Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ସଂକ୍ରମଣ ଚେନ୍ ଭାଙ୍ଗିବାକୁ ପ୍ରୟାସ, ହରିୟାଣାର ୯ ଜିଲ୍ଲାରେ ଲାଗିଲା ସପ୍ତାହାନ୍ତ ଲକ୍‌ଡାଉନ୍‌

30/04/2021 at 5:37 PM

ନୂଆଦିଲ୍ଲୀ ୩୦/୪: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଦୈନିକ ସଂକ୍ରମଣ ୪ ଲକ୍ଷ ପାଖାପଖି ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ବିଭିନ୍ନ ରାଜ୍ୟ ସରକାର ସ୍ଥିତିକୁ ଦେଖି ନିଜ ଅନୁସାରେ କଟକଣା ଘୋଷଣା କରୁଛନ୍ତି। କରୋନା ସଂକ୍ରମଣକୁ ଦେଖି ହରିୟାଣା ସରକାର ଆଜି ରାତିରୁ ଗୁରୁଗ୍ରାମ ଏବଂ ଫରିଦାବାଦ ସମେତ ୯ ଜିଲ୍ଲାରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଲଗାଇବାକୁ ଘୋଷଣା କରିଛନ୍ତି।

ପଞ୍ଚକୁଲା, ଗୁରୁଗ୍ରାମ, ଫରିଦାବାଦ, ସୋନିପତଳ, କରନାଲ୍‌, ହିସାର,ସିରସା, ରୋହତକ ଏବଂ ଫତେହାବାଦରେ ସପ୍ତାହାନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି ସରକାର। ଏହି କଟକଣା ଶୁକ୍ରବାର ରାତି ୧୦ରୁ ୩ ମେ’ ସକାଳ ୫ ପର୍ଯ୍ୟନ୍ତ ଲାଗୁ ରହିବ। ଲକ୍‌ଡାଉନ୍‌ ନିୟମ ପାଳନ ପାଇଁ ଲୋକମାନଙ୍କୁ ଅପିଲ କରାଯାଇଥିବା ବେଳେ ଏହି ଅବଧିରେ ଲୋକେ ବିନା କାରଣରେ ବାହାରକୁ ବାହାରିଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହି ସମୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା, ଜରୁରିକାଳୀନ ସେବା, ସ୍ବାସ୍ଥ୍ୟ ସେବା, ମିଡିଆ କର୍ମୀ  ଏବଂ କୋଭିଡ ଡ୍ୟୁଟି ସହ ଜଡ଼ିତ ଲୋକମାନଙ୍କୁ ବାଦ ଦିଆଯାଇଛି। ଲକ୍‌ଡାଉନ୍‌ ସମୟରେ ସମସ୍ତ କର୍ମୀ ନିଜର ପରିଚୟ ପତ୍ର ନିଜ ପାଖରେ ରଖିବା ବାଧ୍ୟତାମୂଳକ। ଏହାପୂର୍ବରୁ ଖଟ୍ଟର ସରକାର ଗୁରୁବାର ରାଜ୍ୟର ସମସ୍ତ ଘରୋଇ ଏବଂ ସରକାରୀ କଲେଜ୍‌, କୋଚିଂ ସେଣ୍ଟର, ଆଇଟିଆଇ, ଲାଇବ୍ରେରି, ପ୍ରଶିକ୍ଷଣ ଅନୁଷ୍ଠାନ ଆଦି ୩୧ ମେ’ ଯାଏ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି। ତେବେ ରାଜ୍ୟରେ ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ବିଭିନ୍ନ କଟକଣା ପାଳନ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି।  

   Related Posts