Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଓ୍ୱିକେଣ୍ଡ୍ ସଟଡାଉନ୍ : ଆଜି ଦ୍ୱିତୀୟ ଦିନ, ଅମାନିଆଙ୍କ ଉପରେ କଡା ନଜର

2/05/2021 at 7:39 AM

ଭୁବନେଶ୍ୱର, ୦୧|୦୫ : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଏହାକୁ ରୋକିବାକୁ ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ରବିବାର ହେଉଛି ସପ୍ତାହାନ୍ତ ସଟଡାଉନ୍‌ର ଦ୍ୱିତୀୟ ଦିନ । ଶୁକ୍ରବାର ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ସହ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ଶନିବାର ଭଳି ରବିବାର ମଧ୍ୟ ସଟଡାଉନ୍ ବେଳେ କଟକଣାକୁ କଡାକଡି କରାଯାଇଛି । ରାଜ୍ୟ ତମାମ ବିଭିନ୍ନ ସହରାଞ୍ଚଳରେ  ପୋଲିସ ପକ୍ଷରୁ ଚେକିଂ ଓ ବ୍ଲକିଂ କରାଯାଇ ଯାଞ୍ଚ୍ କରାଯାଉଛି ।

ସଟଡାଉନ୍ ବେଳେ କେବଳ ଜରୁରୀକାଳିନ ସେବା ଜାରି ରହିବ । କଟକଣା ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ୫ଟା ଯାଏଁ ଲାଗୁ ହେବ । ଶନିବାର ପରି ରବିବାର ମଧ୍ୟ ୫ଟାରୁ ୬ଟା ଯାଏଁ ପ୍ରାତଃଭ୍ରମଣ  ଓ ସାଇକେଲିଂ ପାଇଁ ଏକ ଘଣ୍ଟା କଟକଣାକୁ କୋହଳ କରାଯାଇଛି ।

ସଟଡାଉନ୍ ବେଳେ ସମୟରେ ସାଧାରଣ ଲୋକଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି । ଏନେଇ ପୂର୍ବରୁ ପ୍ରେସମିଟ୍ କରି କହିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

   Related Posts