Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଢେଙ୍କାନାଳରେ ଅମାନିଆଙ୍କୁ ସାବଡ଼ କରିବାକୁ ୧୫ଟି ଚେକ୍ ପୋଷ୍ଟରେ କଡା ଚେକିଂ, ଅନିର୍ଦ୍ଦିଷ୍ଟକାଳ ପାଇଁ ସାପ୍ତାହିକ ହାଟ ବନ୍ଦ

1/05/2021 at 5:04 PM

ଢେଙ୍କାନାଳ ୧।୫: ରାଜ୍ୟରେ ମହାମାରୀ କୋରନାର ଦ୍ବିତୀୟ ଲହର ବେଶ ମାରାତ୍ମକ ରୂପ ନେଉଥିବା ପରିଲକ୍ଷିତ ହୋଇଛି । ଏଥିପାଇଁ ରାଜ୍ୟବ୍ୟାପୀ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ ଡାଉନ୍ ଘୋଷଣା ହୋଇଛି । ଫଳରେ ଆଜି ଦ୍ବିତୀୟ ସପ୍ତାହର ଅନ୍ତିମ ଦିନ ଶନିବାର ଓ ଆସନ୍ତାକାଲି ରବିବାର ଢେଙ୍କାନାଳରେ ମଧ୍ୟ ସଟ୍ ଡାଉନ୍ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସପ୍ତାହାନ୍ତ ସଟ୍ ଡାଉନର ଦ୍ବିତୀୟ ସପ୍ତାହର  ଶନିବାର ଢେଙ୍କାନାଳରେ ସମ୍ପୂର୍ଣ୍ଣ ଖାଁ ଖାଁ ପରିସ୍ଥିତି ସୃଷ୍ଟି କରିଛି । କିଛି ଆମାନିଆଙ୍କୁ ଛାଡିଦେଲେ ଲୋକମାନଙ୍କ ମନରେ କରୋନା ମହମାରୀର କରାଳ ରୂପର ଭୟାବହତା ଘାରିଛି । ଫଳରେ ଢେଙ୍କାନାଳ ସହର ସମେତ ଜିଲ୍ଲାବ୍ୟାପୀ ଦୋକାନ ବଜାର ସାଙ୍ଗଙ୍କୁ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଏପରିକି ଶନିବାରଠାରୁ ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା  ସମସ୍ତ ସାପ୍ତାହିକ ହାଟକୁ ଅନିର୍ଦ୍ଧିଷ୍ଟ ସମୟ  ପାଇଁ ବନ୍ଦ ଘୋଷଣା କରାଯାଇଛି ।

ଅପରପକ୍ଷରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ଢେଙ୍କାନାଳର ସହର ଦୈନିକ ପରିବା ବଜାରକୁ ଅନ୍ୟଦିନ ପାଇଁ ସ୍ଥାନୀୟ ବିବି ହାଇସ୍କୁଲ ପଡିଆକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କରାଯାଇଛି । ଅମାନିଆମାନଙ୍କୁ ସାବଡ଼ କରିବାକୁ ପୋଲିସ ପକ୍ଷରୁ ସହରରେ ୧୫ଟି ଚେକ୍ ପୋଷ୍ଟ କରାଯାଇ କଡା ଚେକିଂ କରାଯାଉଛି । କେବଳ ଯେ, ସହର ତା ନୁହଁ ଗ୍ରାମାଞ୍ଚଳରେ ମଧ୍ୟ ପୋଲିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । କେବଳ ଅତ୍ୟାବଶ୍ୟକୀୟ ଯେପରି ଔଷଧ ଦୋକାନ ଓ ହସ୍ପିଟାଲ କାର୍ଯ୍ୟ ଇତ୍ୟାଦିରେ ଯାଉଥିବା ଲୋକଙ୍କୁ ବାଦ ଦେଲେ ଅନ୍ୟମାନଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି  । ଏପରିକି ଆସନ୍ତା ୩ ତାରିଖରୁ ଅପରାହ୍ନ ୨ଟା ପରଠାରୁ ଦୋକାନ ବଜାର ସବୁ ବନ୍ଦ ପାଇଁ ଘୋଷଣା  କରାଯାଇଥିବା ଜଣାପଡିଛି । କହିବାକୁ ଗଲେ ଢେଙ୍କାନାଳରେ ଜନ ସାଧାରଣଙ୍କ ମନରେ କରୋନାର ଭୟ ରହିଥିବା ବେଳେ ସଟ୍ ଡାଉନକୁ ସମର୍ଥନ ଜଣାଉଥିବା ପରିସ୍ଥିତିରୁ ସ୍ପଷ୍ଟ ହୋଇଛି ।

   Related Posts