Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କାଲିଠୁ ରାଜ୍ୟରେ ଦୁଇଦିନିଆ ସଟଡାଉନ୍: ବନ୍ଦ ରହିବ ଦୋକାନ ବଜାର, ଘରୁ ବାହାରିବା ମନା, ବାଦ ପଡିବ ଜରୁରୀ ସେବା

23/04/2021 at 9:00 AM

ଭୁବନେଶ୍ୱର ୨୩/୪: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ଏହାକୁ ଚେକ୍ ଦେବାକୁ କଠୋର ହୋଇଛନ୍ତି ରାଜ୍ୟ ସରକାର । କିଛିଦିନ ପରେ ପୁଣି ଫେରିଛି ସଟଡାଉନ କଟକଣା । କାଲିଠୁ ସହରାଂଚଳରେ ଆରମ୍ଭ ହେବ ଓ୍ୱିକେଣ୍ଡ ସଟଡ଼ାଉନ ।

ପୂର୍ବ ନିଷ୍ପତ୍ତି ମୁତାବକ୍ ବନ୍ଦ ରହିବ ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ । କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଅଗଲାଣି ପ୍ରସ୍ତୁତି । ତେବେ ଆଜି ରାତି ୯ଟାରୁ ସୋମବାର ସକାଳ ୫ଟା ଯାଏଁ ବନ୍ଦ ରହିବ ଚଳାଚଳ । ସେପଟେ ସଟଡ଼ାଉନ୍ ବେଳେ କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ବାଦ୍ ଦେଲେ ଆଉ କେହି ଘରୁ ବାହାରିବାକୁ ମନା ହୋଇଛି ।

ମେଡ଼ିକାଲ, ବିଦ୍ୟୁତ୍, ଜଳ ଯୋଗାଣ, କନଷ୍ଟ୍ରକସନ୍ ଗଣମାଧ୍ୟମ, କାମ ଭଳି ଜରୁରୀ ସେବାରେ ନିୟୋଜିତ ଥିବା ବ୍ୟକ୍ତି ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ । ଯଦି କେହି ବିନା କାମରେ ଘରୁ ବାହାରିବେ ତେବେ  ସେମାନଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।

ଏହି ସମୟରେ ଯେପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ବାଧା ପ୍ରାପ୍ତ ନହୁଏ ସେ ସବୁ ଦୃଷ୍ଟି ଦିଆଯାଇଛି । ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ବାଦ୍ ଦେଲେ ବାକି ସମସ୍ତ ଦୋକାନବଜାର ବନ୍ଦ ରହିବ । ଅନ୍ୟ ରାଜ୍ୟରୁ ପରିବା, ତେଜରାତି ସାମଗ୍ରୀ ନେଇ ଆସୁଥିବା ଟ୍ରକରୁ ଯେମିତି ମାଲ୍‌ ଅନ୍‌ଲୋଡ୍ ହୋଇ ପାରିବ ତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି ।

   Related Posts