Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡିଶା ଷ୍ଟାଫ ସିଲେକସନ କମିଶନ ଘୁଞ୍ଚାଇଲେ ଡବ୍ଲୁଇଓ ପରୀକ୍ଷା

1/05/2019 at 7:19 PM

ଭୁବନେଶ୍ବର ୧|୫: ସମ୍ଭାବ୍ୟ ବାତ୍ୟା ଫନିକୁ ଦୃଷ୍ଟିରେ ରଖି ଓଡିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ୱେଲଫେର ଏକ୍ସଟେନ୍ସନ ଅଧିକାରୀ ବା ମଂଗଳ ସଂପ୍ରସାରଣ ଅଧିକାରୀ ପଦବୀ ପାଇଁ ପାଇଁ ହେବାକୁ ଥିବା ମୌଖିକ ପରୀକ୍ଷା ଘୁଞ୍ଚାଇଦେଇଛନ୍ତି । ଏହି ପରୀକ୍ଷା ୨, ୩, ଓ ୪ ତାରିଖରେ ହେବାକୁ ଥିଲା । ସମ୍ଭାବ୍ୟ ବାତ୍ୟା ଯୋଗୁଁ ପରୀକ୍ଷା ୮, ୯ ଏବଂ ୧୦ ତାରିଖରେ ଏହି ପରୀକ୍ଷା ହେବ । ସୂଚନାଯୋଗ୍ୟ ଯେ, ଲିଖିତ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ୧୩୦ଜଣ ପ୍ରାର୍ଥୀଙ୍କୁ ମୋଖିକ ପରୀକ୍ଷା ପାଇଁ ଡକାଯାଇଥିଲା ।



   Related Posts