Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବଢିଲା ସପ୍ତାହାନ୍ତ ଲକଡାଉନ୍ ଅବଧି: ଶୁକ୍ରବାର ରାତି ୮ଟା ରୁ ମଙ୍ଗଳବାର ସକାଳ ୭ଟା ଯାଏଁ ଲକଡାଉନ୍

29/04/2021 at 1:19 PM

ଲକ୍ଷ୍ନୌ ୨୯/୦୪ : କରୋନା ମାମଲା ଲଗାତାର ବୃଦ୍ଧି ପାଉଥିବାରୁ ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସପ୍ତାହନ୍ତ ଲକଡାଉନ ଅବଧି ଗୋଟିଏ ଦିନ ବଢ଼ାଇ ଦେଇଛନ୍ତି। ବର୍ତ୍ତମାନ ଶୁକ୍ରବାର ରାତି ୮ଟା ରୁ ମଙ୍ଗଳବାର ସକାଳ ୭ଟା ଯାଏଁ ରାଜ୍ୟରେ ଲକଡାଉନ ରହିବ। ସପ୍ତାହନ୍ତ ଲକଡାଉନ ପରେ କରୋନା ସଂକ୍ରମଣ ମାମଲା କିଛି ମାତ୍ରାରେ ହ୍ରାସ ପାଇଛି। ସେଥିପାଇଁ ଲକଡାଉନ ଅବଧି ଆଉ ଦିନେ ବଢ଼ାଇ ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ୩ ଦିନ ଲକଡାଉନ ଲାଗୁ ହେବ। ଏହି ସମୟରେ ଆବଶ୍ୟକୀୟ ସେବା ଚାଲୁ ରହିବ। କରୋନା ନିୟମ ଉଲଙ୍ଘନ କରି ବିନା କାମରେ ବାହାରେ ବୁଲିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାଜ୍ୟ ସରକାର ସମ୍ପୂର୍ଣ୍ଣ ଲକଡାଉନ କରିବାକୁ ଅସ୍ବୀକାର କରିଛନ୍ତି। ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଲକଡାଉନ ଅବଧି ଧୀରେ ଧୀରେ ବୃଦ୍ଧି କରାଯାଉଛି ଯେପରି ସଂକ୍ରମଣ ଚେନ ଭଙ୍ଗାଯାଇ ପାରିବ ଏବଂ ସାଧାରଣ ଜନତା ମଧ୍ୟ ଚିନ୍ତିତ ହେବେନାହିଁ।

ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶରେ ଗତ ୪ ଦିନ ହେଲା କରୋନା ମାମଲା ହ୍ରାସ ପାଇଥିବା ନଜର ଆସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯ ହଜାର ୮୨୪ ନୂଆ ମାମଲା ସାମ୍ନାକୁ ଆସିଛି। ଗୋଟିଏ ଦିନରେ ୩୫ ହଜାର ୯୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୋଟିଏ ଦିନରେ ୨୬୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ କହିଛନ୍ତି ଯେ ଲଗାତାର ୪ ଦିନ ହେଲା ସଂକ୍ରମଣ ମାମଲା ହ୍ରାସ ପାଇଛି।

   Related Posts