ଏଠାରେ ପାଳନ କରାଯାଇଥାଏ ଅଦ୍ଭୁତ ପର୍ବ : ଲୋକେ ଭୂତ ଏବଂ କଙ୍କାଳ ବେଶରେ ବାହାରିଥାଆନ୍ତି ଘରୁ

Published By : Prameya-News7 Bureau | November 01, 2019 IST

ବିଶ୍ବରେ ଏପରି ଅନେକ ସ୍ଥାନ ରହିଛି, ଯେଉଁଠାରେ ବିଚିତ୍ର ପର୍ବପର୍ବାଣି ପାଳନ କରାଯାଇଥାଏ। ମେକ୍ସିକୋରେ ମଧ୍ୟ ଏପରି କିଛି ହୋଇଥାଏ। ଏଠାରେ ପ୍ରତି ବର୍ଷ ଲୋକ ‘ଡେ ଅଫ ଦ ଡେଡ’ ନାମକ ପର୍ବ ପାଳନ କରିଥାଆନ୍ତି। ଏହି ଅବସରରେ ଲୋକେ ଭୂତ ଏବଂ କଙ୍କାଳ ଭଳି ଦେଖାଯାଉଥିବା ପୋଷାକ ପିନ୍ଧି ଘରୁ ବାହାରି ଥାଆନ୍ତି।

{"id":177681}

ଦୁଇ ଦିନ ଯାଏଁ ଚାଲୁଥିବା ଏହି ଅଦ୍ଭୁତ ପର୍ବ ଆଜିଠୁ ଆରମ୍ଭ ହୋଇଯାଇଛି। ଏହି ପର୍ବ ପାଖାପାଖି ୨୦୦୦ବର୍ଷ ପୁରୁଣା ବୋଲି କୁହାଯାଏ।

{"id":177682}

ବାସ୍ତବରେ ମେକ୍ସିକୋର ଲୋକେ ମାନନ୍ତି ଯେ ତାଙ୍କ ପୂର୍ବଜଙ୍କ ଆତ୍ମା ଗୋଟିଏ ଦିନ ପାଇଁ ନିଜ ପରିବାର ସହ ରହିବାକୁ ଆସିଥାଆନ୍ତି। ଏଥିପାଇଁ ସେ ଏହି ପର୍ବ ପାଳିଥାଆନ୍ତି।

{"id":177683}

ଏହି ପର୍ବ ଅବସରରେ ସହରରେ ଏକ ପ୍ୟାରେଡ ହୋଇଥାଏ। ଏଥିରେ ଲୋକେ କଙ୍କାଳ ଭଳି ବେଶଭୂଷାରେ ସାମିଲ ହୋଇଥାଆନ୍ତି। ଏହି ପ୍ୟାରେଡକୁ ‘କ୍ୟାଟରିନା’ ନାଁରେ ଜଣାଯାଇଥାଏ।

{"id":177684}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.