ଫେରିଲେ ଅଭିନନ୍ଦନ : ଟ୍ବିଟ୍ କରି ସ୍ବାଗତ କଲେ ମୋଦି ଓ ରାହୁଲ
2/03/2019 at 8:47 AM

ନୂଆଦିଲ୍ଲୀ ୨|୩ : ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ସ୍ବଦେଶ ମାଟିରେ ପାଦ ରଖିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି । ଅଭିନନନ୍ଦନଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଅଦମ୍ୟ ସାହସ ପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି । ୧୩୦ କୋଟି ଦେଶବାସୀଙ୍କ ପାଇଁ ସେନା ପ୍ରେରଣାର ଉତ୍ସ ବୋଲି ମୋଦି କହିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନରେ ଖୁସି ବ୍ୟକ୍ତ କରି ଜୟ ହିନ୍ଦ୍ କହିଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ବିଟ୍ କରି କହିଛନ୍ତି ୱୈଲକମ୍ ବ୍ୟାକ୍ । ଅଭିନନ୍ଦନଙ୍କ ମାନସିକ ସନ୍ତୁଳନ, ସ୍ବାଭିମାନ ଓ ଅଦମ୍ୟ ସାହସ ପାଇଁ ଦେଶ ଗର୍ବିତ ବୋଲି ରାହୁଲ କହିଛନ୍ତି ।
Related Posts
ପାସେଞ୍ଜର ଟ୍ରେନ୍ ଚାଲିବାକୁ ହୋଇପାରେ ବିଳମ୍ବ ! ଜାଣନ୍ତୁ କାହିଁକି
24 January 2021