ଯତ୍ନ ଓ ସେବା ଆବଶ୍ୟକ କରୁଥିବା ଶିଶୁଙ୍କ ପାଇଁ ୱେବସାଇଟ ଲଞ୍ଚ

Published By : Prameya-News7 Bureau | October 24, 2019 IST

ସୁବର୍ଣ୍ଣପୁର  ୨୪।୧୦ -  ସୁବର୍ଣ୍ଣପୁର ସାର୍ବଜନିନ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ଶିଶୁଙ୍କ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ । ଯତ୍ନ ଓ ସେବା ଆବଶ୍ୟକ କରୁଥିବା ଶିଶୁଙ୍କ ପାଇଁ ଏକ ୱେବସାଇଟ ଲଞ୍ଚ କରାଯାଇଛି  ।ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ପାଞ୍ଚ ପ୍ରକାର ମାନୁଆଲ କାର୍ଯ୍ୟର ସମସ୍ୟା ଆଲୋଚନା କରିବା ସହିତ ୱେବସାଇଟକୁ ଉଦଘାଟନ କରିଛନ୍ତି । 

ଅନଲାଇନ ରେଜିଷ୍ଟ୍ରେସନ ସୁବିଧା ସମ୍ପର୍କରେ ଆଲୋଚନା କରିବା ସହିତ ଶିଶୁଙ୍କୁ ରାଜ୍ୟ ସରକାର ଯୋଗାଇ ଦେଉଥିବା ସୁବିଧାକୁ ପହଞ୍ଚାଇବାକୁ ପାଇଲଟ ପ୍ରୋଜେକ୍ଟ ଭାବେ ରାଜ୍ୟରେ ପ୍ରଥମକରି  ଉଦ୍ୟମ ଆରମ୍ଭ ହୋଇଥିବା କହିଛନ୍ତି । ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ୟମ ୱେବସାଇଟ ଲଞ୍ଚ କରାଯାଇଛି । ଯତ୍ନ , ସେବା ଓ ଚିକିତ୍ସା ଆବଶ୍ୟକ କରୁଥିବା ଶିଶୁମାନଙ୍କ ସମସ୍ତ ପ୍ରମାଣପତ୍ର ୱେବସାଇଟରେ ରହିବା ସହିତ ଅଭିଭାବକ ଓ ଶିଶୁ ସଭିଏଁ ଉପକୃତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳଙ୍କ ଏପରି ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.