୩ ଆତଙ୍କବାଦୀ ନିହତ : ପାକିସ୍ତାନରୁ ଭାରତକୁ କରୁଥିଲେ ଅନୁପ୍ରବେଶ

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୧/୬: ଜାମ୍ମୁ ଏବଂ କାଶ୍ମୀରରେ ସୋମବାର ନିୟନ୍ତ୍ରଣ ରେଖା ବାହାରେ ଭାରତୀୟ ଅଞ୍ଚଳକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଆତଙ୍କବାଦୀ ଭାରି ଅସ୍ତ୍ରଶସ୍ତ୍ର ଧରିଥିଲେ ଏବଂ ପାକିସ୍ତାନରୁ ପ୍ରଶିକ୍ଷିତ ହୋଇଥିଲେ। ସୁରକ୍ଷା ବଳ,ସେହି ଅଞ୍ଚଳରେ ଖୋଜାଖୋଜି ଅଭିଯାନ ଚଲାଇଛନ୍ତି। ଜାମ୍ମୁ-କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ବିଷୟରେ ଗୁଇନ୍ଦା ଏଜେନ୍ସି ଦ୍ବାରା ସୂଚନା ମିଳିବା ପରଠୁ କାଉଣ୍ଟର ଅନୁପ୍ରବେଶ ଆରମ୍ଭ ହୋଇଥିଲା।

ପାକିସ୍ତାନ ଏଲଓସିରେ ଆତଙ୍କବାଦୀଙ୍କୁ ପଠାଇବାକୁ ଉଦ୍ୟମ କରୁଛି। ଗୁଇନ୍ଦା ଏଜେନ୍ସି ମୁତାବକ,ଗୁରେଜ ସେକ୍ଟର ସାମନାରେ ସ୍ଥିତ ପାକିସ୍ତାନ ପୋଷ୍ଟ ଏବଂ ସରଦାରିରେ କେନ୍ଦ୍ରିତ ଅଜଣା ଆତଙ୍କବାଦୀଙ୍କ ୨ ସମୂହ ଅନୁପ୍ରବେଶ କରିବାର ଯୋଜନା କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.