Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଜା ମଜାରେ କରିଦେଲେ ଡିଏନ୍‌ଏ ଟେଷ୍ଟ, ରିପୋର୍ଟରେ ଆସିଲା ସାଂଘାତିକ ସତ

4/10/2021 at 11:47 AM

ନୂଆଦିଲ୍ଲୀ ୦୪/୧୦: ବେଳେବେଳେ ଥଟ୍ଟା ମଜାରେ ହୋଇଥିବା ଜିନିଷଟି ଗମ୍ଭୀର ହୋଇଯାଏ। ଏପରି କିଛି ସମାନ ଘଟଣା ଘଟିଛି ୩୧ ବର୍ଷିୟ ଅମାଣ୍ଡା ଷ୍ଟେସିଙ୍କ ସହ। ସେ ଥଟ୍ଟା ମଜାରେ ଡିଏନ୍ଏ ଟେଷ୍ଟ କରିଥିଲେ। ଯେତେବେଳେ ଏହି ଟେଷ୍ଟର ରିପୋର୍ଟ ଆସିଲା, ସେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

ସୂଚନା ଅନୁସାରେ, ଅମାଣ୍ଡା ଥଟ୍ଟାରେ DNA ଟେଷ୍ଟ କରିଥିଲେ। ଯେହେତୁ ତାଙ୍କ ଜେଜେବାପାଙ୍କର ଅନେକ ସନ୍ତାନ ଥିଲେ, ସେ ଦେଖିବାକୁ ଚାହୁଁଥିଲେ କି ହୁଏତ ତାଙ୍କୁ ପରିବାର ଆହୁରି ସଦସ୍ୟ ମିଳିଯିବେ? ପରିବାରର ଅବଶିଷ୍ଟ ସଦସ୍ୟମାନଙ୍କ ଡିଏନ୍ଏ ମ୍ୟାଚ୍ ହୋଇଗଲା, କିନ୍ତୁ ଜଣେ ସଦସ୍ୟଙ୍କ ରିପୋର୍ଟରେ ଗଡବଡ ଦେଖାଦେଇଥିଲା। ଅମାଣ୍ଡାଙ୍କୁ ସେତେବେଳେ ଜଣା ନଥିଲା ଯେ ସେହି ସଦସ୍ୟ ଜଣଙ୍କ ସେ ନିଜେ ବୋଲି।

ଅମାଣ୍ଡା ଷ୍ଟେସି କହିଛନ୍ତି, ଯେତେବେଳେ ଡିଏନ୍ଏ ରିପୋର୍ଟ ଆସିଲା, ସେତେବେଳେ ଜଣେ ସଦସ୍ୟଙ୍କ ମ୍ୟାଚ୍ ୫୦ ପ୍ରତିଶତ ଥିଲା। କିନ୍ତୁ ତାଙ୍କ ବାପା-ମା ଏହାକୁ ଅସ୍ୱୀକାର କରିବାରୁ, ଅମାଣ୍ଡା ବୁଝିଯାଇଥିଲେ ଯେ ରିପୋର୍ଟ ଭୁଲ ଅଛି। ଏହି ଘଟଣାର ଦୁଇ ଦିନ ପରେ ଅମାଣ୍ଡାଙ୍କ ବାପ-ମା ଶେଷରେ ତାଙ୍କୁ ସତ କହିଥିଲେ। ସେ ଅମାଣ୍ଡାଙ୍କୁ କହିଥିଲେ ଯେ ଡିଏନ୍ଏର ୫୦ ପ୍ରତିଶତ ତାଙ୍କ ବାୟୋଲୋଜିକାଲ ମା’ଙ୍କଠାରୁ ଆସିଛି। ଅମାଣ୍ଡା ଏହାକୁ ବିଶ୍ୱାସ କରିପାରିଲେ ନାହିଁ। ସେହି ଦିନ ରାତିରେ ସେ ତାଙ୍କର ବାୟୋଲୋଜିକାଲ ମା’ଙ୍କୁ ଖୋଜିଥିଲେ ଏବଂ ଦୁଇ ସପ୍ତାହ ପରେ ସେ ତାଙ୍କର ପ୍ରକୃତ ବାପା-ମାଙ୍କୁ ଭେଟିବାରେ ସଫଳ ହୋଇଥିଲେ।

   Related Posts