ବୁଧବାର ରାଶିଫଳ: କିଏ ସୁସମ୍ବାଦ ପାଇବେ ତ କିଏ ଶତ୍ରୁ ସହ କରିବେ ମୁକାବିଲା...

Published By : Prameya-News7 Bureau | March 24, 2020 IST

ମେଷ – ସୁଖ, ସନ୍ତୋଷ ଲାଭ କରିପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌- କର୍ମରେ ନିଜକୁ ନିୟୋଜିତ କରିବେ । ବିଭିନ୍ନ ସୂତ୍ରରୁ, ଏପରିକି ସରକାରୀ ଅର୍ଥ ମିଳିବାର ସୁଯୋଗ ଅଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।
ବୃଷ – ସାଧନାରେ ସିଦ୍ଧି ଲାଭ କରିବେ । ସୁସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।
ମିଥୁନ - ଶତ୍ରୁ ସହିତ ମୁକାବିଲା ପାଇଁ ଆଗକୁ ମାଡି ଚାଲିବେ । ମନରେ ଉଦ୍‌ବେଗ ଜାତ ହୋଇପାରେ । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ପାଇ ତା’ର ସ୍‌ଦ-ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭ ରଙ୍ଗ ଲାଇଟ୍ ନୀଳ । ଶୁଭ ଅଙ୍କ ୭ ।
କର୍କଟ – ସୁଖ ମିଳିବା କଷ୍ଟସାଧ୍ୟ ହେବ । ଅର୍ଥାଭାବ ଦେଖା ଦେଇପାରେ । ଖର୍ଚ୍ଚାନ୍ତ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳରେ ସତର୍କ ରହିବା ଜରୁରୀ । କୃପଣ ସ୍ୱଭାବର ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
ସିଂହ – ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । ସୁଖକର ଘଟଣାମାନ ଘଟିପାରେ । କର୍ମରେ ସଫଳତା ପାଇବେ । ରୁଚିକର ଭୋଜନ ମିଳିବ । ଶୁଭ କାର୍ଯ୍ୟ କରଣୀୟ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।
କନ୍ୟା – ଶତ୍ରୁନାଶ କରିବାରେ ସକ୍ଷମ ହେବେ । ଗୋଷ୍ଠୀ, ନଗର ବା ଗ୍ରାମର ଅଧିପତି ହୋଇପାରନ୍ତି । ଦଣ୍ଡଧାରୀ ହେବେ । ମନ୍ତ୍ରଣାକାରୀ ହେବା ଆଶା କରାଯାଏ । ମାନସିକ ଶାନ୍ତି ମିଳିବ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
ତୁଳା – ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଶୁଭଖବର ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରଚୁର ଅର୍ଥ ପାଇବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।
ବିଛା – ଇଚ୍ଛା କରୁଥିବା କାର୍ଯ୍ୟଟି ହାତକୁ ଆସିପାରେ । କେତେକ କ୍ଷେତ୍ରରେ କାର୍ଯ୍ୟ ଠିକ୍ ଚାଲିଥିବା ବେଳେ ବୁଝାମଣା ଭଲ ହୋଇପାରେ । ସନ୍ମାର୍ଗୀ, ବିବେକୀ ଓ ଜନପ୍ରିୟ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।
ଧନୁ – ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନ କଲେ ରିଷ୍ଟ ଖଣ୍ଡନ ହେବ । ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି । ସାମୟିକ ଭାବେ ଚପଳମତି ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୬ ।
ମକର – ଜନସାଧାରଣଙ୍କର ଆଦରଣୀୟ ହେବେ । ପ୍ରଚୁର ବିତ୍ତର ଅଧିକାରୀ ହେବେ । ବିଳାସ-ବ୍ୟସନ ପରିତ୍ୟାଗ କରିପାରନ୍ତି । ଶ୍ରେଷ୍ଠ ପଦରେ ଭୂଷିତ ହୋଇପାରନ୍ତି । ଭ୍ରାତୃଭାବ ଅତୁଟ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।
କୁମ୍ଭ - ଭଲ ଆୟ ହେବାର ସୂଚନା ମିଳୁଛି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ମହାନ୍ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।
ମୀନ - ଧନକ୍ଷୟ ହେବାର ସୂଚିତ ହେଉଛି । ବିବାଦୀୟ ବିତର୍କରେ ଭାଗ ନ ନେଇ ଦର୍ଶକ ହେବା ସବୁଠୁଁ ଭଲ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଯାନବାହନ ଚଳାଚଳରେ ସତର୍କ ଓ ବ୍ୟବସାୟରେ କ୍ଷତି ହୋଇପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.