Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ବିବାହ ବେଦିରୁ ବର ଦୌଡି ପଳାଏ ସନ୍ୟାସୀ ହେବା ପାଇଁ…ବରଯାତ୍ରୀଙ୍କୁ ହୁଏ ଟମାଟୋ ମାଡ…ଜାଣନ୍ତୁ କେତେ କେତେ ବିବାହ ଆଉ କେତେ କେତେ ପ୍ରଥା

13/11/2018 at 7:00 PM

ନୂଆଦିଲ୍ଲୀ ୧୩/୧୨: ବିବାହରେ ସବୁଠୁ ଧୁମଧାମ୍ ଏବଂ ଅଧିକ ଖର୍ଚ୍ଚ କେବଳ ଭାରତରେ ହୋଇଥାଏ। ବିବାହରେ ବେଶୀ ଖର୍ଚ୍ଚ ପୋଷାକ,ସ୍ଥାନ ଏବଂ ଖାଦ୍ୟପେୟରେ ହୋଇଥାଏ । କିନ୍ତୁ ଆଜି ଆମେ ଜାଣିବା ଭିନ୍ନ ଭିନ୍ନ ସ୍ଥାନରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ଏବଂ ପ୍ରଥା ସମ୍ପର୍କରେ ଯାହା ଆପଣ ବୋଧହୁଏ ଜାଣିନଥିବେ।

୧.ନବ ଦମ୍ପତ୍ତିଙ୍କ ମା ଦେଖନ୍ତି ନାହିଁ ବିବାହ: ବଙ୍ଗଳା ପରମ୍ପରା ଅନୁସାରେ ନବ ଦମ୍ପତ୍ତିଙ୍କ ମାଆ ବିବାହ ଦେଖିନଥାନ୍ତି। କୁହାଯାଏ ଯେ ନବ ଦମ୍ପତ୍ତିଙ୍କ ପାଇଁ ଏହା ଅଶୁଭ ହୋଇଥାଏ।

୨.ମଣ୍ଡପରୁ ଦୈାଡ଼ିବାର ନାଟକ କରିଥାନ୍ତି ବର : ତାମିଲ ବିବାହରେ ବର ସନ୍ନ୍ୟାସୀ ହେବା ପାଇଁ ମଣ୍ଡପରୁ ଦୈାଡ଼ିବାର ନାଟକ କରିଥାନ୍ତି ଏବଂ କନ୍ୟାର ପିତା ତାଙ୍କୁ ରୋକିବାକୁ ଉଦ୍ୟମ କରିଥାନ୍ତି।

୩.ଜ୍ବାଇଁର ନାକ ଚିମୁଟିଥାନ୍ତି ଶାଶୁ: ଗୁଜୁରାଟୀ ବାହାଘରରେ ବରର ଶାଶୁ ଆଳତୀ କରିବାପାଇଁ ଜ୍ବାଇଁର ନାକ ଚିମୁଟି ସ୍ବାଗତ କରିଥାନ୍ତି। ଏହି ପ୍ରଥାକୁ ପୋଙ୍କବୁ କହିଥାନ୍ତି।

୪.ବରର ପୋଷାକ ଫାଡ଼ିଥାନ୍ତି ସାଙ୍ଗମାନେ: ସିନ୍ଧି ବାହାଘରରେ ବରର ସାଙ୍ଗ ଏବଂ ସମ୍ପର୍କୀୟ ବରର ପୋଷକ ଫାଡ଼ିଥାନ୍ତି। ଏହାର ତାତ୍ପର୍ଯ୍ୟ ପୁରୁଣା ଜୀବନର ଅନ୍ତ ଏବଂ ନୂଆ ଜୀବନର ଶୁଭାରମ୍ଭ ହେବାକୁ ବୁଝାଏ।

୫. ଦାୟିତ୍ବ ଶିଖିବାର ଅଦ୍ଭୁତ ପରମ୍ପରା: ବିହାରରେ ବିବାହରେ କନ୍ୟା ନିଜ ମୁଣ୍ଡ ଉପରେ ମାଟି ହାଣ୍ଡି ରଖିଥାନ୍ତି ଏବଂ ପାଦ ଛୁଇଁ ଗୁରୁଜନମାନଙ୍କର ଆର୍ଶୀବାଦ ନେଇଥାନ୍ତି। ଏହା ଅର୍ଥ ତାକୁ ସମସ୍ତ ଦାୟିତ୍ବ ସୁଚାରୁ ରୂପେ ତୁଲାଇବାକୁ ପଡ଼ିବ।

୬.ମନ୍ଦିରରୁ ପାଣି ନେଇଥାନ୍ତି କନ୍ୟାର ମାଆ: ପଞ୍ଜାବୀ ବିବାହରେ କନ୍ୟାର ମାଆ ପାଖରେ ଥିବା ମନ୍ଦିରରୁ ପାଣି ଆଣିଥାନ୍ତି। ଏହି ପାଣିରେ ଗାଧୋଇବା ପରେ କନ୍ୟା ବିବାହ ପୋଷାକ ପିନ୍ଧିଥାଏ।

୭.ଟମାଟୋ ପିଙ୍ଗି ହୋଇଥାଏ ବରଯାତ୍ରୀଙ୍କ ସ୍ବାଗତ: ଉତ୍ତରପ୍ରଦେଶର ସରସୋଲରେ ବର ଏବଂ ବରଯାତ୍ରୀମାନଙ୍କର ସ୍ବାଗତ ଟମାଟୋ ଫିଙ୍ଗି କରାଯାଇଥାଏ। କୁହାଯାଏ ଏହା ଦ୍ବାରା ନୂଆ ସମ୍ପର୍କ ମଜବୁତ ହୋଇଥାଏ।

୮. ବରର କାନ ଚିମୁଟିଥାଏ ଶଳା: ମରାଠୀ ବିବାହରେ କନ୍ୟାର ଭାଇ ଭିଣୋଇର କାନ ଚିମୁଟି ଭଉଣୀର ସାରା ଜୀବନ ଧ୍ୟାନ ରଖିବାକୁ ଚେତାବନୀ ଦେଇଥାଏ।

୯.ଧଳା ପତକା ଧରି ଯାଆନ୍ତି ବରଯାତ୍ରୀ: କୁମାୟୂଁ ବିବାହରେ ଏପରି ପରମ୍ପରା ରହିଛି ଯେ ବରଯାତ୍ରୀ ଧଳା ପତକା ଧରି କନ୍ୟା ଘରକୁ ଯାଇଥାନ୍ତି। ବିଦାୟ ପରେ କନ୍ୟାର ନାଲି ପତକା ଆଗେ ଥାଏ ବରର ଧଳା ପତକା ପଛରେ।

୧୦. ପୋଖରୀରେ ଛଡ଼ାଯାଏ ମାଛ: ମଣିପୁରୀ ବିବାହରେ ନବବିବାହିତ ଦମ୍ପତ୍ତିଙ୍କ ପାଖରେ ଥିବା ପୋଖରୀରେ ମାଛ ଛଡ଼ାଯାଇଥାଏ। କୁହାଯାଏ ଏହା ଦ୍ବାରା ଭବିଷ୍ୟତ ସୁଖଦାୟକ ହୋଇଥାଏ।

୧୧.ଫୁଲମାଳ ଅଦଳାବଦଳି କରି ବିବାହ: ଆସାମର ରାଭା ବିବାହ ଗାନ୍ଧର୍ବ ବିବାହ ପରି ହୋଇଥାଏ। କେବଳ ଫୁଲମାଳ ଅଦଳବଦଳ ହୋଇଥାଏ ଏବଂ ବିବାହ ସମ୍ପନ୍ନ ହୋଇଥାଏ।

୧୨.ସମ୍ପର୍କୀୟଙ୍କୁ ଦେଖାଇଥାନ୍ତି ଉପହାର: ରାଜସ୍ଥାନର କିଛି ଅଞ୍ଚଳରେ ବର ଏବଂ କନ୍ୟାଙ୍କ ପରିବାରକୁ କିଣାଯାଇଥିବା ଉପହାରକୁ ଦେଖାଯାଇଥାଏ। ଏହି ପ୍ରଥାକୁ ‘ଦିଖାଓ୍ବା’ କହନ୍ତି।

 

   Related Posts