ୱେସ୍କୋର ଜୁନିଅର ଆକାଉଣ୍ଟାଣ୍ଟ ବିଭୂତି ଭୂଷଣ ବିନ୍ଧାଣୀଙ୍କୁ ଗିରଫ କଲା ଭିଜିଲାନ୍ସ, ଠାବ ହୋଇଥିଲା ୨ କୋଟିରୁ ଅଧିକ ଟଙ୍କା

Published By : Prameya-News7 Bureau | January 01, 2021 IST

ବଲାଙ୍ଗୀର ୧।୧: ୱେସ୍କୋର ଜୁନିଅର ଆକାଉଣ୍ଟାଣ୍ଟ ବିଭୂତି ଭୂଷଣ ବିନ୍ଧାଣୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ବଲାଙ୍ଗିର ଅଧୀକ୍ଷଣ ଯନ୍ତ୍ରୀ ୱେସ୍କୋ ଅଫିସର ଜୁନିଅର ଆକାଉଣ୍ଟାଣ୍ଟ ବିଭୂତି ଭୂଷଣ ବିନ୍ଧାଣୀ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲ୍ ଯିବାକୁ ପଡ଼ିଛି । ୧ କୋଟି ୭ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳର ହିସାବ ଦେଇ ନପାରିବାରୁ ବିଭୂତି ଭୂଷଣ ବିନ୍ଧାଣୀଙ୍କୁ ଗିରଫ କରିଛି ବଲାଙ୍ଗିର ଭିଜିଲାନ୍ସ । ତେବେ ଜାମିନ ନାମଞ୍ଜୁର ହେବାରୁ ସେ ଜେଲ୍ ଯାଇଛନ୍ତି ।

{"id":385290,"sizeSlug":"large","linkDestination":"none"}

ସର୍କିଟ୍ ହାଉସ୍ ସ୍ଥିତ ଘର ଓ ୱେସ୍କୋ ଅଫିସ ଭିଜିଲାନ୍ସ ବିଭାଗର ୪ଟି ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲା । ଚଢ଼ାଉରେ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଏପରିକି ନଗଦ ୧୬ ଲକ୍ଷ ୩୨ ହଜାର ଟଙ୍କା ସହ ବିପୁଳ ପରିମାଣର ସୁନା ଗହଣା, ତିନି ମହଲା କୋଠା, ବିଭିନ୍ନ ଲୋକଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ  ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା । ଚଢ଼ାଉରେ ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗିର ଭିଜିଲାନ୍ସ ଟିମ୍ ସାମିଲ ଥିଲେ ।

{"id":385291,"sizeSlug":"large","linkDestination":"none"}

ଠାବ ହୋଇଥିବା ୨ କୋଟି ଟଙ୍କା ମଧ୍ୟରୁ ୧ କୋଟି ୭ ଲକ୍ଷ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଜଣାପଡିଥିଲା । ହେଲେ ଜେରା ବେଳେ ବିଭୂତି ଭୂଷଣ ବିନ୍ଧାଣିଙ୍କ ପାଖରେ ଏତେ ଟଙ୍କା କୁଆଡୁ ଆସିଲା ?  କାହା ପାଖରୁ ଏତେ ଟଙ୍କା ଆଣିଲେ ? ଜଣେ ଜୁନିଅର୍ ଆକାଉଣ୍ଟାଣ୍ଟ ହୋଇ ସେ କିଭଳି ଭାବରେ ଏତେ ଟଙ୍କାର ମାଲିକ ହୋଇପାରିଲେ ? ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ବିନ୍ଧାଣି ଗିରଫ କରି ଜେଲ୍ ପଠାଇଛି ଭିଜିଲାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.