ଲିପଷ୍ଟିକର ଏହିସବୁ ରହସ୍ୟମୟ ସତ୍ୟ ବିଷୟରେ ଆପଣ ଜାଣିଛନ୍ତି କି?

Published By : Prameya-News7 Bureau | September 03, 2018 IST

ନୂଆଦିଲ୍ଲୀ ୩/୯:ଲିପଷ୍ଟିକ୍ ଏକ ଏପରି ଜିନିଷ ଯାହା ମେକ୍-ଅପକୁ ଏକ କମ୍ପ୍ଲିଟ୍ ଲୁକ୍ ଦେଇଥାଏ।ସାଧାରଣତଃ ଏହା ସମସ୍ତ କର୍ମଜିବୀ ମହିଳା ଏବଂ କଲେଜ ପଢ଼ୁଆ ଝିଅଙ୍କ ବ୍ୟାଗରେ ରହିଥାଏ।ଏହା ବିଭିନ୍ନ ସେଡସ,ଟେକ୍ସଚରସ ଏବଂ ରଙ୍ଗରେ ଆସିଥାଏ। ବହୁ ବର୍ଷରୁ ବିକଶିତ ହୋଇ ଆସିଥିବା ଏବଂ ଆପଣଙ୍କୁ ଫିଟ୍-ଫାଟ୍ ଲୁକ୍ ଦେଉଥିବା ଲିପଷ୍ଟିକ୍ ବିଷୟରେ ଆସନ୍ତୁ ଜାଣିବା କିଛି ରହସ୍ୟମୟ ଏବଂ ଆଗ୍ରହପ୍ରଦ ତଥ୍ୟ! ୧.ଲିପଷ୍ଟିକ୍ ଯେତେବେଳେ ଲୋକାଦୃତକୁ ଆସିଲା ସେତେବେଳେ ଏହା ସ୍ମର୍ଜ-ଫ୍ରି ନଥିଲା। ଅସଲରେ, ରସାୟନବିତ୍ ହାଜେଲ୍ ବିଶୋପ୍ ଡର୍ମାଟୋଲୋଜିଷ୍ଟ ଲାବୋରେଟୋରିରେ କାମ କରୁଥିବାବେଳେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ କିସ୍ ଅଫ୍ ଫରମୁଲାକୁ ନେଇ ଆସିଥିଲେ। ୨.ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ଯେ, ବ୍ଲାକ ଏଣ୍ଡ ହ୍ବାଇଟ୍ ଫିଲ୍ମରେ ମହିଳାମାନେ କଳା ଲିପଷ୍ଟିକ ଲଗାଉଥିଲେ। ପ୍ରକୃତରେ ସେତେବେଳେ ନାଲି ଲିପଷ୍ଟିକକୁ ସ୍କ୍ରିନରେ କଳା ଲିପଷ୍ଟିକ୍ କରିଦେଉଥିଲେ। ୩. ଆପଣ ଜାଣିଛନ୍ତି କି,ପ୍ରତିଦିନ ଲିପଷ୍ଟିକ୍ ଲଗାଉଥିବା ମହିଳାମାନେ ପ୍ରାୟତଃ ୨କେଜି ଲିପଷ୍ଟିକ୍ ନିଜ ଜୀବନକାଳ ମଧରେ ଖାଇଥାନ୍ତି। ୪.ନ୍ୟୁଡ,ଲାଲ, ପିଙ୍କ୍ ଏବଂ ବ୍ଲାକ୍ ଲିପଷ୍ଟିକ୍ ଛଡ଼ା ହ୍ବାଇଟ୍ ଲିପଷ୍ଟିକ୍ ମଧ୍ୟ ସେତେବେଳେ ବ୍ୟବହୃତ ହେଉଥିଲା। ୫.ଟ୍ୟୁଡର ଇଂଲଣ୍ଡରେ ଆଇନ୍ ଅନୁସାରେ ଯଦି ସ୍ତ୍ରୀ ବିବାହ ସମୟରେ ଲିପଷ୍ଟିକ୍ ଲଗାଇଥାଏ ତେବେ ତା’ ସ୍ବାମୀର ବିବାହ ରଦ୍ଦ କରିବାର ଅଧିକାର ଥାଏ। ୬.ପୃଥିବୀର ସବୁଠାରୁ ଦାମୀ ଲିପଷ୍ଟିକ୍ ହେଉଛି ଗ୍ବେରଲେନର କିସକିସ ଗୋଲ୍ଡ ଏଣ୍ଡ ଡାଏମଣ୍ଡ ଲିପଷ୍ଟିକ୍ ଯାହାର ଦାମ୍ ୬୨,୦୦୦ଟଙ୍କା। ଏହା ୧୯୯ଟି ହୀରା ଏବଂ ୧୧୦ଗ୍ରାମର ସୁନାରେ ନିର୍ମିତ। ୭.ରାଣୀ ପ୍ରଥମ ଏଲିଜାବେଥ ଲିପଷ୍ଟିକ ଆସକ୍ତ ଥିଲେ ଯିଏ ମୃତ୍ୟୁଶଯ୍ୟାରେ ମଧ୍ୟ ଲିପଷ୍ଟିକ୍ ଲଗାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.