୫ କ୍ଵିଣ୍ଟାଲର ହ୍ୱେଲ ସାର୍କ ମୃତ, ୩ଦିନ ତଳେ ପଡିଥିଲା ଜାଲରେ

Published By : Prameya-News7 Bureau | March 07, 2021 IST

ସୋର ୦୭।୦୩: ୫ କ୍ଵିଣ୍ଟାଲର ହ୍ୱେଲ ସାର୍କର ମୃତ୍ୟୁ । ୩ ଦିନ ତଳେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଇଥିବା ବେଳେ ଜାଲରେ ଏକ ୱେଲ ସାର୍କ ପଡ଼ିଥିଲା । ତାକୁ ମତ୍ସ୍ୟଜୀବୀମାନେ କୂଳକୁ ନେଇ ଆସିଥିଲେ । ପରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବାରୁ ହ୍ୱେଲ ସାର୍କଟିକୁ ସମୁଦ୍ରରେ ଛାଡ଼ିଦେଇଥିଲେ ମତ୍ସ୍ୟଜୀବୀ । ତେବେ ହ୍ୱେଲ ସାର୍କଟି ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା କଣ୍ଟିଆ ଚେରା ଜାମୁକା ମୁହାଁଣରେ ମରି ପଡିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.