ସପ୍ତାହାନ୍ତ ସଟଡାଉନ ଦ୍ଵିତୀୟ ଦିନ: ଛକ ଛକରେ ପୋଲିସର ଚେକିଂ, ସାବାଡ ହେଉଛନ୍ତି ଅମାନିଆ

Published By : Prameya-News7 Bureau | April 25, 2021 IST

ଭଦ୍ରକ ୨୫/୪: ଭଦ୍ରକ ଜ଼ିଲ୍ଲାରେ ଜାରି ହୋଇଛି ସପ୍ତାହାନ୍ତ ସଟ ଡାଉନ । ଭଦ୍ରକ ସହର ତଥା ଆଖପାଖ ୩ଟି ପଞ୍ଚାୟତ ସହ ବାସୁଦେବପୁର ପୌରାଞ୍ଚଳ ଏବଂ ଧାମନଗର ବିଜ୍ଞାପିତ ପରିଷଦ ଓ ଚାନ୍ଦବାଲି ବିଜ୍ଞାପିତ ପରିଷଦ ଅଞ୍ଚଳରେ ଏହି ସଟଡାଉନ ଜାରି ହୋଇଛି । ଆଜି ୨ୟ ଦିନରେ କେବଳ ଅତ୍ୟାବଶ୍ୟକ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିଛି । ସହରର ବିଭିନ୍ନ ଛକ ମାନଙ୍କରେ ବ୍ୟାରିକେଡ଼ିଂ କରାଯିବା ସହ ପୋଲିସ ଚେକିଂ କରୁଛି ।

ଯେଉଁ ବ୍ୟକ୍ତି ସହରକୁ ଆସୁଛନ୍ତି, ସେମାନଙ୍କ ଜରୁରୀ କାଗଜ ପତ୍ର ଦେଖିବା ପରେ ସହର ମଧ୍ୟକୁ ଛାଡ଼ୁଛି ପୋଲିସ । ଅମାନିଆ ଭାବେ ଯେଉଁମାନେ ଏହି କୋଭିଡ ନିୟମ ଉଲ୍ଲଙ୍ଘନ କରୁଛନ୍ତି, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ । କରୋନା ଯେଉଁ ଭାବେ ଦ୍ରୁତ ଗତିରେ ବଢ଼ି ଚାଲିଛି, ଏହାକୁ ରୋକିବା ପାଇଁ ପ୍ରଶାସନ ର ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତ ଜନସାଧାରଣ ଏହାକୁ ମାନିବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ନିବେଦନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.