୧୪ ବର୍ଷ ପରେ ବି 'Welcome' ର ଏହି ଅଭିନେତାଙ୍କୁ ମିଳିନାହିଁ ପାରିଶ୍ରମିକ: କହିଲେ-୧୦ କୋଟି ଦେଲେ ବି କରିବିନି ଫିଲ୍ମ…

Published By : Prameya-News7 Bureau | July 06, 2021 IST

ମୁମ୍ବାଇ ୦୬/୦୭: ଫିଲ୍ମ ଦେଖିବା ସମୟରେ ଆମେ ଅନେକ ଥର ପାର୍ଶ୍ୱ ଅଭିନେତାଙ୍କୁ ଭୁଲିଯାଉ, କିନ୍ତୁ ବାସ୍ତବରେ ସେମାନଙ୍କର ଉପସ୍ଥିତି କାହାଣୀକୁ ଆଗକୁ ନେବାରେ ସାହାଯ୍ୟ କରିଥାଏ । ଏହିପରି ଜଣେ ପାର୍ଶ୍ୱ ଅଭିନେତା ହେଉଛନ୍ତି ସ୍ନେହଲ ଡାବି । ଅନେକ ଫିଲ୍ମରେ ତାଙ୍କର ଅଭିନୟ ଦେଖିବାକୁ ମିଳିଛି । କିନ୍ତୁ ଏହାର ପ୍ରତିବଦଳରେ ସେ କେଉଁ ମୂଲ୍ୟ ପାଇଛନ୍ତି, କିମ୍ବା ପାଇନାହାଁନ୍ତି ତାହା କେହି ଜାଣନ୍ତି ନାହିଁ । ନିକଟରେ ସ୍ନେହଲ ଡାବି କହିଛନ୍ତି ଯେ ପ୍ରାୟ ୧୪ ବର୍ଷ ପରେ ମଧ୍ୟ ଫିରୋଜ ନାଡିଆଡୱାଲା ତାଙ୍କୁ ୱେଲକମ୍ ଫିଲ୍ମରେ କାମ କରିଥିବା ପେମେଣ୍ଟ୍ ଦେଇନାହାଁନ୍ତି।

ସ୍ନେହଲ କହିଛନ୍ତି, 'ଯଦିଓ ଫିରୋଜ ନାଡିଆଡୱାଲା ମୋତେ ୧୦ କୋଟି ଟଙ୍କା ଦିଅନ୍ତି, ତଥାପି ମୁଁ ତାଙ୍କ ଫିଲ୍ମ କରିବି ନାହିଁ। ଫିରୋଜ ଭାଇ କଥା ଦିଅନ୍ତି ଏବଂ ପରେ ଭୁଲିଯାଆନ୍ତି । ‘ୱେଲକମ’ରେ କାମ କରିବା ପାଇଁ କୌଣସି ପାରିଶ୍ରମିକ ନ ପାଇବା ବିଷୟରେ ସ୍ନେହଲ କହିଛନ୍ତି, 'ମୁଁ ଆଜି ପର୍ଯ୍ୟନ୍ତ ଟଙ୍କା ପାଇ ନାହିଁ। ଫିରୋଜ ଭାଇ କହିଲେ ମୁଁ ଟଙ୍କା ଦେଉଛି କିନ୍ତୁ ଦେଲେ ନାହିଁ । ଏହା ପରେ ମୁଁ ନିରାଶ ହୋଇଗଲି ।

ସ୍ନେହଲ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସହ ଏହା ପ୍ରଥମ ଘଟଣା ନୁହେଁ। ସେ କହିଛନ୍ତି, 'ମୁଁ ଶେର ନାମକ ଏକ ଫିଲ୍ମରେ ଅଭିନୟ କରିଥିଲି। ଯେଉଁଥିରେ ସଞ୍ଜୟ ଦତ୍ତ ଏବଂ ବିବେକ ଓବରୋଏ ମୁଖ୍ୟ ଭୂମିକାରେ ଥିଲେ। ଏପରିକି ମୁଁ ଏହି ଫିଲ୍ମଟିକୁ ଲେଖିଥିଲି । ଆମେ ଏହି ଫିଲ୍ମକୁ ୫୦ ଡିଗ୍ରୀ ତାପମାତ୍ରାରେ ଶୁଟ୍ କରିଥିଲୁ । ଏପରିକି ୮୫% ଫିଲ୍ମ ସୁଟିଂ ହୋଇସାରିଥିଲା କିନ୍ତୁ ହଠାତ୍ ପ୍ରଡକ୍ସନ୍ ହାଉସ୍ ଫିଲ୍ମକୁ ବନ୍ଦ କରିଦେଲା । ସେହି ଫିଲ୍ମ ପାଇଁ ଟଙ୍କା ମଧ୍ୟ ଆସି ନଥିଲା। ୱେଲକମ୍ ସହିତ ସମାନ ଘଟଣା ଘଟିଛି । ଆମେ ଫିଲ୍ମର ସୁଟିଂ ପାଇଁ ଦୁବାଇ ଯାଉଥିଲୁ, କିନ୍ତୁ ମୁଁ ଏଥିପାଇଁ ଟଙ୍କା କେବେ ପାଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.