ସପ୍ତାହାନ୍ତ ସଟଡାଉନ୍‌ର ଦ୍ୱିତୀୟ ଦିନ, ବିଭିନ୍ନ ସ୍ଥାନରେ କଡାକଡି ହେଉଛି ଚେକିଂ ଓ ବ୍ଲକିଂ

Published By : Prameya-News7 Bureau | April 25, 2021 IST

ଭୁବନେଶ୍ୱର, ୨୫|୦୪ : ରବିବାର ହେଉଛି ସପ୍ତାହାନ୍ତ ସଟଡାଉନ୍‌ର ଦ୍ୱିତୀୟ ଦିନ । ଶୁକ୍ରବାର ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ସହ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ଶନିବାର ଭଳି ରବିବାର ମଧ୍ୟ ସଟଡାଉନ୍ ବେଳେ କଟକଣାକୁ କଡାକଡି କରାଯାଇଛି । ରାଜ୍ୟ ତମାମ ବିଭିନ୍ନ ସହରାଞ୍ଚଳରେ  ପୋଲିସ ପକ୍ଷରୁ ଚେକିଂ ଓ ବ୍ଲକିଂ କରାଯାଇ ଯାଞ୍ଚ୍ କରାଯାଉଛି ।

ସଟଡାଉନ୍ ବେଳେ କେବଳ ଜରୁରୀକାଳିନ ସେବା ଜାରି ରହିବ । କଟକଣା ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ୫ଟା ଯାଏଁ ଲାଗୁ ହେବ । ଶନିବାର ପରି ରବିବାର ମଧ୍ୟ ୫ଟାରୁ ୬ଟା ଯାଏଁ ପ୍ରାତଃଭ୍ରମଣ  ଓ ସାଇକେଲିଂ ପାଇଁ ଏକ ଘଣ୍ଟା କଟକଣାକୁ କୋହଳ କରାଯାଇଛି ।

ସଟଡାଉନ୍ ବେଳେ ସମୟରେ ସାଧାରଣ ଲୋକଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି । ଏନେଇ ଶୁକ୍ରବାର ପ୍ରେସମିଟ୍ କରି କହିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଟ୍ବିନ୍‌ ସିଟି କଟକ ଏବଂ ଭୁବନେଶ୍ବରରେ ସଟ୍‌ଡାଉନ୍‌ କଡାକଡି ପାଳନ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ସିପି । ଏହା ସହିତ ଟ୍ବିନ୍‌ ସିଟିରେ ମୋଟ ୬୮ଟି ସ୍ଥାନରେ ଚେକିଂ କଡାକଡି କରାଯାଉଛି । ଏଥି ମଧ୍ୟରୁ କଟକ​‌ରେ ୨୫ଟି ଏବଂ ଭୁବନେଶ୍ବରରେ ୪୩ଟି ସ୍ଥାନରେ ଚେକ୍‌ ପୋଷ୍ଟ କରାଯାଇଛି । ଚେକ୍‌ ପୋଷ୍ଟମାନଙ୍କରେ ଚେକିଂକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.