ବୁଧବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | May 26, 2020 IST

ମେଷ – ଦ୍ୱିଜା ନକ୍ଷତ୍ର ଜାତବ୍ୟକ୍ତିଙ୍କ ମନ ପ୍ରସନ୍ନ ରହିବ । ଭାଷାବିତ୍ ଓ ପ୍ରେମୀ ଓ ସାହସୀ ହେବେ । ପ୍ରତିଯୋଗିତାରେ ବିଜୟୀ ହୋଇପାରନ୍ତି । ସାନଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।
ବୃଷ – ରୋହିଣୀ ନକ୍ଷତ୍ର ଜାତବ୍ୟକ୍ତି ଭାଗ୍ୟଶାଳୀ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ । କୃତ୍ତିକା ଓ ମୃଗଶିରା ନକ୍ଷତ୍ରରୁ ସାମାନ୍ୟ ଶୁଭଫଳ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।
ମିଥୁନ - ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତି ଐଶ୍ୱର୍ଯ୍ୟଯୁକ୍ତ ହେବେ । ସୁସ୍ଥ ଓ ନିରାମୟ ଜୀବନ ପାଇଁ ସତର୍କ ରହିବେ । ଧନ ଲାଭର ସୂଚନା ମିଳୁଛି । ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଶୁଭ ବାର୍ତ୍ତା ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।
କର୍କଟ – ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତି ଜଣେ ମଧୁରଭାଷୀ ବ୍ୟକ୍ତି ଭାବେ ପରକୁ ଆପଣାର କରିପାରନ୍ତି । ପୁନର୍ବସୁ ନକ୍ଷତ୍ର ଜାତବ୍ୟକ୍ତିଙ୍କ ଚକ୍ଷୁପୀଡା ଉପୁଜି ପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ସିଂହ – ପୂର୍ବ ଫାଲ୍‌ଗୁନୀ ନକ୍ଷତ୍ର ଜାତବ୍ୟକ୍ତି ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୯ ।
କନ୍ୟା – ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ସରକାରୀ କୃପା ଲାଭ କରିପାରନ୍ତି । କୀର୍ତ୍ତିମାନ୍ ହେବେ । ବ୍ୟବସାୟ ଲାଭଜନକ ହେବ । ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ପାରଙ୍ଗମ ହେବେ । । ଶୁଭ ରଙ୍ଗ ଲାଇଟ୍ ଗ୍ରୀନ୍ । ଶୁଭ ଅଙ୍କ ୪ ।
ତୁଳା – ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତି ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ଦିନଟି ଅତିବାହିତ କରିପାରନ୍ତି । ସୁଖ ଓ ବିଦ୍ୟାପୂର୍ଣ୍ଣ ଜୀବନଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ବିଛା – ଅନୁରାଧା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ସ୍ୱାଭିମାନି ହେବେ । ଭାଗୁଆଳି ବ୍ୟବସାୟରୁ ଲାଭ ମିଳିବ । ସାମାଜିକ କ୍ଷେତ୍ରରେ ଜନସାଧାରଣଙ୍କ ଆଦରଣୀୟ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
ଧନୁ – ପୂର୍ବାଷାଢା ନକ୍ଷତ୍ର ଜାତବ୍ୟକ୍ତିଙ୍କର ବିଦ୍ୟା ଲାଭଜନକ ହେବ । ସେବା କ୍ଷେତ୍ରରେ ନିଜକୁ ସାମିଲ କରିବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଫଳଦାୟକ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।
ମକର – ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତିଙ୍କର ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରିରେ ସୁନାମ ଅର୍ଜନ କରିବେ । ଉତ୍ତରାଷାଢା ଓ ଧନିଷ୍ଠାର ସାମାନ୍ୟ ଶୁଭଫଳ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।
କୁମ୍ଭ - ଶତଭିକ୍ଷା ଜାତବ୍ୟକ୍ତି କର୍ମକ୍ଷେତ୍ରରେ ସଦା-ସର୍ବଦା ଚଳ-ଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବିଦ୍ୟା ଆହରଣର ବାଟ ଖୋଲିବ । ଧନିଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭଫଳ ପାଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।
ମୀନ - ଉତ୍ତରା ଭାଦ୍ର ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତି ଉଦାର ସ୍ୱଭାବ ଓ ଦାନଶୀଳ ହେବେ । ଆଦର୍ଶବାଦୀ ହୋଇପାରନ୍ତି । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ଞ୍ଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.