ରେଲଓ୍ୱେ ଓ୍ୱେବସାଇଟ୍ ହ୍ୟାକ୍, ପଟ୍ଟାମୁଣ୍ଡାଇରୁ ଗିରଫ ହେଲା ହ୍ୟାକର୍ : କମ୍ପ୍ୟୁଟର- ହାର୍ଡଡିକ୍ସ-ପ୍ରିଣ୍ଟର ଜବତ

Published By : Prameya-News7 Bureau | August 31, 2020 IST

ପାରାଦୀପ ୩୧।୦୮:  ରେଲୱେ ଓ୍ୱେବ୍‌ ସାଇଡ଼କୁ ହ୍ୟାକିଂ ଅଭିଯୋଗ । ଓ୍ୱେବ ସାଇଟ୍‌କୁ ହ୍ୟାକିଂ କରିବା ସହ ଅଗ୍ରିମ ଟିକେଟ ବୁକିଂ କରାଯିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ । ପାରାଦୀପ ରେଳ ସୁରକ୍ଷା ବଳ ଜଣେ ହ୍ୟାକରକୁ ପଟ୍ଟାମୁଣ୍ଡାଇରୁ ଗିରଫ କରିଛି ।

{"id":322846,"sizeSlug":"large"}

ସୂଚନାଯୋଗ୍ୟ ଯେ, ଯାତ୍ରୀଙ୍କ ଟିକେଟ ବୁକିଂ ପାଇଁ ରେଳବାଇ ପକ୍ଷରୁ ଓ୍ୱେବ ସାଇଟ୍‌ ଜରିଆରେ ଟିକେଟ୍ ବିକ୍ରି ପାଇଁ ରହିଛି । କିନ୍ତୁ କିଛି ହ୍ୟାକର୍‌ ଓ୍ୱେବ୍‌ସାଇଟ୍‌କୁ ହ୍ୟାକିଂ କରାଯାଉଥିବା ଅଭିଯୋଗ ଆସିଥିଲା । ଏହାପରେ  ଭାରତୀୟ ରେଳ ବିଭାଗ ପକ୍ଷରୁ ସମସ୍ତଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

{"id":322847,"sizeSlug":"large"}

ଅନ୍ ଲାଇନ ଟିକେଟ ସିଷ୍ଟମକୁ ହ୍ୟାକିଂ କରାଯାଉଥିବା ନେଇ ଖବର ଦିଆଯିବା ପରେ ପାରାଦୀପ ରେଳ ପୋଲିସ ଆଲର୍ଟ ରହିଥିଲା । ଓ୍ୱେବ ସାଇଡ଼୍‌କୁ କେଉଁ ମାନେ ହ୍ୟାକିଂ କରୁଛନ୍ତି ତାହା ଉପରେ କଡ଼ା ନଜର ଆରମ୍ଭ କରିଥିଲା । ପୋଲିସର ଛାନ୍‌ଭିନ୍‌ ସମୟରେ ଜଣେ ହ୍ୟାକରକୁ କାବୁ କରିନେଇଛି । ଗିରଫ ହ୍ୟାକର ଜଣଙ୍କ ବିକ୍ରମ କୁମାର ମଲ୍ଲିକ, ଏବଂ ଘର ପଟ୍ଟାମୁଣ୍ଡାଇ ଅଞ୍ଚଳ ଓୌପଦା ଗାଁର ବୋଲି ଜଣାପଡିଛି ।

{"id":322848,"height":448,"sizeSlug":"large"}

ପୋଲିସ ବିକ୍ରମକୁ ଗିରଫ କରିବା ସହ ତା ନିକଟରୁ କମ୍ପ୍ୟୁଟର, ହାର୍ଡଡିଷ୍କ, ପ୍ରିଣ୍ଟର ମଧ୍ୟ ଜବତ କରିଛି । ବିକ୍ରମ ଦୀର୍ଘଦିନ ହେବ ଏକ ବେଆଇନି ସଫ୍ଟୱେର ରିଏଲ ମ୍ୟାଙ୍ଗୋକୁ ବ୍ୟବହାର କରି ଅନେକ ଜାଲ୍‌ ଆଇ.ଡି ତିଆରି କରି ଅଗ୍ରିମ ଟିକେଟ , ତତ୍କାଳ ଟିକେଟ ବାହାର କରୁଥିଲା ।  ଟିକେଟର ମୁଲ୍ୟ ଠାରୁ ମନ ଇଛା ଅଧିକ ଅର୍ଥ ଲୋକମାନଙ୍କ ଠାରୁ ନେଉଥିଲ ।  ତେବେ ବିକ୍ରମ ମଲ୍ଲିକଙ୍କ ସହିତ ଆଉ କିଏ ଏଥିରେ ଅଛନ୍ତି । ତାକୁ ନେଇ ପଚରାଉଚରା ଜାରି ରଖିଛି ରେଳ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.