ଆଲାସ୍କାର ଏକ ଦ୍ବୀପରେ ଦେଖିବାକୁ ମିଳିଲା ଅଜବ ପ୍ରକାର ସାମୁଦ୍ରିକ ଜୀବ, ଭିଡିଓ ଭାଇରାଲ
2/01/2021 at 9:12 PM

ନୂଆଦିଲ୍ଲୀ ୦୨/୦୧ : ପୃଥିବୀ ପୃଷ୍ଠ ୩ ଭାଗ ଜଳ ଏବଂ ଏକ ଭାଗ ସ୍ଥଳକୁ ନେଇ ଗଠିତ । ସମୁଦ୍ରର ପରିବ୍ୟାପ୍ତ ଏତେ ଅଧିକ ଯେ ତାହାକୁ ଆକଳନ କରିବା ମଧ୍ୟ ଅସମ୍ଭବ । ଏହା ସହ ସମୁଦ୍ରରେ ରହୁଥିବା ଜୀବମାନଙ୍କୁ ଗଣନା କରିବା ମଧ୍ୟ ଅସମ୍ଭବ । ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାରର ସାମୁଦ୍ରିକ ଜୀବ ଦେଖିବାକୁ ମିଳନ୍ତି ଯାହାକୁକି ଆମେ ପୂର୍ବରୁ କେବେ ଦେଖିନଥାଉ ।
ସେହିଭଳି ଏକ ସାମୁଦ୍ରୀକ ଜୀବ ଦେଖିବାକୁ ମିଳିଛି ଆଲାସ୍କାରେ । ସାରା ବୈସର ନାମକ ଜଣେ ମହିଳା ସର୍ବ ପ୍ରଥମେ ସମୁଦ୍ରୀ ଜୀବକୁ ଦେଖିଥିଲେ । ଏହା ପରେ ସେ ତାର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ଭିଡିଓରେ ସ୍ପଷ୍ଟଭାବେ ଦେଖିବାକୁ ମିଳୁଛି ଯେ, ଉକ୍ତ ଜୀବଟି ନାରଙ୍ଗୀ ରଙ୍ଗର ଏବଂ ଗଛର ଚେର ସଦୃଶ । ଜୀବର ଆକୃତି ଅକ୍ଟୋପସ୍ ଭଳି କିନ୍ତୁ ଏହା ତାଠାରୁ ଭିନ୍ନ । ଏହାର ଶରୀରରେ ପତଳା-ପତଳା ଅଙ୍ଗ ରହିଛି । କିଛି ସୋସିଆଲ ମିଡିଆ ୟୁଜର ଏହାକୁ ଏଲିୟନ ବୋଲି ମଧ୍ୟ କହୁଛନ୍ତି ।
ଆଲାସ୍କାର ପ୍ରିନ୍ସ ଅଫ୍ ଓ୍ବେଲ୍ସ ଦ୍ବୀପରେ ଏହାକୁ ଦେଖିବାକୁ ପାଇଥିଲେ ସାରା ନାମକ ମହିଳା । ସାରାଙ୍କ କହିବା ମୁତାବକ ଏହି ଜୀବର ନାଁ ବାସ୍କେ ଷ୍ଟାର ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ଉକ୍ତ ସମୁଦ୍ରୀ ଜୀବଟିର ଭିଡିସ ଉତ୍ତୋଳନ କରିବା ପରେ ବିନା କୌଣସି କ୍ଷତିରେ ତାହାକୁ ପୁନଶ୍ଚ ସମୁଦ୍ରରେ ଛାଡି ଦେଇଥିଲେ ।