Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସୋଆରେ ଉଦ୍ୟୋଗୀ ପ୍ରଶିକ୍ଷଣ କର୍ମଶାଳା : ‘ନବପ୍ରବର୍ତ୍ତନ ହିଁ ସଫଳ ଉଦ୍ୟୋଗୀ ହେବାର ମୂଳମନ୍ତ୍ର’

14/09/2021 at 5:23 PM

ଭୁବନେଶ୍ୱର ୧୪।୯: ନବପ୍ରବର୍ତନ, ଧୈର୍ଯ୍ୟ ଓ ସମୟୋପଯୋଗୀ ପଦକ୍ଷେପ ଦ୍ୱାରା ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ ବୋଲି ଭାରତ ସରକାରଙ୍କ ଶିକ୍ଷା ବିଭାଗ ଅନ୍ତର୍ଗତ ଇନୋଭେସନ୍ ସେଲ୍‌ର ନିର୍ଦ୍ଦେଶକ ଡ. ମୋହିତ ଗମ୍ଭୀର କହିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ଏକ ଉଦ୍ୟୋଗୀ ପ୍ରଶିକ୍ଷଣ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ଼. ଗମ୍ଭୀର ଏହା କହିଛନ୍ତି ।

ଏହି କର୍ମଶାଳାରେ ମୁଖ୍ୟବକ୍ତା ରୂପେ ଏଜି-ହବ୍‌, ହାଇଦ୍ରାବାଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ବିଜୟ ନଦୀମିନତି ଯୋଗ ଦେଇଥିଲେ । ଶ୍ରୀ ନଦୀମିନତି ତାଙ୍କର ବକ୍ତବ୍ୟରେ ଉଦ୍ୟମୀ, ଉଦ୍ୟମୀତା, ଉଦ୍ୟୋଗୀ ଓ ସଫଳ ଉଦ୍ୟୋଗର ସୋପାନ ଗୁଡ଼ିକ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟ ଅତୀତରେ ଅନେକ ସଫଳ ଉଦ୍ୟୋଗୀ ତିଆରି କରିଛି ଏବଂ ଭବିଷ୍ୟତରେ ଅନେକ ନିଯୁକ୍ତି ପ୍ରଦାନକାରୀ ସଫଳ ଉଦ୍ୟୋଗୀ ମାନଙ୍କୁ ମଧ୍ୟ ଗଢ଼ି ତୋଳିବ ।

ବିଶ୍ୱବିଦ୍ୟାଳୟର ଉପ-କୁଳପତି ପ୍ରଫେସର ଡ. ପ୍ରଦୀପ୍ତ କୁମାର ନନ୍ଦ କର୍ମଶାଳାରେ ଯୋଗ ଦେଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଡ. ନନ୍ଦ ୨୨,୦୦୦ ବର୍ଗଫୁଟ ବିଶିଷ୍ଟ ସୋଆ ଇନ୍‌କ୍ୟୁବେଟର ବିଷୟରେ ବର୍ଣ୍ଣନା କରିଥିଲେ । ସେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଏହି ଇନ୍‌କ୍ୟୁବେଟର ବ୍ୟବହାର କରିଥିବା ୧୬ ଜଣ ସଫଳ ଉଦ୍ୟୋଗୀଙ୍କ ବିଷୟରେ ଉଲ୍ଲେଖ କରିଥିଲେ । ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ବିଭାଗ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌)ର ଡିନ୍ ପ୍ରଫେସର ଡ. ବିଜୟ କୁମାର ସାହୁ ଏହି ଅବସରରେ ଯୋଗ ଦେଇ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶେଷରେ ସୋଆର ଦକ୍ଷତା ବିକାଶ ଏବଂ ଉଦ୍ୟମୀତା ବିଭାଗର ଶ୍ରୀ ଅଶୋକ କୁମାର ନାୟକ ସୋଆ ଇନ୍‌କ୍ୟୁବେଟରର ଭବିଷ୍ୟତ ଯୋଜନା ଓ କାର୍ଯ୍ୟକ୍ରମ ସମ୍ବନ୍ଧରେ ଜଣାଇଥିଲେ ଏବଂ ସମସ୍ତଙ୍କୁ ଉଦ୍ୟମୀ ହେବାକୁ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସୋଆ ଇନୋଭେସନ୍ ସେଲ୍‌ର ସଚିବ ତଥା ମ୍ୟାନେଜର କର୍ପୋରେଟ ରିଲେସନ୍ ଶ୍ରୀ ଅଭିଷେକ ପଟ୍ଟନାୟକ ପରିଚାଳନା କରିଥିଲେ ।

   Related Posts