ଭୋଟ୍ ଗଣତିର ଅନ୍ତିମ ପର୍ଯ୍ୟାୟ: ସମର୍ଥକ କହିଲେ, 'ବେଣୁ ବିଜୟଲାଭ କରିଛନ୍ତି'

Published By : Prameya-News7 Bureau | November 10, 2020 IST

ବାଲେଶ୍ବର୧୦/୧୧: ରାଜ୍ୟର ୨ଟି ଉପ-ନିର୍ବାଚନର ଭୋଟ୍ ଗଣତିର ଅନ୍ତିମ ପର୍ଯ୍ୟାୟ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୨ଟି ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ଏବଂ ବାଲେଶ୍ବରରେ ବିଜେଡି ଆଗରେ ରହିଛି। ବାଲେଶ୍ବରରେ ବିଜେଡି-ବିଜେପି ୧୦ ହଜାର ଭୋଟ୍ ବ୍ୟବଧାନରେ ଆଗପଛ ରହିଛି। ତିର୍ତ୍ତୋଲରେ ବିଜେଡିର ବିଜୟ ଏକ ପ୍ରକାର ନିଶ୍ଚିତ ହୋଇସାରିଛି।

{"id":359467,"width":567,"height":457,"sizeSlug":"large"}

ଅନ୍ୟପଟେ ବାଲେଶ୍ବର ଉପ-ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା। ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା, ଯାତ୍ରା କଳାକଳା ଦାମ ପଣ୍ଡା, ଯାଜପୁର କିନ୍ନର ସଂଘ ଏବଂ ଅଭିନେତ୍ରୀ ରାନୀ ସାହୁ ବେଣୁଧରଙ୍କ ପାଇଁ ପ୍ରଚାର କରିଥିଲେ। ପ୍ରଥମ ଦିନରୁ ବାଲେଶ୍ବରରେ ବେଣୁଧରଙ୍କ କ୍ରେଜ୍ ରହିଥିଲା।

{"id":359468,"sizeSlug":"large"}

ହେଲେ ବେଣୁଙ୍କ ପ୍ରତି ଯେଉଁଭଳି ସମର୍ଥନ ଥିଲା, ତାହା ଭୋଟ୍‌ରେ ପରିଣତ ହୋଇନଥିବା ତାଙ୍କ ସମର୍ଥକମାନେ ମତ ପ୍ରକାଶ କରିଛନ୍ତି। ୨୦ ରାଉଣ୍ଡ ଗଣତି ସୁଦ୍ଧା ବେଣୁ ୮୩୪ ଖଣ୍ଡ ଭୋଟ୍ ପାଇଛନ୍ତି। ଅନ୍ୟପଟେ କର୍ମୀମାନେ ବିଜେଡି କ୍ୟାମ୍ପରେ ବିଜୟ ଉତ୍ସବ ପାଳନ କରିବାରେ ଲାଗିଲେଣି।

{"id":359469,"width":589,"height":826,"sizeSlug":"large"}

ବେଣୁ କାହିଁକି ଏତେ କମ୍ ଭୋଟ ପାଇଲେ? କଣ ରହିଛି କାରଣ ? ଏ ନେଇ ବେଣୁଧରଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ। ତାଙ୍କର ଅର୍ଥବଳ କି ଟଙ୍କା ବଳ କିଛି ନ ଥାଇ ବି ସେ ହେଭିଓ୍ବେଟ୍‌ ପ୍ରାର୍ଥୀଙ୍କ ବିରୋଧରେ ବେଣୁଧର ପ୍ରତିଦ୍ବନ୍ଦିତା କରୁଥିଲେ। ଏ ନେଇ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ସମର୍ଥକ କହିଛନ୍ତି, ବେଣୁଧର ବିଜୟ କରିଛନ୍ତି। ସେ ନିର୍ବାଚନରେ ବିଜୟ ନ କରି ପାରିଥାଆନ୍ତି ହେଲେ ସମସ୍ତଙ୍କ ହୃଦୟକୁ ନିଶ୍ଚିତ ଜିତିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.