Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହା ହେଉଛି ସବୁଠୁ ଶକ୍ତିଦାୟକ ଫଳ : ଏହାକୁ ଖାଇଲେ ଲହୁଣୀ ଭଳି ତରଳିଯିବ ସବୁ ଚର୍ବି

1/09/2019 at 1:09 PM

ଜୀବନଶୈଳୀ ପରିବର୍ତ୍ତନ ହେବା ଯୋଗୁଁ ଏବଂ ଅଖାଦ୍ୟ ଖାଇବା ଯୋଗୁଁ ଓଜନ ବଢ଼ିବାର ସମସ୍ୟା ଆଜିକାଲି ସାଧାରଣ ହୋଇଗଲାଣି। କେବଳ ଏତିକି ନୁହେଁ ପ୍ରତି ୧୦ଜଣରୁ ୫ଜଣ ବ୍ୟକ୍ତି ମେଦବହୁଳତା ସମସ୍ୟାର ଶିକାର ହେଉଛନ୍ତି। ଅଧିକାଂଶ ଲୋକେ ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ କରିଥାଆନ୍ତି। ସେମାନେ ଜିମ୍ ଯିବା ସହ ଅନ୍ୟାନ୍ୟ ଉପାୟ ଅବଲମ୍ବନ କରିଥାଆନ୍ତି। ଆଉ କେତେକ ବ୍ୟକ୍ତି ଫିଟ୍ ହେବା ଚକ୍କରରେ ଖାଇବା ପିଇବା ଛାଡ଼ି ଦେଇଥାଆନ୍ତି ଯାହା ଫଳରେ ସେମାନଙ୍କ ଓଜନ ନିୟନ୍ତ୍ରଣ ହୋଇ ପାରିବ। କିନ୍ତୁ ଏପରି କରିବା ଦ୍ବାରା ଆପଣଙ୍କ ଶରୀର ଅତ୍ୟଧିକ ଦୁର୍ବଳ ହୋଇଯାଇଥାଏ ଏବଂ ଆପଣ ରୋଗଗ୍ରସ୍ତ ହୋଇଯାଆନ୍ତି। ଆସନ୍ତୁ ଜାଣିବା ଓଜନ କମାଇବା ପାଇଁ କିଛି ସହଜ ଉପାୟ ବିଷୟରେ

କିଓ୍ବିରେ ଅନେକ ପୋଷକ ତତ୍ତ୍ବ ରହିଥାଏ। କିଓ୍ବିରେ ଭିଟାମିନ ସି ,ଭିଟାମିନ୍ କେ,ପୋଟାସିୟମ,ଭିଟାମିନ୍ ଏ ପ୍ରଚୁର ମାତ୍ରାରେ ମିଳିଥାଏ। ଏହା ବ୍ୟତୀତ ଏଥିରେ ଏପରି ଅନେକ ଗୁଣ ଥାଏ ଯାହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଖାଇବା ପେଟ ମଧ୍ୟ ଭର୍ତ୍ତି ରହିଥାଏ ଏବଂ ପାଚନ କ୍ରିୟା ମଧ୍ୟ ଉନ୍ନତ ହୋଇଥାଏ।

ଯଦି ଆପଣ ମେଦବହୁଳତାର ଶିକାର ହୋଇଛନ୍ତି ତେବେ ଏବଂ ଏହାଠୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ​‌ ଆପଣଙ୍କୁ କିଓ୍ବିର ସ୍ମୁଦି ନିୟମିତ ଭାବେ ସେବନ କରିବା ଉଚିତ୍। କିଓ୍ବିର ସ୍ମୁଦି ପିଇବା ଦ୍ବାରା ଶରୀରରେ ଚର୍ବି ଜମିନଥାଏ ଏବଂ ଓଜନ ମଧ୍ୟ ନିୟନ୍ତ୍ରିତ ରହିଥାଏ।

କିଓ୍ବି ସ୍ମୁଦି ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ ହୋଇଥାଏ। ସର୍ବ ପ୍ରଥମେ କିଓ୍ବିର ଚୋପା ଚଡ଼ାଇ ଏହାକୁ ଭଲଭାବେ ଦଳି ଦିଅନ୍ତୁ। ଏହା ପରେ ଦଳାଯାଇଥିବା କିଓ୍ବିରେ ଦହି,ମହୁ,ବାଦାମ ଏବଂ ନିଜର ପସନ୍ଦମୁତାବକ ଡ୍ରାଏ ଫ୍ରୃଟସ୍ ମିଶାନ୍ତୁ। ଏହା ବ୍ୟତୀତ ଆପଣ ଗୋଟିଏ ପାତ୍ରରେ ନେଇ ଭଲ ଭାବେ ମିଶ୍ରଣ କରନ୍ତୁ। ମିଶାଇବା ପରେ ଏବେ ଆପଣଙ୍କ ସ୍ମୁଦି ପ୍ରସ୍ତୁତ। ନିୟମିତ ଭାବେ ସକାଳେ କିଓ୍ବିର ସ୍ମୁଦି ସେବନ କରିବା ଦ୍ବାରା ଶରୀରକୁ ଅନେକ ଲାଭ ହୋଇଥାଏ।

   Related Posts