ଟ୍ରମ୍ପଙ୍କ ସ୍ୱାଗତ ପାଇଁ ବିଶାଳ ଗୁଡି ସହ ହୋଇଛି ଏହି ଆୟୋଜନ

Published By : Prameya-News7 Bureau | February 23, 2020 IST

ନୂଆଦିଲ୍ଲୀ ୨୩।୦୨ -ଆସୁଛନ୍ତି ଟ୍ରମ୍ପ। ଟ୍ରମ୍ପଙ୍କ ଭାରତ ଗସ୍ତ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି। ଆମେରିକାର ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମିଲେନିଆଙ୍କ ଭାରତରେ  ୩୬ ଘଣ୍ଟାର ଜାମ୍ ପ୍ୟାକଡ ସେଡ୍ୟୁଲ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଅହମ୍ମଦାବାଦ, ଦିଲ୍ଲୀ ଏବଂ  ଆଗ୍ରା  ଟ୍ରମ୍ପଙ୍କ ଆଗମନକୁ ଅପେକ୍ଷା କରି ରହିଛନ୍ତି। …

{"id":228261,"sizeSlug":"large"}
Indo-US friendship in the wake of Trump presidency made it to Suttur fair as a giant kite used the two world leaders bromance as its theme during the kite competition

ଆକାଶରେ ଉଡିଲାଣି ମୋଦି ଟ୍ରମ୍ପ ଗୁଡି ।  ବିରାଟ ଗୁଡ଼ି, ବିଶାଳ ଆୟୋଜନ।   କାଲି ପ୍ରଥମ ଥର ପାଇଁ ଭାରତକୁ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫାଷ୍ଟ ଲେଡି ମିଲେନିଆ । ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ବାଗତ କରିବାପାଇଁ କର୍ଣ୍ଣାଟକରେ ଖ୍ୟାତନାମା ଗୁଡିକାରିଗର ଭି କେ ରାଓ ୧୫ ଫୁଟ ଲମ୍ବାର ଗୁଡି ଉଡାଇଲେଣି । ଏପଟେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ବାଗତ ପାଇଁ ଅମ୍ରିତସରରେ ଗୁଡି ନିର୍ମାଣ କରୁଥିବା କମ୍ପାନୀ ସ୍ବତନ୍ତ୍ର ଗୁଡି ନିର୍ମାଣ କରିଛି । କିଛି ଗୁଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ଛବି ସ୍ଥାନ ପାଇଛି।

{"id":228257,"sizeSlug":"large"}

ସେପଟେ ଅହମ୍ମଦାବାଦର ଫରଚ୍ୟୁନ ଲ୍ୟାଣ୍ଡମାର୍କ ହୋଟେଲରେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାଗତ ପାଇଁ ବିଶେଷ ଟ୍ରାଡିସନାଲ ଇଣ୍ଡିଆନ ଫୁଡ। ।  ଲଞ୍ଚ ରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଫାଷ୍ଟ ଲେଡି ମିଲେନିଆ ଓ ପ୍ରଧାନମନ୍ତ୍ରୀ ରହିବେ। ଏଥିପାଇଁ ଖାଦ୍ୟ ଓ ପାନୀୟ ପ୍ରସ୍ତୁତି ପାଇଁ ସେଫ୍ ସୁରେଶ ଖାନ୍ନାଙ୍କୁ ଦାୟିତ୍ବ ଦିଆଯାଇଛି। ଟ୍ରମ୍ପଙ୍କୁ ଖାଇବାରେ ଗୁଜରାଟୀ ବ୍ୟଞ୍ଜନ ଖାମନ ଢୋକଲା,ସ୍ପେଶାଲ ଗୁଜରାଟି ଜିଞ୍ଜର ଚା, ବ୍ରୋକୋଲି ଓ କର୍ଣ୍ଣ ସମୋସା, ଆଇସ୍ ଟି, ଗ୍ରୀନ ଟି, ମଲ୍ଟି ଗ୍ରେନ୍ କୁକିଜ୍ ପରସାଯିବ।

{"id":228262,"sizeSlug":"large"}

ତେବେ ଭାରତରୁ ଆମେରିକାର ଏବେ ଗୋଟିଏ ଭିଡିଓ ଭାଇରାଲ । ଯେଉଁଥିରେ ଟ୍ରମ୍ପ ବାହୁବଳୀ ରୂପରେ ଦେଖିବାକୁ ମିଳିଛି । ଏହି ଆନିମେଟେଡ ମିମ ଭିଡିଓରେ ଭାରତ ଓ ଆମେରିକାର ବନ୍ଧୁତା ଦେଖାଯାଇଛି । ବାହୁବଳୀ ଫିଲ୍ମର ଏକ ଫୁଟେଜକୁ ଏଡିଟ କରାଯାଇଛି । ଏଥିରେ ଟ୍ରମ୍ପଙ୍କୁ ବାହୁବଳୀ ରୂପରେ ଦେଖାଯାଇଛି । ଟ୍ରମ୍ପଙ୍କ ପତ୍ନୀ ମିଲେନିଆଙ୍କୁ ମଧ୍ୟ ରଥରେ ବସିଥିବା ଦେଖାଯାଇଛି । ଟ୍ରମ୍ପ ନିଜର ଝିଅ ଇଭାଙ୍କା ଓ ତାଙ୍କ ସ୍ବାମୀ ଜେରେଡଙ୍କୁ କାନ୍ଧରେ ବସାଇଛନ୍ତି । ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବି ଦେଖାଯାଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଟ୍ରମ୍ପ ଏହି ଟୁଇଟକୁ ରିଟୁଇଟ କରିଛନ୍ତି ।

ଆମେରିକା ରାଷ୍ଟ୍ରପତିଙ୍କ ଭବ୍ୟ ସ୍ୱାଗତ ପାଇଁ ସାରା ଅହମଦାବାଦ ସହରକୁ ସୁସଜିତ କରାଯାଇଛି । ୮ କିଲୋମିଟର ଲମ୍ବା ରାସ୍ତାର ଚାରିପଟେ ବିଭିନ୍ନ ରାଜ୍ୟର କାଳସଂସ୍କୃତି ପ୍ରଦର୍ଶନ କରାଯାଉଛି । ଆଦିବାସୀ ନୃତ୍ୟ,ଦାଣ୍ଡିଆ ,ଓଡିଶୀ ନୃତ୍ୟ ର ରିହରସଲ୍ ଜୋର୍ ସୋର୍ ରେ ଚାଲିଛି ।  ସେମିତି ମାଲଖମ୍ବ ନୃତ୍ୟର ବି ପ୍ରାକ୍ଟିସ ଚାଲିଛି। ସୁରକ୍ଷା ବ୍ୟବସ୍ଥାକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ଅହମଦାବାଦ ସହର ଉପରେ ବାରମ୍ବାର ଚକ୍କର କାଟୁଛି ହେଲିକପ୍ଟର । ଏହା ସହ ଟ୍ରମ୍ପଙ୍କ କାରକେଡ୍ ର ରିହରସଲ୍ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.