Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲକଡାଉନ ବେଳେ ଜିମ୍ ନଯାଇ ବି କମିବ ଓଜନ : ସବୁଦିନ ସକାଳେ ପିଅନ୍ତୁ ଏହି ପାନୀୟ

3/04/2020 at 12:58 PM

ଓଜନ କମ୍ କରିବାର ସବୁଠୁ ଭଲ ସୁଯୋଗ ଏବେ ଛାଡ଼ିଦେଲେ ଆଉ କେବେ ମିଳିବ ନାହିଁ। କରୋନା ଭାଇରସ୍ ଲକଡାଉନ୍ ସମୟରେ ଘରେ ନିଜକୁ ସ୍ଲିମ୍ ଟ୍ରିମ୍ କରାଯାଇପାରିବ। ଯଦି ବି ଆପଣ ନିଜ ବ୍ୟସ୍ତତା ମଧ୍ୟରେ ସମୟ ବାହାର କରି ପାରୁନଥିଲେ ତେବେ ଏବେ ଆପଣଙ୍କ ପାଖରେ କୌଣସି ବାହାନା ନାହିଁ କାରଣ କରୋନା ଭାଇରସ୍ ଯୋଗୁଁ ସମସ୍ତେ ଘରେ ସେଲ୍ଫ ଆଇସୋଲେସନରେ ଅଛନ୍ତି। ଏପରି ପରିସ୍ଥିତିରେ ଆପଣ ଘରେ ହିଁ ଓଜନ କମାଇବାର ଉପାୟ ଅବଲମ୍ବନ କରିପାରିବେ। ଓଜନ କମାଇବାରେ ଡାୟେଟ ମୁଖ୍ୟ ହୋଇଥାଏ। ଏହା ସହିତ ଓଜନ କମାଇବା ପାଇଁ ଆପଣ ବ୍ୟାୟାମ ମଧ୍ୟ ଘରେ ସହଜରେ କରି ପାରିବେ।

ତେବେ ଆସନ୍ତୁ ଜାଣିବା ଏପରି ପାନୀୟ ବିଷୟରେ ଯାହା କେବଳ ଆପଣଙ୍କ ଓଜନ କମ୍ କରିନଥାଏ ବରଂ ଏହାର ଅନ୍ୟାନ୍ୟ ଫାଇଦା ମଧ୍ୟ ରହିଛି। ଆପଣ ଏହି କ୍ବାରେଣ୍ଟାଇନ୍ ପିରିୟଡ଼ରେ ଏହି ଓ୍ବେଟ୍ ଲସ୍ ଡ୍ରିଙ୍କକୁ ଟ୍ରାଇ କରି ପାରିବେ। ଏହି ଡ୍ରିଙ୍କ୍ ଆପଣଙ୍କ ଶରୀରରୁ ଅତ୍ୟଧିକ ଚର୍ବିକୁ କମ୍ କରିବ। ଏହି ସହଜ ଓ୍ବେଟ୍ ଲସ୍ ଡ୍ରିଙ୍କ ଜିରା-ଅଦାରୁ ପ୍ରସ୍ତୁତ କରାଯାଏ।

ଅଦା ଏବଂ ଜିରାର ଫାଇଦା :

  • ଜିରା କ୍ୟାଲୋରୀକୁ କମ୍ କରିବାରେ ଲାଭଦାୟକ ହୋଇଥାଏ।
  • ମେଟାବଲିଜମକୁ ବୃଦ୍ଧି କରିଥାଏ।
  • ଶରୀରର ଚର୍ବିକୁ କମ୍ କରିଥାଏ।
  • ଏହା ପେଟ ସମ୍ବନ୍ଧିତ ଅନେକ ସମସ୍ୟାରୁ ମୁକ୍ତି ପାଇବାରେ ସହାୟକ ହୋଇଥାଏ।
  • ଅଦା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
  • ଥଣ୍ଡା ଏବଂ ଫ୍ଲୁ ସହ ଲଢ଼ିବାରେ ସାହାଯ୍ୟ କରିଥାଏ।
  • ଅଦାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟରୀ ଗୁଣ ଥାଏ।

ଜିରା-ଅଦା ପାନୀୟ ପ୍ରସ୍ତୁତ କରିବାର ରେସିପି :

ସାମଗ୍ରୀ :

  • ଏକ ଗିଲାସ ପାଣି
  • ଏକ ଚାମଚ ଜିରା
  • ଏକ ଚାମଚ ଅଦା
  • ଅଧା ଲେମ୍ବୁ
  • ଦୁଇ ଚାମଚ ମହୁ
  • ଅଧା ଚାମଚ କଳା ଲୁଣ

କିପରି ପ୍ରସ୍ତୁତ କରିବେ:

  • ପ୍ୟାନରେ ପାଣି ନିଅନ୍ତୁ।
  • ଜିରା ଏବଂ ଅଦା ଫୁଟାନ୍ତୁ।
  • ଏହାକୁ ଏକ ଗିଲାସରେ ଛାଣି ନିଅନ୍ତୁ। ଏହାକୁ ଥଣ୍ଡା କରି ଦିଅନ୍ତୁ।
  • ଏଥିରେ ଲେମ୍ବୁ ଚିପୁଡ଼ି ଦିଅନ୍ତୁ,ମହୁ ଏବଂ କଳା ଲୁଣ ମିଶାନ୍ତୁ।
  • ଏବେ ଆପଣଙ୍କ ଜିରା-ଅଦା ପାନୀୟ ପ୍ରସ୍ତୁତ ହୋଇଯାଇଛି।

ପ୍ରତିଦିନ ସକାଳେ ଏହାକୁ ଖାଲି ପେଟରେ ସେବନ କରନ୍ତୁ।

   Related Posts