ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍, ଟ୍ୱିନ୍ ସିଟିରେ ୬୮ ଚେକିଂ ପଏଣ୍ଟରେ ଯାଞ୍ଚ୍ କଡାକଡି

Published By : Prameya-News7 Bureau | April 24, 2021 IST

ଭୁବନେଶ୍ୱର,୨୪/୦୪: କରୋନା ସଂକ୍ରମଣ ରୋକିବା ପାଇଁ ସାରା ରାଜ୍ୟରେ ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ ୫ଟା ଯାଏଁ ଲାଗିବ ଓ୍ୱିକେଣ୍ଡ୍ ସଟଡାଉନ୍ । ଏହା ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଉଛି ।

ସଟଡାଉନ୍ ବେଳେ କେବଳ ଜରୁରୀକାଳିନ ସେବା ଜାରି ରହିବ । ସଟଡାଉନ୍ କଟକଣା ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ୫ଟା ଯାଏଁ ଲାଗୁ ହେବ । ତେବେ ୫ଟାରୁ ୬ଟା ଯାଏଁ ପ୍ରାତଃଭ୍ରମଣ  ଓ ସାଇକେଲିଂ ପାଇଁ ଏକ ଘଣ୍ଟା କୋହଳ କରାଯାଇଛି ।

ସଟଡାଉନ୍ ବେଳେ ସମୟରେ ସାଧାରଣ ଲୋକଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି । ଏନେଇ ଶୁକ୍ରବାର ପ୍ରେସମିଟ୍ କରି କହିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଟ୍ବିନ୍‌ ସିଟି କଟକ ଏବଂ ଭୁବନେଶ୍ବରରେ ସଟ୍‌ଡାଉନ୍‌ କଡାକଡି ପାଳନ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ସିପି । ଏହା ସହିତ ଟ୍ବିନ୍‌ ସିଟିରେ ମୋଟ ୬୮ଟି ସ୍ଥାନରେ ଚେକିଂ କଡାକଡି କରାଯାଉଛି । ଏଥି ମଧ୍ୟରୁ କଟକ​‌ରେ ୨୫ଟି ଏବଂ ଭୁବନେଶ୍ବରରେ ୪୩ଟି ସ୍ଥାନରେ ଚେକ୍‌ ପୋଷ୍ଟ କରାଯାଇଛି । ଚେକ୍‌ ପୋଷ୍ଟମାନଙ୍କରେ ଚେକିଂକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.