ପାକିସ୍ତାନର ଅଜବ ନିୟମ: ପଢିବା ପାଇଁ ଦେବାକୁ ହୁଏ ଟ୍ୟାକ୍ସ, ଗାର୍ଲଫ୍ରେଣ୍ଡ ସହ ରହିବା, କାହା ଫୋନ ଛୁଇଁବା ଅପରାଧ

Published By : Prameya-News7 Bureau | October 24, 2021 IST

ନୂଆଦିଲ୍ଲୀ ୨୪/୧୦ : ଭାରତ ପାକିସ୍ତାନ ଏକାସାଙ୍ଗେ ସ୍ୱାଧୀନ ହୋଇଥିଲେ କିନ୍ତୁ ଦୁଇ ଦେଶ ମଧ୍ୟରେ ଆକାଶ ପାତାଳ ଫରକ ରହିଛି। ଯଦି କ୍ରିକେଟ କଥା କୁହାଯାଏ ତାହେଲେ ଭାରତୀୟ ଟିମ ବିଶ୍ୱର ବିଭିନ୍ନ ଦେଶକୁ ଯାଇ ବିଜୟ ବିଗୁଲ ବଜାଇ ଆସିଥାଏ। କିନ୍ତୁ ପାକିସ୍ତାନକୁ କୌଣସି ଟିମ ଯିବାକୁ ଚାହିଁନଥାନ୍ତି। ଆତଙ୍କବାଦକୁ ଆଶ୍ରୟ ଦେଇଥିବାରୁ ପାକିସ୍ତାନର ପ୍ରତିଛବି ବିଶ୍ୱ ସ୍ଥରରେ ଖରାପ ହୋଇଛି। ପାକିସ୍ତାନରେ ଏମିତି କିଛି ନିୟମ କାଇଦା ରହିଛି ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ନିୟମ ପାକିସ୍ତାନବାସୀଙ୍କ ପାଇଁ ସାମାନ୍ୟ କଥା।

ପାକିସ୍ତାନର କୌଣସି ନାଗରିକଙ୍କୁ ଇସ୍ରାଇଲ ଯିବାକୁ ଅନୁମତି ନାହିଁ। ପାକିସ୍ତାନ ସରକାର ନିଜ ନାଗରିକଙ୍କୁ ଇସ୍ରାଇଲ ଯିବା ପାଇଁ ଭିସା ଦିଏନାହିଁ କାରଣ ପାକିସ୍ତାନ ଇସ୍ରାଇଲକୁ ଦେଶ ଭାବେ ଗଣନା କରେନାହିଁ।

ଭାରତରେ ଶିଶୁଙ୍କ ପଢ଼ିବା ପାଇଁ ସରକାର ମାଗଣା ଶିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି। କିନ୍ତୁ ପାକିସ୍ତାନରେ ପଢିବା ପାଇଁ ପିଲାଙ୍କୁ ଟ୍ୟାକ୍ସ ଦେବାକୁ ପଡିଥାଏ। ଯଦି ଜଣେ ଛାତ୍ରର ପାଠରେ ବାର୍ଷିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ ତାହେଲେ ୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିଥାଏ।

ପାକିସ୍ତାନରେ ବିନା ଅନୁମତି କାହାର ଫୋନ ଛୁଇଁ ପାରିବେ ନାହିଁ। ବିନା ଅନୁମତି କାହାର ଫୋନ ଛୁଇଁବା ବେଆଇନ କୁହାଯାଏ। ଏଥିପାଇଁ ୬ ମାସ ଜେଲ ଦଣ୍ଡ ହୋଇପାରେ।

ପାକିସ୍ତାନରେ ଲୋକଙ୍କୁ ଗାର୍ଲଫ୍ରେଣ୍ଡ କରିବାକୁ ଅନୁମତି ନାହିଁ। ଏଠାରେ କୌଣସି ଯୁବକ ଯୁବତୀ ବାହାଘର ପୂର୍ବରୁ ଏକାସାଙ୍ଗେ ରହି ପରିବେନାହିଁ।

ଯଦି ପାକିସ୍ତାନରେ ଥିବାବେଳେ ଆଲ୍ଲାହା, ମସଜିଦ, ରସୁଲ କିମ୍ବା ନବି ଇଂରାଜୀ ଅନୁବାଦ କରାଯାଇଥାଏ ତେବେ ଏହା ବେଆଇନ ବୋଲି ବିବେଚନା କରାଯାଏ। ଯଦି କେହି ଏହା କରିବାରେ ଧରାପଡେ ତାହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ।

ଭାରତରେ ଟ୍ୱିଟରରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ମିମ ତିଆରି ହୋଇଥାଏ କିନ୍ତୁ ପାକିସ୍ତାନରେ ପ୍ରଧାନମନ୍ତ୍ରୀଙ୍କୁ ଥଟ୍ଟା କଲେ ଜରିମାନା ଦେବାକୁ ପଡିଥାଏ। ପାକିସ୍ତାନରେ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ହେବା ପାଇଁ ଶିକ୍ଷିତ ହେବା ଜରୁରୀ ନୁହେଁ। କିନ୍ତୁ ଚପରାଶି ଚାକିରୀ ପାଇଁ ଶିକ୍ଷିତ ହେବା ଜରୁରୀ।

ବର୍ଷକ ଥରେ ରମଜାନ ସମୟରେ ବାହାରେ କିଛି ଖାଇବା ପିଇବା ବେଆଇନ ଓ ଅପରାଧ କୁହାଯାଏ। ଯେଉଁମାନେ ମୁସଲମାନ ଧର୍ମ ପାଳନ କରନ୍ତି ନାହିଁ ସେମାନଙ୍କୁ ମଧ୍ୟ ଏହି ନିୟମ ମାନିବାକୁ ପଡିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.