ଚାଲିଲା ଇଣ୍ଟରନେଟ୍, ପୁଣି ସ୍ୱଭାବିକ ହେଲା ଆମାଜନ, ସିଏନଏନ, ଏନୱାଇଟି ଓ ପେପାଲ ୱେବସାଇଟ୍

Published By : Prameya-News7 Bureau | June 08, 2021 IST

ଆମେରିକୀୟ କ୍ଲାଉଡ କମ୍ପାନୀ ‘ଫାଷ୍ଟଲି ଇଂକ୍’ଙ୍କ ଯୋଗୁ ମଙ୍ଗଳବାର ଦୀର୍ଘ ସମୟ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ପ୍ରଭାବିତ ହୋଇଛି। ହଜାର ହଜାର ସରକାରୀ ଓ ଘରୋଇ ୱେବସାଇଟ୍‌ ଘଣ୍ଟାଘଣ୍ଟା ଧରି ବନ୍ଦ ପଡିବା ପରେ ପୁଣି ସ୍ୱଭାବିକ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ଏଥିରେ ଆର୍ଥିକ କାରବାର ସଇଟ୍‌ ପେପାଲ ସମେତ ସିଏନଏନ, ଏନୱାଇଟି, ଆମାଜନ ଆଦି ସାଇଟ୍‌ ପୁଣି ପୂର୍ବ ଭଳିକାର୍ଯ୍ୟ କରିଛନ୍ତି।

ବିଶ୍ୱର ବେଶ୍ ଆଦ୍ରୁତ କ୍ଲାଉଡ୍ ବେସଡ୍‌ କଣ୍ଟେଣ୍ଟ ଡେଲିଭରି ନେଟୱାର୍କ ପ୍ରୋଭାଇଡର ଫାଷ୍ଟଲିଙ୍କ ସର୍ଭିସ୍‌ କନଫିଗୁରେସନରେ ତ୍ରୁଟି ଲାଗି ସାରା ବିଶ୍ୱରେ ଇଣ୍ଟରନେଟ୍‌ ଘଣ୍ଟାକରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ହୋଇଯାଇଥିଲା। ଏଥିରେ ଗଣମାଧ୍ୟମ ସାଇଟ୍‌ ନ୍ୟୁୟର୍କ ଟାଇମସ, ଅଲଜଜିରା, ସିଏନଏନ ସମେତ ଟ୍ରାଫିକ ସାଇଟ୍‌ ରେଡିଟ୍‌, ଆମାଜନ, ପେପାଲ, ସ୍ପୋଟିଫାଏ ଆଦି ଦୀର୍ଘ ସମୟ ବନ୍ଦ ପଡିଥିଲେ। ତେବେ ଇଣ୍ଟରନେଟ୍‌ ସ୍ୱଭାବିକ ହେବା ପରେ ପୁଣି ସାଇଟ୍‌ ସବୁ ଫେରିଛନ୍ତି।

ଫାଷ୍ଟଲି ୨୦୧୯ ମସିହାରେ ଇଣ୍ଟରନେଟ୍‌ ବ୍ୟାବସାୟରେ  ପ୍ରବେଶ କରିଥିଲା। ସେବେଠାରୁ ଏବେ ପର୍ଯ୍ୟନ୍ତ  କିଛି ବର୍ଷର କାରବାରରେ ସଂସ୍ଥାର ବଜାର ପୁଞ୍ଜି ୫ ବିଲିୟନ ଡଲାରରୁ ବି ଅଧିକ ହୋଇସାରିଲାଣି। ଫାଷ୍ଟଲି ୱେବସାଇଟ୍‌ ମାନଙ୍କୁ ସେମାନଙ୍କ କଣ୍ଟେଣ୍ଟ ଅତି ସଂକିର୍ଣ୍ଣ ରୁଟରେ ୟୁଜରଙ୍କ ନିକଟରେ ପହଞ୍ଚାଇଥାଏ। ଏଥିରେୟୁଜର ଦ୍ରୁତ ଇଣ୍ଟରନେଟ୍ ସର୍ଭିସ ମଧ୍ୟ ପାଇପାରୁଛନ୍ତି।

ତେବେ ଫାଷ୍ଟଲିଙ୍କ ଯୋଗୁ ମଙ୍ଗଳବାର ଏପରି ପରିସ୍ଥିତି ଉପୁଜିଲା ଯେତେବେଳେ ବ୍ରେଟେନ ଅଟର୍ଣ୍ଣି ଜେନେରାଲ ତାଙ୍କ ଟ୍ୱିଟ୍‌ରେ ଦେଶର ମୁଖ୍ୟ ସରକାରୀ ୱେବସାଇଟ୍‌ ବନ୍ଦ ପଡିଥିବାର ସୂଚିତ କରିଥିଲେ। ଏଥିଯୋଗୁ କେବଳ ସରକାରୀ କାର୍ଯ୍ୟନୁହେଁ ସାର୍ବଜନିକ କାର୍ଯ୍ୟରେ ମଧ୍ୟ ଗୁରୁତର ପ୍ରଭାବ ପଡିଥିଲା। ଲୋକେ ଇଣ୍ଟରନେଟ୍‌ରେ ବୁକିଂ କରିଥିବା ଟିକା ବି ନେଇ ପାରି ନାହାନ୍ତି। ତେବେ ଇଣ୍ଟରନେଟ୍ ପୁଣି ସ୍ୱଭାବିକ ହୋଇଥିବା ବେଳେ ଲୋକେ ଆଶ୍ୱସ୍ତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.