ବୁଧବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | April 21, 2020 IST

ମେଷ – ଅଧିକ ବ୍ୟୟର ସମ୍ମୁଖୀନ ଓ ସାମୟିକ ଭାବେ ଅନଟନର ଶିକାର ହୋଇପାରନ୍ତି । ଅନ୍ୟ ଠାରୁ ଧନ ପାଇ ପାରନ୍ତି । ରସକତାରୁ, ବାଚାଳତା ଦେଖା ଦେଇପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

ବୃଷ – ଆୟ ଆଶାନୁରୂପ ହେବ । ଶୁଭ ଖବର ପାଇ ଖୁସି ଏବଂ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌-କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ମିଥୁନ - ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ । କର୍ମ ଚଞ୍ଚଳ ରହିବେ । ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

କର୍କଟ – ସେବା ମନୋଭାବାପନ୍ନ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିିଳିବ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌-ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ସିଂହ – ଅର୍ଥ ଟାଣୁଟୁଣ୍ ରହିପାରେ । ପାରିବାରିକ ଅଶାନ୍ତି ଦେଖା ଦେଇପାରେ । ସମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସତର୍କତାର ସହ ଯାନବାହନ ଚଳାଚଳ କରିବାକୁ ପଡିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।

କନ୍ୟା – ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି ବଳରେ କାର୍ଯ୍ୟ କଲେ ସିଦ୍ଧି ପ୍ରାପ୍ତ ହେବେ । ସୁଖକର ଘଟଣା ମାନ ଘଟିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆନନ୍ଦ ଉପଭୋଗ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ତୁଳା – କାର୍ଯ୍ୟ କ୍ଷେତ୍ରରେ ଉତ୍ସାହଜନକ ହେବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ମନରେ ଗର୍ବଭାବ ଉଦ୍ରେକ ହୋଇପାରେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ବିଛା – ପଛଘୁଞ୍ଚା ନ ଦେଇ କାର୍ଯ୍ୟ କରିବାରେ ଅଗ୍ରଗାମୀ ହେବେ । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ଅଧ୍ୟୟନରତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭଖବର ପାଇ ଖୁସି ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ଧନୁ – କାର୍ଯ୍ୟରେ ବିଘ୍ନ ଉପୁଯାଉଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିବାକୁ ପଡିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । କୃଷି ଉପରେ ଧ୍ୟାନ ଦେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

ମକର – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନର ସୁଯୋଗ ପାଇପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

କୁମ୍ଭ - ଆଶାବାଦୀ ହୋଇପାରନ୍ତି । ଯେକୌଣସି ସୂତ୍ରରୁ ଧନାଗମ ହେବ । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ନିତ୍ୟାନନ୍ଦ ଭୋଗ କରିପାରନ୍ତି । ନାନା ସୁଖର ଅଧିକାରୀ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ମୀନ - ପରିବାରର କଲ୍ୟାଣଭାଜନ ହେବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁଷମ ଖାଦ୍ୟରେ ଆପ୍ୟାୟିତ ହେବେ । ଭଲ ରୋଜଗାର ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.