣ କମ୍ପାନି ୱେସ୍‌କୋ, ନେସ୍‌କୋ ଓ ସାଉଥକୋର ଘରୋଇ କରଣ ପାଳି । ସେସୁକୁ ଟାଟା ପାୱାର ଆସନ୍ତା ୩ ମାସ ଭିତରେ ଅଧିଗ୍ରହଣ ପ୍ରକ୍ରିୟା ସାରିବା ପରେ ବାକି ୩ ବିଦ୍ୟୁତ ବିତରଣ କଂପାନୀର ଘରୋଇକରଣ ପ୍ରକ୍ରିୟା ଆରମ୍ଭ କରି ଓଇଆରସି। ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏନେଇ ସୂଚନା ଦେଇଛନ୍ତି। ତେବେ ଓଇଆରସି ଗାଇଡଲାଇନ୍ ଉପରେ ଏସମସ୍ତ ପ୍ରକ୍ରିୟା ନିର୍ଭର କରୁଛି ବୋଲି କହିଛନ୍ତି ମନ୍ତ୍ରୀ । ସେସୁକୁ ଟାଟା ପାୱାର ଅଧିଗ୍ରହଣ କରିଛି। ଘରୋଇ କଂପାନୀ ଟାଟା ପାଓାର କିଭଳି ଉପଭୋକ୍ତାଙ୍କୁ ସେବା ଯୋଗାଉଛି ତାକୁ ଅନୁଧ୍ୟାନ କରିବାପରେ ଓଇଆରସି ବାକି ୱେସ୍‌କୋ, ନେସ୍‌କୋ ଓ ସାଉଥକୋକୁ ଘରୋଇ କରଣ କରିବା ନେଇ ନିଷ୍ପତ୍ତି ଚୂଡ଼ାନ୍ତ କରିବ ।

{"id":206451,"sizeSlug":"large"}

ଟୋଚିଏ ପରେ ଗୋଟିଏ ବିଦ୍ୟୁତ ବିତରଣ କମ୍ପାନିର ଘରୋଇ କରଣ ଯୋଜନାକୁ ନାପସନ୍ଦ କରିଛନ୍ତି ବିରୋଧୀ । ବିଦ୍ୟୁତ ବଳକା ରାଜ୍ୟ ଓଡିଶାରେ ଏଭଳି କଣ ସ୍ଥିତି ଉପୁଜିଲା ଯେ ଶେଷରେ ଓଇଆରସି ଏସବୁ ବିତରଣ କଂପାନୀକୁ ଘରୋଇ କରଣ ପାଇଁ ବାଧ୍ୟ ହେଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଓ ବିଜେପି । ବିଜେପି କହିଛି ସରକାରଙ୍କ ବିଦ୍ୟୁତ ନୀତି ତୃଟିପୂର୍ଣ୍ଣ ଏବଂ ଓଇଆରସି ଗଠନ ନିଷ୍ପତ୍ତି ବି ଭୁଲ୍ ଥିଲା ।

{"id":206452,"sizeSlug":"large"}

ଯେଉଁଥିପାଇଁ ବଳକା ବିଦ୍ୟୁତ ରାଜ୍ୟ ଓଡ଼ିଶାରେ ଏବେ ବିଦ୍ୟୁତ୍ ନିଅଣ୍ଟ ହେଲା । ଘରୋଇକରଣ ଦ୍ବାରା ଖାଉଟି ହନ୍ତସନ୍ତ ହେବେ ବୋଲି ବିଜେପି ଅଭିଯୋଗ ବାଢିଛି । କଂଗ୍ରେସ କହିଛି ରାଜ୍ୟ ସରକାର ନିର୍ବାଚନ ଖର୍ଚ୍ଚ ଉଠାଇବା ପାଇଁ ବିଦ୍ୟୁତ ବିତରଣ କମ୍ପାନିଗୁଡ଼ିକୁ ଘରୋଇ କରଣ କରୁଛନ୍ତି । ଏହାଦ୍ବାରା ଆଗକୁ ସାଧାରଣ ଲୋକଙ୍କ ପାଇଁ ବିଦ୍ୟୁତ ଖର୍ଚ୍ଚ ବଢାଇବ ।

{"id":206453,"sizeSlug":"large"}

ବକେୟା ବିଦ୍ୟୁତ ଦେୟ ଯୋଗୁ ଆର୍ଥିକ କ୍ଷତି ସହୁଥିବା ବିଦ୍ୟୁତ୍ ବିତରଣ କମ୍ପାନି ସେସୁର ଘରୋଇ କରଣ ପାଇଁ ଓଇଆରସି ନିଷ୍ପତ୍ତି ନେଇଥିଲା। ଟାଟା ପାୱାର ପ୍ରଥମେ ସେସୁକୁ ଅଧିଗ୍ରହଣ କରିଛି । ବାକି ୩ ବିଦ୍ୟୁତ ବିତରଣ କମ୍ପାନି ୱେସ୍‌କୋ, ନେସ୍‌କୋ ଓ ସାଉଥକୋକୁ ନେବା ପାଇଁ ବି ଟାଟା ପାଓ୍ବାର ଆଗ୍ରହ ପ୍ରକାଶ କରିଛି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.