Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଡ଼ିଶାରେ ସପ୍ତାହାନ୍ତ ସଟଡାଉନ୍ : ଜରୁରୀ ସେବାକୁ ଛାଡିଦେଲେ ସବୁ ବନ୍ଦ, ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ

1/05/2021 at 7:24 AM

ଭୁବନେଶ୍ୱର ୦୧।୦୫: ସଂକ୍ରମଣ ରୋକିବାକୁ ଓଡ଼ିଶାରେ ସପ୍ତାହାନ୍ତ ସଟଡାଉନ୍ । କୋଭିଡ୍ ସଂକ୍ରମଣରେ ଚେକ୍ ଦେବାକୁ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ କରାଯାଉଛି । ଶୁକ୍ରବାର ରାତି ୯ଟାରୁ ସହରାଞ୍ଚଳ ଗୁଡ଼ିକରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ପରବର୍ତ୍ତୀ ସପ୍ତାହର ସୋମବାର ଭୋର ୫ଟା ପର୍ଯ୍ୟନ୍ତ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲାଗିଛି । ଏହି ସମୟରେ କେବଳ ଜଗିଙ୍ଗ ଓ ସାଇକେଲିଂ ପାଇଁ ସକାଳ ୫ଟାରୁ ୬ଟା ଏକ ଘଣ୍ଟା ପାଇଁ କଟକଣା କୋହଳ କରାଯାଉଛି ।

ତେବେ ଆଜି ହେଉଛି ସଟଡାଉନର ପ୍ରଥମ ଦିନ । ସଟଡାଉନ୍ କଟକଣା ସୋମବାର ସକାଳ ୫ଟା ଯାଏ ବଳବତ୍ତର ରହିବ। ଏହି ସମୟରେ ଜରୁରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିଛି । ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ । ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ । ସପ୍ତାହନ୍ତ ସଟ୍ ଡାଉନ ପାଇଁ ପୋଲିସ ପକ୍ଷରୁ କଡା ଚେକିଂ ବ୍ୟବସ୍ଥା ହୋଇଛି । ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସଟଡାଉନ୍ ବେଳେ ଜୋରଦାର ଚେକିଂ ଓ ବ୍ଲକିଂ କରାଯାଉଛି । ଟ୍ବିନସିଟିରେ ପାଟ୍ରୋଲିଂ କଡାକଡି କରାଯାଇଛି ।

   Related Posts