କନିଆଁ ମଥାରେ ସିନ୍ଦୁର ଦେଇଛି କି ନାହିଁ ବନ୍ଦ ହେଲା ବାହାଘର, ରାଗରେ ସାନ ଭଉଣୀକୁ ଉଠାଇ ନେଲା ବର

Published By : Prameya-News7 Bureau | December 11, 2020 IST

ନୂଆଦିଲ୍ଲୀ ୧୧/୧୨: କନିଆଁ ମଥାରେ ସିନ୍ଦୁର ଦେଇ ବି ନିଜର କରିପାରିଲା ନାହିଁ ବର। ଏଥିରେ ବ୍ୟଥିତ ହୋଇ କନିଆଁର ସାନ ଭଉଣୀଙ୍କୁ ନେଇ ବର ଛୁ ହେଲା। ବନ୍ଧା ଯାଇଥିଲା ବାହା ବେଦୀ। ବର ଓ କନିଆଁ ପ୍ରସ୍ତୁତ। ମଣ୍ଡପରେ ମନ୍ତ୍ର ଉଚ୍ଚାରଣ କରୁଥିଲେ ପଣ୍ଡିତ। କନିଆଁ ମୁଣ୍ଡରେ ସିନ୍ଦର ବି ଦେଇ ସାରିଥିଲା ବର। କିନ୍ତୁ ଠିକ୍‌ ସମୟରେ ପୋଲିସ ପହଞ୍ଚି ବାହାଘର ଭଣ୍ଡୁର କରିଦେଲା। କନିଆଁ ନାବାଳିକା ହୋଇଥିବାରୁ ବାଲ୍ୟ ବିବାହ ଅଧିନିୟକ‌ ଜରିଆରେ ପୋଲିସ ବାହାଘର ରୋକିଥିଲା।

ଏହା ଦେଖି କ୍ରୋଧରେ ଜର୍ଜରିତ ବର କନିଆଁର ସାନ ଭଉଣୀଙ୍କୁ ଅପହରଣ କରିନେଇଥିଲା। ତେବେ ପୋଲିସ ବାହାଘର ରୋକିବା ସହ କନିଆଁର ସାନ ଭଉଣୀଙ୍କୁ ଉଦ୍ଧାର କରିବା ପରେ ବାହାଘର କରାଇଥିବା ବରର ସମ୍ପର୍କୀୟଙ୍କୁ କରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁରୈନା ଜିଲ୍ଲା ପୋରସା ଥାନା ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ ଖବର ପାଇ ପୋଲିସ ବାହାଘର ହେଉଥିବା ସ୍ଥାନରେ ପହଞ୍ଚି ନାବାଳିକାଙ୍କୁ ଥାନାକୁ ଆଣିବାକୁ କହିଥିଲା। ଠିକ୍‌ ଏହି ସମୟରେ ସୁଯୋଗ ନେଇ ନାବାଳିକାଙ୍କ ମଥାରେ ସିନ୍ଦୁର ପିନ୍ଧାଇ ଦେଇଥିଲା ବର। ପରେ ପୋଲିସ ଦଳିତ ନାବାଳିକାଙ୍କ ଡାକ୍ତରୀ ମଇନା କରିବା ସହ ତାଙ୍କୁ ଓ୍ବାନ ଷ୍ଟପ୍‌ ସେଣ୍ଟରକୁ ହସ୍ତାନ୍ତର କରିଥିଲା।

ଅନ୍ୟପଟେ ବାହାଘର ବନ୍ଦ ହୋଇଯିବା ପରେ ନିଜ ସମ୍ପର୍କୀୟଙ୍କ ସହ ପୁଣିଥରେ କନିଆଁ ଘରେ ପହଞ୍ଚି ତାଙ୍କ ସାନ ଭଉଣୀଙ୍କୁ ବିବାହ ଉଦ୍ଦେଶ୍ୟରେ ଉଠାଇ ନେଇଥିଲା। ଏ ସମ୍ପର୍କରେ ଜାଣିବା ପରେ ପୋଲିସ ସ୍ଥାନୀୟ ପ୍ରଶାସନ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ବରର ମହିଳା ସମ୍ପର୍କୀୟଙ୍କୁ ପୋଲିସ ଗିରଫ କରିଛି। ଏହା ସହ ନାବାଳିକାଙ୍କ ବାପା ଅଭିଯୋଗ କ୍ରମେ ଅପହରଣ ଓ ବାଲ୍ୟ ବିବାହ ଅଧିନିୟକ ଅଧିନରେ ମାମଲା ରୁଜୁ କରି ଫେରାର ବରକୁ ଖୋଜୁଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.