ବୁଧବାରରେ ଆପଣଙ୍କ ରାଶିର ଶୁଭାଶୁଭ ଫଳ -ଜାଣନ୍ତୁ ଶୁଭ ରଙ୍ଗ

Published By : Prameya-News7 Bureau | December 03, 2019 IST

ଜ୍ୟୋତିର୍ବିଦ - ତ୍ରିନନ୍ଦନ ମିଶ୍ର

ମେଷ–ଗୃହ ଉପକରଣ ସଂଗ୍ରହ କରିବେ। ପରିଶ୍ରମର ମୂଲ୍ୟ ମିଳିବ। କୁଳ ଦୀପକ ହେବେ। ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶ ଅର୍ଜନ କରି ଗର୍ବିତ ହୋଇପାରନ୍ତି। ଶୁଭରଙ୍ଗ ପିଚ୍ । ଶୁଭ ଅଙ୍କ ୭।

ବୃଷ- ପାରିବାରିକ ଜୀବନ ଉନ୍ନତ ମାନର ହେବ। ପରୋପକାରୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ-ବିଳାସରେ ମଗ୍ନ ରହିବେ । ସୁଖ-ସମୃଦ୍ଧି ପୂର୍ଣ୍ଣ ଜୀବନଯାପନ କରିବେ । ଶୁଭରଙ୍ଗ ମେରୁନ୍ । ଶୁଭ ଅଙ୍କ ୧।

ମିଥୁନ - ଯାନ୍ତ୍ରିକ ଅଭିଜ୍ଞତା ବଢାଇପାରନ୍ତି । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷାଳୁ ସ୍ୱଭାବର ହେବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଶୁଭରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪।

କର୍କଟ–ମାନସିକସ୍ତରରେ ଶାନ୍ତି ଅନୁଭବ କରିବେ । ବନ୍ଧୁମିଳନ ଘଟିବ । ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ଅବିବାହିତଙ୍କର ବିବାହ ସ୍ଥିର ହେବ । ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୯।

ସିଂହ –ମନରେ ବଢୁଥିବା ଉଦ୍‌ବେଗ ପ୍ରଶମିତ ହେବ। ବଦଖର୍ଚ୍ଚ ହୋଇପାରେ । ଚକ୍ଷୁରେ ସାମୟିକ ଭାବେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଶୁଭରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩।

କନ୍ୟା – ନୂତନ ନିଯୁକ୍ତି ପାଇପାରନ୍ତି। ଆଲୋଚନା ମାଧ୍ୟମରେ କାର୍ଯ୍ୟକଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭ ହୋଇପାରେ । ଶୁଭରଙ୍ଗ ମେରୁନ୍। ଶୁଭ ଅଙ୍କ ୭।

ତୁଳା– ଧୈର୍ଯ୍ୟ ରଖି କାର୍ଯ୍ୟ କଲେ ସଫଳତା ମିଳିବ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । ଶୁଭ ରଙ୍ଗଧଳା।ଶୁଭ ଅଙ୍କ ୧।

ବିଛା–ଶ୍ରମସାର୍ଥକ ହେବ। ଉଦାର ପ୍ରକୃତିର ହେବେ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ। ଥଣ୍ଡା-କଫ ଜନିତସାମାନ୍ୟ ପୀଡା ଅନୁଭବ କରିବେ। ଶୁଭରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୬।

ଧନୁ –କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଆଳସ୍ୟ ଅନୁଭବ କରିପାରନ୍ତି, ତଥାପି ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ,ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୫।

ମକର–ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟକରିବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ସୈନିକମାନେ ଋଣାଙ୍ଗନରେ ବୀରତ୍ୱ ପ୍ରଦର୍ଶନ କରିପାରନ୍ତି । ମାଲି ମୋକଦ୍ଦମାରେ ବିଜୟୀ ହେବେ । ଶୁଭରଙ୍ଗ କଫି।ଶୁଭ ଅଙ୍କ ୩।

କୁମ୍ଭ -ମନ ଦୁର୍ବଳ ରହିପାରେ । ବ୍ୟୟ ପରିମାଣବୃଦ୍ଧି ପାଇବ। ଥଣ୍ଡା-କଫଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ। ମଧୁରବଚନ କହି ପରକୁ ଆପଣାର କରିପାରନ୍ତି । ଶୁଭରଙ୍ଗ କ୍ରୀମ୍।ଶୁଭ ଅଙ୍କ ୮।

ମୀନ - ଗୃହର ଆଭ୍ୟନ୍ତରୀଣ ବ୍ୟାପାର ଆନନ୍ଦଦାୟକ ହେବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଶୁଭରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୨।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.