ଆରମ୍ଭ ହେଲା ଆଇଏମଏସ, ସମ ମେଡିକାଲ କଲେଜର ନୂଆ ଶିକ୍ଷାବର୍ଷ : ନବାଗତଙ୍କୁ ସ୍ବାଗତ ପାଇଁ ବିଶେଷ କାର୍ଯ୍ୟକ୍ରମ

Published By : Prameya-News7 Bureau | September 03, 2018 IST

ଭୁବନେଶ୍ବର ୩|୯ : ଆରମ୍ଭ ହେଲା ଆଇଏମଏସ ,ସମ ମେଡିକାଲ କଲେଜର ଚଳିତ ବର୍ଷ ର ନୁତନ ଛାତ୍ର ଛାତ୍ରୀମାନଙ୍କ ଶିକ୍ଷା । ପ୍ରଥମ ଦିନରେ ଏହାର ପରିସରରେ ଅନୁଷ୍ଠିତ ହୋଇଛି ସ୍ବାଗତ କାର୍ଯ୍ୟକ୍ରମ । ଏହି ନୂତନ ଶିକ୍ଷାର୍ଥୀମାନଙ୍କୁ ଉପର ବ୍ୟାଚର ଛାତ୍ର ଛାତ୍ରୀ ମାନେ କରିଛନ୍ତି ସ୍ବାଗତ । ଫିଜିଓଲୋଜି, ଆନାଟୋମି, ,ବାଇଓକେମିଷ୍ଟ୍ରି,, ଓ କମ୍ୟୁନିଟି ମେଡିସିନ୍ ଆଦି ଚାରୋଟି ବିଭାଗର ୧୫୦ ଜଣ ଛାତ୍ର ଛାତ୍ରୀ ଙ୍କୁ ଏ ଅବସରରେ କରାଯାଇଛି ସ୍ବାଗତ । ଡାକ୍ତରୀ ଏକ ମହତ ପେଶା । ତେଣୁ ଏହି ବୃତ୍ତିର ପାଠ୍ୟକ୍ରମ ଆରମ୍ଭ କରିବା ଆଗରୁ ଲୋକଙ୍କ ପ୍ରତି କିଭଳି ସେବା ମନୋବୃତି ରଖି କ୍ୟାରିୟର କରିବାର ଆବଶ୍ୟକତା ରହିଛି ସେ ନେଇ କହିଛନ୍ତି ଉପସ୍ଥିତି ବିଭାଗିୟ ଅଧିକାରୀ ମାନେ । ତେବେ ତିନି ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପାଠ୍ୟକ୍ରମର ବିଭିନ୍ନ ଦିଗକୁ ନେଇ ହେବ ଆଲୋଚନା । ନୂଆ କରି କୌଣସି ଅନୁଷ୍ଠାନରେ ପାଠ୍ୟକ୍ରମ ଆରମ୍ଭ କରିବା ବେଳେ ରାଗିଙ୍ଗକୁ ନେଇ ଥାଏ ମନରେ ଡର । ତେବେ ଆଇଏମଏସ ,ସମ ହସପିଟାଲ ଏକ ଏଭଳି ଅନୁଷ୍ଠାନ ଯାହାର କ୍ୟାମ୍ପସ ହେଉଛି ସଂପୁର୍ଣ ଭୟମୁକ୍ତ ବା ରେଗିଙ୍ଗ ଫ୍ରି । ଏଠାରେ ନ୍ୟୁ କମରମାନଙ୍କୁ ଘରର ସଦସ୍ୟ ବା ସାନ ଭାଇ ଭଉଣୀ ଭଳି ବ୍ୟବହାର କରାଯାଏ । ବିଭିନ୍ନ ରାଜ୍ୟରୁ ଆସୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଯେଭଳି ଘରୁ ଦୂରରେ ରହିବାର ଅନୁଭବ ନହେବ ସେହିଭଳି ମିଶିଥାନ୍ତି ବୋଲି କୁହିଛନ୍ତି ସିନିୟର ମାନେ । ନବାଗତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଏହି ଅବସରରେ ଦେଖିବାକୁ ମିଳିଛି ବେଶ ଉତ୍କଣ୍ଠା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.