Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଦିଲ୍ଲୀରେ ଶନିବାର-ରବିବାର ସବୁ ବନ୍ଦ : କେବଳ ଜରୁରୀକାଳିନ ସେବା ଖୋଲା, ବିବାହ ପାଇଁ ଦରକାର ପାସ୍

15/04/2021 at 1:49 PM

ନୂଆଦିଲ୍ଲୀ, ୧୫/୪: ଦିଲ୍ଲୀରେ ଲାଗିବ ଓ୍ୱିକେଣ୍ଡ୍ କର୍ଫ୍ୟୁ । ଶନିବାର ଓ ରବିବାର ସବୁ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦେଖି ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ଯାଏଁ କର୍ଫ୍ୟୁ ଜାରି ରହିବ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କରୋନାକୁ ନଜରରେ ରଖି ଓ୍ୱିକେଣ୍ଡ୍ କର୍ଫ୍ୟୁ ଲାଗୁ କରାଯିବ । କାରଣ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଏବେସୁଦ୍ଧା ରେକର୍ଡ ଅଟେ ।

କେଜ୍ରିଓ୍ୱାଲ କହିଛନ୍ତି ଯେ, କେବଳ ଜରୁରୀକାଳିନ ସେବା ପାଇଁ ଅନୁମତି ମିଳିବ । ମଲ୍, ହଲ୍, ଜିମ୍, ସ୍ପା, ବଜାର ଆଦି ବନ୍ଦ ରହିବ । ଯାହାର ବିବାହ କାର୍ଯ୍ୟକ୍ରମ ଥିବ ସେମାନଙ୍କୁ ପାସ୍ ଦିଆଯିବ । ସିନେମା ହଲ୍ ୩୦ ପ୍ରତିଶତ ଦର୍ଶକରେ ଚାଲିବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସପ୍ତାହରେ ୫ ଦିନ କାମ କରନ୍ତୁ । ୨ ଦିନ ଯଥାସମ୍ଭବ ଘର ରୁହନ୍ତୁ । ଯଦି କାହାକୁ ହସ୍ପିଟାଲ, ବିମାନବନ୍ଦର, ଷ୍ଟେସନ୍ ଯିବାକୁ ହୁଏ ସେମାନେ ଟିକେଟ୍ ଦେଖାଇ ଛାଡ ପାଇପାରିବେ । ଏହାସହ ଏଥିପାଇଁ ପାସ୍ ମଧ୍ୟ ଆବଶ୍ୟକ ।  

   Related Posts