Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ତେଲେଙ୍ଗାନାରେ କରୋନା ବିସ୍ଫୋରଣ: ବିବାହ ଭୋଜି ପାଲଟିଲା ମହାମାରୀ ହଟସ୍ପଟ, ଶତାଧିକ ପଜିଟିଭ୍, ୪ ମୃତ

29/05/2021 at 2:17 PM

ତେଲେଙ୍ଗାନା ୨୯/୫ : ତେଲେଙ୍ଗାନାର ଏହ ବିବାହ ଉତ୍ସବ ପାଲଟିଛି କରୋନାର ହଟସ୍ପଟ । ବିବାହ ସିନା ସରିଗଲା ହେଲେ ଉତ୍ସବରୁ ବ୍ୟାପିଯାଇଛି ଭୂତାଣୁ । ଏହି ବାହାଘରରେ ସାମିଲ ହୋଇଥିବା କାମାମ ଜିଲ୍ଲାର ହାମଲେଟ ଅଞ୍ଚଳର ପ୍ରାୟ ଶତାଧିକ ଲୋକ କୋଭିଡର ଶିକାର ହୋଇଛନ୍ତି । ଏପରିକି ବରର ପିତାଙ୍କ ସମେତ ୧୦୦ ଜଣଙ୍କଠାରେ ବୂଥାଣୁ ଚିହ୍ନଟ ହୋଇଛି । ଚାରି ଜଣ ଏହି ରୋଗରେ ମୃତ୍ୟୁବରଣ ବି କରିଛନ୍ତି ।

COVID-19 ଗାଇଡଲାଇନ ଅନୁଯାୟୀ ତେଲେଙ୍ଗାନାରେ ବିବାହ ପାଇଁ ଅତିଥି ସୀମା ମାତ୍ର ୪୦ ଜଣ ହୋଇଥିବାବେଳେ ଏକ ରିପୋର୍ଟରୁ ଜଣାପଡିଛି ଯେ, ସମାରୋହରେ ୨୫୦ରୁ ଅଧିକ ଲୋକ ଯୋଗ ଦେଇଥିଲେ । ଏପରିକି ବିବାହରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବି ଦୂରତା ବି ପାଳନ କରାଯାଇନଥିଲା । ରିପୋର୍ଟରେ ଦର୍ଶାଯାଇଛି ଯେ ଜଣେ ଉପସ୍ଥିତ ବ୍ୟକ୍ତି ଲକ୍ଷଣ ଦେଖାଇ ନିଜକୁ ପରୀକ୍ଷା କରିବା ପରେ ହିଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନଜରକୁ ଆସିଥିଲା ।

ଏହି ଘଟଣା ବିଷୟରେ ଜାଣିବା ପରେ ଅଧିକାରୀମାନଙ୍କୁ ସଚେତନ କରାଗଲା । ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ପରେ ୧୦୦ ଜଣଙ୍କଠାରେ ଭାଇରସ ଚିହ୍ନଟ ହୋଇଥିଲା । ଏପରିକି ବର ଏବଂ କନ୍ୟାର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନ ମଧ୍ୟ ଅଲଗା ସଂଗରୋଧ କେନ୍ଦ୍ରରେ ରହୁଛନ୍ତି । ତେଲେଙ୍ଗାନାରେ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବାରୁ ଏପରି ଘଟଣା ଘଟୁଥିବା ନଜିର ରହିଛି । ପୂର୍ବରୁ ମଧ୍ୟ ଏମିତି ଏକ ବିବାହ ଉତ୍ସବରେ ୪୦୦ ଅତିଥୀ ଯୋଗଦେଇଥିଲେ । ଏମାନଙ୍କ ମଧ୍ୟରୁ ୯୦ ପଜିଟିଭ ଚିହ୍ନଟ ହୋଇଥିଲେ ।

   Related Posts