ପାକିସ୍ତାନର ଆଇନ ବ୍ୟବସ୍ଥା ଏଭଳି, ନିୟମ ଯାହା ଦୁନିଆରେ କେଉଁଠି ନାହିଁ
29/09/2019 at 7:54 PM

ଇସ୍ଲାମାବାଦ : ପାକିସ୍ତାନ ଦେଶ ଯେପରି ତା ନୀତି ନିୟମ ବି ସେହିପରି। ଦେଶର ଆଇନକାନୁନ ବ୍ୟବସ୍ଥା ଜାଣିଲେ ଯେ କେହି ବି ହସିହସି ବେଦମ ହେବ। ଏକବିଂଶ ଶତାବ୍ଦୀରେ ବି ଏମିତି ଆଇନକାନୁନ ପ୍ରଚଳନ ରଖି ଥିବା ବିଶ୍ୱର ଏକମାତ୍ର ଦେଶ କହିଲେ ପାକିସ୍ତାନକୁ ବୁଝା ଯାଏ। ଯେଉଁ ଦେଶର ନକ୍ସାରେ ଇସ୍ରାଏଲ ବୋଲି ଏକ ଦେଶ ହିଁ ନାହିଁ। ଏଣୁ ପାକିସ୍ତାନରୁ ଇସ୍ରାଏଲକୁ ଯୋଗାଯୋଗ ଦୂରର କଥା ସେ ଦେଶକୁ ଯିବା ଲାଗି ଭିସା ବି ମିଳେନି।

ଇସ୍ରାଏଲ ଯିବା ଲାଗି ଯଦି କୌଣସି ପାକିସ୍ତାନୀ ନାଗରିକ ଆବେଦନ କରେ ତେବେ ଓଲଟି ଅଧିକାରୀମାନେ ଦେଶ କେଉଁଠି ବୋଲି ପ୍ରଶ୍ନ କରିଥାନ୍ତି। ଏଣୁ କୌଣସି ପାକିସ୍ତାନୀ ଇସ୍ରାଏଲ ଯିବା ଲାଗି ଆଜିର ଦିନରେ ବି ଅନ୍ୟ ଦେଶକୁ ଯାଇ ସେଠାରୁ ଭିସା ଆବେଦନ କରୁଛନ୍ତି। କେବଳ ବୈଦେଶିକ ନୀତି ନୁହେଁ ଶିକ୍ଷା କ୍ଷେତ୍ରରେ ପଛୁଆ ଏହି ଦେଶରେ ପାଠ ପଢିବା ଲାଗି ଛାତ୍ରଛାତ୍ରୀଙ୍କଠାରୁ ଶୁଳ୍କ ଆଦାୟ କରାଯାଏ। ୨ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ ହେଉଥିବା ପାଠ୍ୟକ୍ରମ ଲାଗି ଛାତ୍ରଛାତ୍ରୀ ୫ ପ୍ରତିଶତ ଶୁଳ୍କ ଦେଇଥାନ୍ତି। ପାକିସ୍ତାନରେ ଲୋକେ ଲିଭ-ଇନ ସମ୍ପର୍କ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ଯଦିବା କାହାକୁ ଜଣାଥାଏ ସେ ଏଭଳି ଦୁଃଶାହସ କେବେ କରିବେ ନାହିଁ। କାରଣ ଏଠାରେ ବିବାହ ପୂର୍ବ ସମ୍ପର୍କ ନିଷିଦ୍ଧ। ଘଟଣା ଜଣାପଡିଲେ ଜେଲ ଯିବାଟା ନିଶ୍ଟିତ।

ବିଚିତ୍ର ଦେଶରେ ପାଠ ପଢିନଥିବା ଲୋକ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ହେଲେ ବିଏ ପାସ୍ କରିନଥିଲେ ପିଅନ ଚାକିରୀ ଲାଗି ଆବେଦନ କରିବାକୁ ଅଯୋଗ୍ୟ ମାନ୍ୟ ହୁଅନ୍ତି । ଏଣୁ ଦେଶରେ ପାଠ ପଢି କିଛି ମୂଲ୍ୟ ନାହିଁ। ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ବ୍ୟଙ୍ଗକୁ ଆଇନତଃ ଅପରାଧ ବିବେଚନା କରାଯାଏ। ଯଦି ଏଭଳି କିଏ କିଛି କରେ ସେ ଜେଲ ଯିବା ନିଶ୍ଚିତ। ଦେଶରେ ବିନା ଅନୁମତିରେ କେହି କାହାର ଫୋନ ଧରି ପାରିବେ ନାହିଁ। ଯଦି ଏପରି କେହି ଅପରାଧ କରେ ଦଣ୍ଡ ନିଶ୍ଚିତ। ଅନାବଶ୍ୟକ ଇ-ମେଲ ଓ ଚାଟିଂ ମଧ୍ୟ ଦେଶରେ ଅପରାଧ ପଦବାଚ୍ୟ। ଏଣୁ ଦେଶରେ ଇଣ୍ଟରନେଟ୍ ସ୍ପିଡ୍ ଅଧିକ ଥିଲେ ବି ଲୋକେ ଅନାବଶ୍ୟକ ଇଣ୍ଟରନେଟ୍ ବ୍ୟବହାର କରନ୍ତି ନାହିଁ।